2ୟ ଟି-20: ପ୍ରଥମେ ବ୍ୟାଟିଂ କରୁଛି ଭାରତ
ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟି-20 ମ୍ୟାଚ ଖେଳାଯାଉଛି । ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରନ୍ ପୋଲାର୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
କୋଲକାତା: ଭାରତ ବନାମ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ଟି-20 ମ୍ୟାଚ ଖେଳାଯାଉଛି । ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରନ୍ ପୋଲାର୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଟିମ୍ ଇଣ୍ଡିଆ ପ୍ଲେଇଙ୍ଗ-11କୁ ପରିବର୍ତ୍ତନ କରିଛି । ଆଘାତ ହେତୁ ଅଲରାଉଣ୍ଡର ଜେସନ ହୋଲ୍ଡର ପ୍ରଥମ ଟି-20 ଖେଳିପାରିନଥିଲେ। ଦ୍ୱିତୀୟ ମ୍ୟାଚରେ ଫାବିଆନ୍ ଆଲେନଙ୍କ ସ୍ଥାନରେ ସେ ଏକ ସୁଯୋଗ ପାଇଛନ୍ତି ।

ଆଇପିଏଲ୍ 2022 ର ନିଲାମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ହୋଲ୍ଡରକୁ 8.75 କୋଟି ଟଙ୍କାରେ କିଣିଛି । ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତୀୟ ଦଳ 1-0ରେ ଆଗୁଆ ରହିଛି। ଏହାପୂର୍ବରୁ ଦଳ ODI ସିରିଜକୁ 3-0ରେ କାବୁ କରିଥିଲା।
ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ-11: ରୋହିତ ଶର୍ମା (କ୍ୟାପଟେନ୍), ଇଶାନ୍ କିଶନ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର୍, ଦୀପକ ଚହର, ଭୂବନେଶ୍ୱର କୁମାର, ହର୍ଷଲ ପଟେଲ, ରବି ବିଷ୍ଣୋଇ, ୟୁଜବେନ୍ଦ୍ର ଚହଲ।
ୱେଷ୍ଟଇଣ୍ଡିଜ୍ ପ୍ଲେଇଙ୍ଗ-11: ବ୍ରାଣ୍ଡେନ୍ କିଙ୍ଗ, କାଇଲ୍ ମାୟର୍ସ, ନିକୋଲାସ୍ ପୁରାନ୍ (ୱିକେଟକିପର), ରୋଭମାନ ପାୱେଲ, କିରନ୍ ପୋଲାର୍ଡ (ଅଧିନାୟକ), ଜେସନ୍ ହୋଲ୍ଡର, ଓଡେନ୍ ସ୍ମିଥ୍, ରୋଷ୍ଟନ୍ ଚେଜ୍, ଆକିଲ୍ ହୋସେନ୍, ରୋମାରିଓ ଶେଫର୍, ଶେଲଡନ୍ କଟ୍ରେଲ ।












Click it and Unblock the Notifications