IND vs WI: ଦ୍ବିତୀୟ ଦିନିକିଆରେ ଖରାପ ପ୍ରଦର୍ଶନ, 240 ରନ ପୂର୍ବରୁ ଅଟକିଲା ଟିମ ଇଣ୍ଡିଆ
ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜର ଦ୍ୱିତୀୟ ଦିନିକିଆରେ (ଭାରତ ବନାମ ୱେଷ୍ଟଇଣ୍ଡିଜ୍) ଭାରତୀୟ ଦଳ 50 ଓଭରରେ 9 ୱିକେଟ୍ ହରାଇ 237 ରନ ସଂଗ୍ରହ କରିଛି।
ଅହମଦାବାଦ: ୱେଷ୍ଟଇଣ୍ଡିଜ୍ ବିପକ୍ଷ ସିରିଜର ଦ୍ୱିତୀୟ ଦିନିକିଆରେ (ଭାରତ ବନାମ ୱେଷ୍ଟଇଣ୍ଡିଜ୍) ଭାରତୀୟ ଦଳ 50 ଓଭରରେ 9 ୱିକେଟ୍ ହରାଇ 237 ରନ ସଂଗ୍ରହ କରିଛି। ଏହି ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ଓପନର୍ ଭାବେ ପଦୋନ୍ନତି ଦେଇଛନ୍ତି ।

ୱେଷ୍ଟଇଣ୍ଡିଜ୍ ଅଧିନାୟକ କିରନ ପୋଲାର୍ଡ ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳୁଥିବା ଟିମ୍ ଇଣ୍ଡିଆର ପ୍ରଥମ 3 ୱିକେଟ୍ ଶୀଘ୍ର ଖସିଥିଲା । କେମର ରୋଚ ରୋହିତ ଶର୍ମାଙ୍କୁ ଇନିଂସର ତୃତୀୟ ଓଭରରେ ଆଉଟ୍ କରିଥିଲେ। ପନ୍ତ ଆଜି ପାଳି ଖୋଲିବାର ଦାୟିତ୍ୱ ଗ୍ରହଣ କରିଥିଲେ । କିନ୍ତୁ ସେ 18 ରନ୍ ସ୍କୋର କରିବା ପରେ ଓଡେନ୍ ସ୍ମିଥଙ୍କ ଶିକାର ହୋଇଥିଲେ।
ଇନିଂସର ଦ୍ୱାଦଶ ଓଭରରେ ସ୍ମିଥ ବିରାଟ କୋହଲିଙ୍କୁ ଶାଇ ହୋପଙ୍କ ଦ୍ୱାରା ଧରାଇଥିଲେ। ବିରାଟ 30 ଟି ବଲ ଖେଳି 3 ଚୌକା ମାରିଥିଲେ। ଏହା ପରେ ସୂର୍ଯ୍ୟକୁମାର ଯାଦବ ଏବଂ କେ.ଏଲ୍ ରାହୁଲ ଇନିଂସକୁ ଆଗକୁ ନେଇ ଚତୁର୍ଥ ୱିକେଟ୍ ପାଇଁ 91 ରନ୍ ଭାଗିଦାରୀ ବାଣ୍ଟିଥିଲେ। ରାହୁଲ 49 ରନର ବ୍ୟକ୍ତିଗତ ପାଳି ଖେଳି ଆଉଟ୍ ହୋଇଥିଲେ। ସେ 48 ବଲରେ 4 ଚୌକା ଓ 2 ଛକା ମାରିଥିଲେ । ସୂର୍ଯ୍ୟକୁମାର 83 ଟି ବଲରେ 5 ଟି ଚୌକା ସହ 64 ରନର ଏକ ଚମତ୍କାର ଇନିଂସ ଖେଳିଥିଲେ ।
ସୂର୍ଯ୍ୟକୁମାର ୮୩ ବଲରେ ୫ ଚୌକା ସହ ୬୪ ରନ୍ କରି ଫାବିଆନ୍ ଆଲେନଙ୍କ ଶିକାର ହୋଇଥିଲେ। ୱାଶିଂଟନ୍ ସୁନ୍ଦର ୨୪ ରନ୍ କରି ଅକିଲ୍ ହୋସେନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ପ୍ରଥମ ଦିନିକିଆରେ ପଦାର୍ପଣ କରିଥିବା ଦୀପକ ହୁଡା ୨୫ ବଲରେ ୨୯ ରନ୍ କରି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ। ଶାର୍ଦ୍ଦୁଲ ଠାକୁର (୮) ଓ ମହମ୍ମଦ ସିରାଜ (୩) ନିରାଶ କରିଥିଲେ। ୟୁଜବେନ୍ଦ୍ର ଚହଲ୍ ୧୧ ରନ୍ କରି ଅପରାଜିତ ଥିଲେ।












Click it and Unblock the Notifications