Get Updates
Get notified of breaking news, exclusive insights, and must-see stories!

ଭାରତ ବନାମ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ: ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍ ଦଳ ୧୬୨ ରନରେ ଅଲଆଉଟ୍

ଭାରତ ବନାମ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍ ଦଳକୁ ୧୬୨ ରନରେ ଅଲଆଉଟ୍ କରିବା ପରେ, ଟିମ୍ ଇଣ୍ଡିଆ ଏବେ ପ୍ରଥମ ଇନିଂସ ଖେଳୁଛି।

India vs West Indies 1st Test

ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଭାରତ- ଓ୍ବେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ । ଆଜି ପ୍ରଥମ ଦିନରେ ହିଁ ଓ୍ବେଷ୍ଟଇଣ୍ଡିଜ୍ ଭାରତୀୟ ବୋଲଙ୍କ ସମ୍ମୁଖୀନ ହୋଇନପାରି ମାତ୍ର ୧୬୨ ରନରେ ଅଲଆଉଟ୍ ହୋଇଯାଇଛି ।

ଏହି ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ୍ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଭାରତୀୟ ବୋଲରମାନେ ଆରମ୍ଭରୁ ହିଁ ଇଣ୍ଡିଜ ବ୍ୟାଟ୍ସମ୍ୟାନମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାରେ ସଫଳ ହୋଇଥିଲେ । ଇଣ୍ଡିଜ ମାତ୍ର ୧୨ ରନରେ ନିଜର ପ୍ରଥମ ଓ ୨୦ ରନରେ ୨ୟ ଓ୍ବିକେଟ ହରାଇଥିଲା । ଟାଙ୍ଗେରିନ ଚନ୍ଦ୍ରପଲ ୦ ଓ ଜନ କ୍ୟାମ୍ପବେଲ୍ ୮ ରନ କରି ଆଉଟ ହୋଇଥିଲେ । ଏହା ପରେ ବି ଇଣ୍ଡିଜର ଓ୍ବିକେଟ ପତନ ଜାରି ରହିଥିଲା । ଦଳ ପକ୍ଷରୁ ଜଷ୍ଟିନ ଗ୍ରିଭସ୍ ୩୨ରନ ଓ ସାଇ ହୋପ୍ ୨୬ ରନ କରିଥିଲେ । ସେହିପରି ରୋଷ୍ଟନ ଚେଜ୍ ୨୪ ରନ ଓ ବ୍ରାଣ୍ଡନ କିଙ୍ଗ୍ ୧୩ ରନ କରିଥିଲେ ।

ଭାରତ ପକ୍ଷରୁ ମହମ୍ମଦ ସିରାଜ ୪ଟି, ବୁମରା ୩ଟି ଓ କୁଳଦୀପ ଯାଦବ ୨ଟି ଓ୍ବିକେଟ ନେଇଥିଲେ । ଓ୍ବାସିଂଟନ ସୁନ୍ଦର ଗୋଟିଏ ଓ୍ବିକେଟ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+