ଭାରତ ବନାମ ୱେଷ୍ଟଇଣ୍ଡିଜ: ପ୍ରଥମ ପାଳିରେ ୧୫୦ ରନରେ ଅଲଆଉଟ୍ ହେଲା ଇଣ୍ଡିଜ, ଅଶ୍ୱିନୀଙ୍କୁ ୫ଟି ୱିକେଟ
IND vs WI 1st Test: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡୋମିନିକାରେ ଖେଳା ଯାଉଛି । ତେବେ ପ୍ରଥମ ଦିନରେ ହିଁ ୱେଷ୍ଟଇଣ୍ଡିଜର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ଘରୋଇ ଦଳ ପ୍ରଥମ ପାଳିରେ ମାତ୍ର ୧୫୦ ରନରେ ଅଲଆଉଟ୍ ହୋଇଯାଇଛି ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଘରୋଇ ଇଣ୍ଡିଜ୍ ଦଳ । ମାତ୍ର ରବିଚନ୍ଦ୍ରନ ଅଶ୍ୱିନୀ ଓ ରବୀନ୍ଦ୍ର ଜାଡେଜାଙ୍କ ବୋଲିଂ ଆଗରେ ବେଶି ସମୟ ତିଷ୍ଠି ପାରି ନ ଥିଲା । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନ ୫ ୱିକେଟ ଅକ୍ତିଆର କରିଛନ୍ତି ।

ଟେଷ୍ଟରେ ଏହା ତାଙ୍କର ୩୩ ତମ ଓ କାରିବିୟାନ ମାଟିରେ ଚତୁର୍ଥ ୫ ୱିକେଟ ସଫଳତା । ଭାରତ ପକ୍ଷରୁ ଅଶ୍ୱିନ୍ ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ରବୀନ୍ଦ୍ର ଜାଡେଜା ୩, ଶାଦ୍ଦୁଳ ଠାକୁରଓ ମହମ୍ମଦ ସିରାଜ ଗୋଟିଏ ଗୋଟିଏ ୱିକେଟ ନେଇଥିଲେ । ଭାରତ ପକ୍ଷରୁ ଯଶସ୍ୱୀ ଜୟସ୍ୱାଲ ଓ ଇଶାନ୍ କିଶନ୍ ଏହି ମ୍ୟାଚ୍ରେ ଟେଷ୍ଟ ପଦାର୍ପଣ କରିଥିଲେ ।
ପରେ ୱେଷ୍ଟଇଣ୍ଡିଜର ୧୫୦ ରନ ପାଳି ଜବାବରେ ଭ୍ରମଣକାରୀ ଭାରତୀୟ ଦଳ ତାର ପ୍ରଥମ ପାଳି ଆରମ୍ଭ କରିଛି । ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ 80 ରନରେ କୌଣସି ୱିକେଟ୍ ବ୍ୟୟ କରି ନାହିଁ । ଦଳ ପାଇଁ ଓପନ କରିବାକୁ ଆସିଛନ୍ତି ଅଧିନାୟକଜ ରୋହିତ ଶର୍ମା ଓ ଯୁବ ଜଶ୍ୱସୀ ଜସୱାଲ୍ ।












Click it and Unblock the Notifications