୨ୟ ଦିନିକିଆ: ଟସ୍ ଜିତି ୱେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି, ପ୍ରଥମେ ବୋଲିଂ କରିବ ଟିମ୍ ଇଣ୍ଡିଆ
ୱେଷ୍ଟଇଣ୍ଡିଜ୍ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଟିମ ଇଣ୍ଡିଆରେ ଦିନିକିଆ ଡେବ୍ୟୁ ପାଇଁ ଆବେଶ ଖାନଙ୍କୁ ଏକ ସୁଯୋଗ ମିଳିଛି ।
ପାର୍କ ଓଭାଲ: ଭାରତ ବନାମ ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ ମ୍ୟାଚ ଆଜି ପୋର୍ଟ ଅଫ୍ ସ୍ପେନର କୁଇନ୍ ପାର୍କ ଗ୍ରାଉଣ୍ଡରେ ଖେଳାଯାଉଛି । ୱେଷ୍ଟଇଣ୍ଡିଜ୍ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି । ଟିମ ଇଣ୍ଡିଆରେ ଦିନିକିଆ ଡେବ୍ୟୁ ପାଇଁ ଆବେଶ ଖାନଙ୍କୁ ଏକ ସୁଯୋଗ ମିଳିଛି । ଏଥି ସହିତ ୱେଷ୍ଟଇଣ୍ଡିଜ ଦଳରେ ଗୁଦକେଶ ମୋତିଙ୍କ ସ୍ଥାନରେ ହେଡେନ ୱାଲଶ ଖେଳୁଛନ୍ତି ।

ପ୍ରଥମ ଦିନିକିଆରେ ଭାରତୀୟ ଦଳ କାରିବିଆନ୍ ଦଳକୁ ମାତ୍ର 3 ରନ୍ ବ୍ୟବଧାନରେ ପରାସ୍ତ କରିଥିଲା । ଏକ ସମୟରେ ୱେଷ୍ଟଇଣ୍ଡିଜ୍ ଦଳ 300 ରୁ ଅଧିକ ରନର ଟାର୍ଗେଟକୁ ଗୋଡାଇବା ପାଇଁ ଅତି ନିକଟତର ହୋଇଥିଲେ ମଧ୍ୟ ମହମ୍ମଦ ସିରାଜ ଶେଷ ଓଭରରେ ମ୍ୟାଚକୁ ବଞ୍ଚାଇଥିଲେ। ଭାରତୀୟ ଦଳ ଦ୍ୱିତୀୟ ଦିନିକିଆରେ କୌଣସି ଦ୍ୱିଧା ନେବାକୁ ଚାହୁଁନାହିଁ। ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନିକିଆ ଜିତିବାକୁ ଏବଂ ନିଜ ଘରେ ଇଣ୍ଡିଜ୍ ବିପକ୍ଷରେ କ୍ରମାଗତ ଦ୍ୱିତୀୟ ସିରିଜ୍ ଜିତିବାକୁ ଚାହୁଁଛି । ଏହାପୂର୍ବରୁ ଭାରତୀୟ ଦଳ 2019 ରେ ଦିନିକିଆ ସିରିଜ୍ ବିରାଟ କୋହଲିଙ୍କ ନେତୃତ୍ୱରେ ୨-୧ରେ ଜିତିଥିଲା ।
- ଭାରତୀୟ ଏକାଦଶ: ଶିଖର ଧୱନ(ଅଧିନାୟକ), ଶୁଭମାନ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ (ୱିକେଟକିପର), ଦୀପକ ହୁଡ୍ଡା, ଅକ୍ସର ପଟେଲ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ଏବଂ ଆବେଶ ଖାନ ।
- ୱେଷ୍ଟଇଣ୍ଡିଜ୍ ଏକାଦଶ: ଶାଇ ହୋପ୍ (ୱିକେଟକିପର), ବ୍ରାଣ୍ଡାନ୍ କିଙ୍ଗ, ଶାମ୍ରା ବ୍ରୁକ୍ସ, କାଇଲ୍ ମାୟର୍ସ, ନିକୋଲାସ୍ ପୁରାନ୍ (ଅଧିନାୟକ), ରୋଭମାନ ପାୱେଲ, ଆକିଲ ହୋସେନ, ରୋମାରିଓ ଶେଖର, ଅଲଜାରି ଜୋସେଫ, ହେଡେନ ୱାଲଶ, ଜାଡେନ ସିଲ ।












Click it and Unblock the Notifications