ଭାରତ ବନାମ ୱେଷ୍ଟଇଣ୍ଡିଜ୍‍, ଦ୍ୱିତୀୟ ଟି-୨୦: ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

ସେଣ୍ଟ କିଟ୍ସ ୱାର୍ନର ପାର୍କ ଗ୍ରାଉଣ୍ଡରେ ଆଜି ଖେଳାଯିବ ଭାରତ ବନାମ ୱେଷ୍ଟଇଣ୍ଡିଜ୍‍, ଦ୍ୱିତୀୟ ଟି-୨୦ ମ୍ୟାଚ । ପ୍ରଥମ ମ୍ୟାଚ୍‍ ଜିତି ଭାରତ ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି ।

ସେଣ୍ଟ କିଟ୍ସ: ସ୍ଥାନୀୟ ୱାର୍ନର ପାର୍କ ଗ୍ରାଉଣ୍ଡରେ ଆଜି ଖେଳାଯିବ ଭାରତ ବନାମ ୱେଷ୍ଟଇଣ୍ଡିଜ୍‍, ଦ୍ୱିତୀୟ ଟି-୨୦ ମ୍ୟାଚ । ପ୍ରଥମ ମ୍ୟାଚ୍‍ ଜିତି ଭାରତ ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି । ଦ୍ୱିତୀୟ ମ୍ୟାଚ୍‍ ଜିତି ଭାରତ ଏହି ବିଜୟଧାରା ବଜାୟ ରଖିବାକୁ ପ୍ରୟାସ କରିବ ।

India vs West Indies

ୱାର୍ଣ୍ଣର ପାର୍କ ପିଚ୍‌ ବିଶେଷକରି ବୋଲରଙ୍କୁ ସହାୟତା କରିବାର ନଜିର ରହିଥିବାରୁ ଏଠାରେ ପିଛା କରିବା ଯେକୌଣସି ଦଳ ପାଇଁ ଶ୍ରେଷ୍ଠ ପସନ୍ଦ ରହିବ । ତେଣୁ ଆଜି ମ୍ୟାଚରେ ଟସ୍‌ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇବ । ଯିଏ ଟସ୍‌ ଜିତିବ ସେ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇପାରେ । ଏଠାରେ ଭାରତ ଆଦୌ ଖେଳିନଥିଲେ ମଧ୍ୟ ‌ୱେଷ୍ଟଇଣ୍ଡିଜ୍‌ ୧୦ ମ୍ୟାଚ୍‌ ଖେଳି ୬ ବିଜୟ ହାସଲ କରିଛି । ୨ଟିରେ ହାରିଛି ।

ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପ୍ରଥମ ମୁକାବିଲାରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ କରି ଭାରତ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ଦମ୍‍ଦାର ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ଚକ୍‍ମା ଦେଇଥିଲା। ରୋହିତଙ୍କ ନେତୃତ୍ୱ ମଧ୍ୟ ଉଚ୍ଚକୋଟୀର ଥିଲା। ସେ ୩ ସ୍ପିନର ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ ଓ ରବି ବିଷ୍ଣୋଇଙ୍କୁ ଖେଳାଇଥିଲେ ଓ ଏହା କାମ ଦେଇଥିଲା। ଆସନ୍ତା ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜନ ହେବାକୁ ଯାଉଥିବା ବେଳେ ଏହି ସିରିଜ ଦଳର ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟ ହେବ।

ପ୍ରଥମ ମ୍ୟାଚ୍‌ରେ ଭାରତ ୩ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇଥିଲା । ରବୀନ୍ଦ୍ର ଜାଦେଜା, ରବି ବିଷ୍ଣୋଇ ଓ ରବିଚନ୍ଦ୍ରନ୍‌ ଅଶ୍ବିନ୍‌ ମଧ୍ୟ ମିଳିତ ଭାବେ ୫ ୱିକେଟ୍‌ ବାଣ୍ଟିନେଇ ଦଳର ନିଷ୍ପତ୍ତିକୁ ଯଥାର୍ଥ କରିଥିଲେ । ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଅପରିବର୍ତିତ ରଖିବା ସପକ୍ଷରେ ଅଧିନାୟକ ରୋହିତ ଶର୍ମା ରହିଛନ୍ତି ।

ସେହିପରି ଭାରତର ବ୍ୟାଟିଂ ଲାଇଅନ ଅଫରେ ମଧ୍ୟ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଇଂଲଣ୍ଡ ବିପକ୍ଷ ଟି-୨୦ରେ ୱିକେଟକିପର ବ୍ୟାଟର ରିଷଭ ପନ୍ତ ରୋହିତଙ୍କ ସହ ଇନିଂସ ଓପନ କରିଥିଲେ। କିନ୍ତୁ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ସୂର୍ଯ୍ୟକୁମାର ଯାଦବ ଇନିଂସ ଓପନ୍‍ କରିଥିଲେ। ଚଳିତ ବର୍ଷ ସୂର୍ଯ୍ୟକୁମାର ଭାରତ ପାଇଁ ସପ୍ତମ ଓପନର ସାବ୍ୟସ୍ତ ହୋଇଛନ୍ତି। ଯଦି ଲୋକେଶ ରାହୁଲ ଉପଲବ୍ଧ ନ ହୁଅନ୍ତି ତେବେ ଭାରତୀୟ ଟିମ୍‍ ମ୍ୟାନେଜମେଣ୍ଟ ଓପନିଂ ନେଇ ଏକ୍ସପେରିମେଣ୍ଟ ଜାରି ରଖିବ କି ନା ତାହା ଦେଖିବାକୁ ବାକି ରହିଲା।

  • ଭାରତ ସମ୍ଭାବ୍ୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଋଷଭ ପନ୍ତ୍‌, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ୍‌ ପାଣ୍ଡ୍ୟା, ଦିନେଶ କାର୍ତିକ, ରବୀନ୍ଦ୍ର ଜାଦେଜା, ରବି ବିଷ୍ଣୋଇ, ଭୁବନେଶ୍ବର କୁମାର, ରବିଚନ୍ଦ୍ରନ୍‌ ଅଶ୍ୱିନ, ଅର୍ଶଦୀପ ସିଂହ।
  • ୱେଷ୍ଟଇଣ୍ଡିଜ ସମ୍ଭାବ୍ୟ ଏକାଦଶ: ସାମରା ବ୍ରୁକ୍ସ, ସିମ୍ରନ ହେଟ୍‌ମାୟର, ରୋଭ୍‌ମାନ ପାୱେଲ, ନିକୋଲାସ ପୂରନ (ଅଧିନାୟକ), କାଇଲ ମାୟର୍ସ, ଜାସନ ହୋଲ୍‌ଡର, ଅକିଲ ‌ହୁସେନ, ଓଡେନ୍‌ ସ୍ମିଥ୍‌, କିମୋ ପଲ୍‌, ଅଲ୍‌ଜେରି ଯୋସେଫ୍‌, ଓବେଦ୍‌ ମ୍ୟାକୟ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+