ଖୁସି ଖବର: ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଶେଷ ୨ଟି ଟି-୨୦
ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଶେଷ ୨ଟି ଟି-୨୦ ମ୍ୟାଚ । ଆମେରିକାର ଫ୍ଲୋରିଡାରେ ହିଁ ଉଭୟ ମ୍ୟାଚ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି ।
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ଖେଳାଯିବ ଭାରତ-ୱେଷ୍ଟଇଣ୍ଡିଜ ଶେଷ ୨ଟି ଟି-୨୦ ମ୍ୟାଚ । ଆମେରିକାର ଫ୍ଲୋରିଡାରେ ହିଁ ଉଭୟ ମ୍ୟାଚ ଖେଳାଯିବ ବୋଲି ସ୍ପଷ୍ଟ ହୋଇଛି । ତେବେ ଏହି ଦୁଇ ମ୍ୟାଚ ପାଇଁ ଖେଳାଳିମାନଙ୍କୁ ଏବେ ଭିସା ମିଳିସାରିଛି । ତେଣୁ ଆସନ୍ତା ୬ ଏବଂ ୭ ତାରିଖରେ ଆମେରିକାରେ ଏହି ଦୁଇ ମ୍ୟାଚ ଖେଳାଯିବ । ପାଞ୍ଚ ମ୍ୟାଚ ବିଶିଷ୍ଟ ଏହି ଟି-୨୦ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।

ଅନ୍ୟପଟେ ଆଉ ଏକ ଖୁସି ଖବର ହେଉଛି ଯେ, ରୋହିତ ଶର୍ମା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ହୋଇଛନ୍ତି । ତେଣୁ ଆଗାମୀ ୨ଟି ମ୍ୟାଚରେ ରୋହିତଙ୍କୁ ଭାରତୀୟ ଅଧିନାୟକ ଭାବେ ଦେଖିବାକୁ ମିଳିବ । ଅଗଷ୍ଟ ୬ ଓ ୭ରେ ଫ୍ଲୋରିଡାରେ ଶେଷ ଦୁଇଟି ଟି-୨୦ ମ୍ୟାଚ୍ ଖେଳାଯିବ । ଆମେରିକାରେ ଖେଳାଯିବାକୁ ଥିବାରୁ ଭିସା ମିଳିବାରେ ସମସ୍ୟା ଦେଖାଦେଇଥିଲା । କିନ୍ତୁ ଏହି ସମସ୍ୟାର ସମାଧାନ ହୋଇଛି ।
ସୂଚନାଯୋଗ୍ୟ, ଆମେରିକାରେ କ୍ରିକେଟକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ଫ୍ଲୋରିଡାରେ ମ୍ୟାଚ୍ ଆୟୋଜନ କରାଯାଉଛି। ଭାରତ ଏକ ଲୋକପ୍ରିୟ ଦଳ ହୋଇଥିବାରୁ ଏଠାରେ ମ୍ୟାଚ୍ ଆୟୋଜନ କଲେ ଦର୍ଶକଙ୍କ ସଂଖ୍ୟାରେ ବୃଦ୍ଧି ଘଟିପାରେ। ତେବେ ଦେଖିବାକୁ ବାକି ରହିଲା ସିରିଜରେ ଆଗୁଆ ଥିବା ଭାରତୀୟ ଦଳ କିପରି ଶେଷ ଦୁଇଟି ମ୍ୟାଚ ଉପରେ କବଜ୍ଜା କରୁଛି ।












Click it and Unblock the Notifications