ଭାରତ ବିପକ୍ଷ ସିରିଜ୍ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା; ଦଳରେ କିଏ କିଏ ?
ଭାରତ ବିପକ୍ଷ ସିରିଜ୍ ପାଇଁ ଜିମ୍ବାଓ୍ବେ ଦଳ ଘୋଷଣା ହୋଇଛି । ଏହି ଦଳରେ ଅନେକ ଅଭିଜ୍ଞ ଖେଳାଳି ସାମିଲ ହୋଇଛନ୍ତି । ଭାରତୀୟ ଦଳ ଜିମ୍ବାୱେ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଖେଳିବ । ଭାରତ ଏବଂ ଜିମ୍ବାୱେ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଆନ୍ତର୍ଜାତୀୟ ଟି-୨୦ ସିରିଜର ପ୍ରଥମ ମ୍ୟାଚ ୬ ଜୁଲାଇରେ ଖେଳାଯିବ ।
ଦ୍ୱିତୀୟ ଟି-୨୦ ମ୍ୟାଚ ୭ ଜୁଲାଇରେ, ତୃତୀୟଟି ୧୦ ଜୁଲାଇରେ ଚତୁର୍ଥ, ୧୩ ଜୁଲାଇରେ ଚତୁର୍ଥ ଏବଂ ୧୪ ଜୁଲାଇରେ ଖେଳାଯିବ। ଏହି ସମସ୍ତ ମ୍ୟାଚ ଭାରତୀୟ ସମୟ ଅପରାହ୍ନ ୪.୩୦ରେ ଆରମ୍ଭ ହେବ ଏବଂ ଜିମ୍ବାୱେର ରାଜଧାନୀ ହରାରେର ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ।
ଭାରତ ବିପକ୍ଷରେ ଟି-୨୦ ସିରିଜ ପାଇଁ ଜିମ୍ବାୱେ ଦଳ
ରାଜା ସିକନ୍ଦର (ଅଧିନାୟକ), ଆକ୍ରାମ ଫାରାଜ, ବେନେଟ ବ୍ରାଇନ, କ୍ୟାମ୍ପବେଲ ଜୋନାଥନ, ଚାଟାରା ତେଣ୍ଡାଇ, ଜୋଙ୍ଗୱେ ଲୁକ, କାୟା ଇନୋସେଣ୍ଟ, ମାଡେଣ୍ଡେ କ୍ଲିଭ, ମାଧୁରେ ୱେସଲି, ମାରୁମାନି ତାଡିଭାନାସେ, ମାସାକଡା ୱେଲିଙ୍ଗଟନ, ମାଭୁଟା ବ୍ରେଣ୍ଡନ, ମୁଜାରାବାନୀ ଆଶୀର୍ବାଦ, ମାୟର୍ସ ଡାୟାନ, ନାକଭି ଅନ୍ତୁମ, ନାଗର ରିଚାର୍ଡ, ଶୁମ୍ବା ମିଲଟନ।

ଆଇପିଏଲରେ ଧୂଆଁଦାର ପ୍ରଦର୍ଶନ କରିଥିବା ବହୁ ଖେଳାଳି ଜିମ୍ବାୱେ ସିରିଜ ପାଇଁ ଚୟନ ହୋଇଛନ୍ତି । ଏଥିରେ ରିୟାନ ପରାଗ, ଅଭିଷେକ ଶର୍ମା, ତୁଷାର ଦେଶପାଣ୍ଡେ, ଖଲିଲ ଅହମଦ, ଧ୍ରୁବ ଜୁରେଲ, ଆବେଶ ଖାନ, ମୁକେଶ କୁମାର ତଥା ରବି ବିଷ୍ଣୋଇ ଭଳି ଯୁବ ପ୍ରତିଭାବାନ ଖେଳାଳିଙ୍କ ନାଁ ରହିଛି । ଏହି ସିରିଜ ପାଇଁ ଚୟନିତ ହୋଇଥିବା ନିତୀଶ କୁମାର ରେଡ୍ଡି ଆହତ ସମସ୍ୟା ପାଇଁ ସିରିଜରୁ ବାହାର ହୋଇ ଯାଇଛନ୍ତି । ତେବେ ରେଡ୍ଡୀ କେଉଁ ପ୍ରକାର ଆହତ ସମସ୍ୟା ଦେଇ ଗତି କରୁଛନ୍ତି, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।
ଜିମ୍ବାୱେ ଗସ୍ତ ପାଇଁ ଭାରତୀୟ ଦଳ: ଶୁଭମନ ଗିଲ (ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, ଋତୁରାଜ ଗାୟକୱାଡ, ଅଭିଷେକ ଶର୍ମା, ରିଙ୍କୁ ସିଂ, ସଞ୍ଜୁ ସାମସନ (ୱିକେଟ ରକ୍ଷକ), ଧ୍ରୁବ ଜୁରେଲ ( ୱିକେଟ ରକ୍ଷକ ), ଶିବମ ଦୁବେ, ରିୟାନ ପରାଗ, ୱାଶିଂଗଟନ ସୁନ୍ଦର, ରବି ବିଷ୍ଣୋଇ, ଆବେଶ ଖାନ, ଖଲିଲ ଅହମଦ, ମୁକେଶ କୁମାର ଓ ତୁଷାର ଦେଶପାଣ୍ଡେ ।












Click it and Unblock the Notifications