ବାତିଲ୍ ହୋଇପାରେ ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଦୁଇଟି ଟି-୨୦ !
ଭାରତ ବନାମ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଉପରେ ଏବେ ସଙ୍କଟ । ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଆମେରିକାର ଫ୍ଲୋରିଡାରେ ଖେଳାଯିବ। ମାତ୍ର ଏଠାରେ ମ୍ୟାଚ୍ ଆୟୋଜନ ନେଇ ନୂତନ ସମସ୍ୟା ଦେଖା ଦେଇଛି ।
ନୂଆଦିଲ୍ଲୀ: ଭାରତ ବନାମ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଉପରେ ଏବେ ସଙ୍କଟ । ତିନୋଟି ମ୍ୟାଚ୍ ପରେ ଭାରତ ସିରିଜରେ ୨-୧ରେ ଅଗ୍ରଣୀ ରହିଛି। ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍ ଆମେରିକାର ଫ୍ଲୋରିଡାରେ ଖେଳାଯିବ। ମାତ୍ର ଏଠାରେ ମ୍ୟାଚ୍ ଆୟୋଜନ ନେଇ ନୂତନ ସମସ୍ୟା ଦେଖା ଦେଇଛି । କାରଣ ଏ ପର୍ଯ୍ୟନ୍ତ ଭାରତୀୟ ଦଳକୁ ଭିସା ମିଳିନାହିଁ ।

ତେବେ ଭିସା ସମ୍ଭନ୍ଧୀୟ ଅସୁବିଧାକୁ ଦୂର କରିବାକୁ ଭାରତ ଓ ୱେଷ୍ଟଇଣ୍ଡିଜର ଖେଳାଳିମାନେ ପ୍ରଥମେ ଗୁଆନା ଯିବେ । ସେଠାରେ ଆମେରିକାର ଦୂତାବାସ ସହ ଆଲୋଚନା କରାଯିବ। ତେବେ ଏପର୍ଯ୍ୟନ୍ତ ଟିମ୍ ଇଣ୍ଡିଆକୁ ଆମେରିକା ଭିସା ମିଳି ନଥିବାରୁ ଶେଷ ଦୁଇଟି ଟି-୨୦ ମ୍ୟାଚ୍ ଆୟୋଜିତ ହୋଇପାରିବ କି ନାହିଁ, ତାହା ଜଣା ପଡିନାହିଁ ।
ସୂଚନାଯୋଗ୍ୟ, ଆମେରିକାରେ କ୍ରିକେଟକୁ ପ୍ରୋତ୍ସାହନ କରିବା ଉଦ୍ଦେଶ୍ୟରେ ଫ୍ଲୋରିଡାରେ ମ୍ୟାଚ୍ ଆୟୋଜନ କରାଯାଉଛି । ଭାରତ ଏକ ଲୋକପ୍ରିୟ ଦଳ ହୋଇଥିବାରୁ ଏଠାରେ ମ୍ୟାଚ୍ ଆୟୋଜନ କଲେ ଦର୍ଶକଙ୍କ ସଂଖ୍ୟାରେ ବୃଦ୍ଧି ଘଟିପାରେ। କିନ୍ତୁ ଶେଷ ଦୁଇଟି ଟି-୨୦ର ଆୟୋଜନ ନେଇ ନୂତନ ସମସ୍ୟା ଦେଖା ଦେଇଛି ।
ଉଲ୍ଲେଖଥାଉ କି, ସିରିଜର ଶେଷ ଦୁଇଟି ମୁକାବିଲା ଅଗଷ୍ଟ ୬ ଏବଂ ଅଗଷ୍ଟ ୭ରେ ଖେଳାଯିବ । ଭାରତୀୟ ଦଳକୁ ଯଦି ଭିସା ମିଳେ ତେବେ ଗୁଆନାରୁ ହିଁ ମିଆମିର ବିମାନ ଜରିଆରେ ଦଳ ଆମେରିକା ଗସ୍ତ କରିବ । ବିମାନରେ ଯାତ୍ରା କରିବାର ସମୟ ୫ ଘଣ୍ଟା ଲାଗିପାରେ ।












Click it and Unblock the Notifications