ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ, 162 ରନରେ ଭାରତ ଆଗୁଆ
ଡୋମିନିକା: ଯୁବ ତାରକା ବ୍ୟାଟର ଯଶସ୍ବୀ ଜୈସ୍ବାଲ ଓ ଅଧିନାୟକ ରୋହିତ ଶର୍ମାଙ୍କ ଚମତ୍କାର ଶତକୀୟ ପାଳି ବଳରେ ଭାରତ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଦୃଢ ସ୍ଥିତିରେ ରହିଛି । ପ୍ରଥମ ପାଳିରେ ଭାରତ 162 ରନରେ ଆଗୁଆ ରହିଛି । ପ୍ରଥମ ଦିବସରେ ଘରୋଇ ଦଳ ମାତ୍ର 150 ରନରେ ସମସ୍ତ ୱିକେଟ୍ ହରାଇଥିଲା । ଜବାବରେ ଦ୍ୱିତୀୟ ଦିନରେ ଭାରତ 312ରେ ଦୁଇ ୱିକେଟ୍ ହରାଇଛି । ଅଧିନାୟକ ରୋହିତ ଶର୍ମା ଏବଂ ପଦାର୍ପଣକାରୀ ଯଶସ୍ୱୀ ଜୟସଓ୍ୱାଲ୍ଙ୍କ ଦ୍ବିଶତକ ଭାଗୀଦାରି କରିଛନ୍ତି ।

ଏହି ଶତକ ସହ ଜୟସଓ୍ୱାଲ ଅନେକ ମାଇଲଖୁଣ୍ଟରେ ସାମିଲ ହୋଇଛନ୍ତି। ଟେଷ୍ଟ ପଦାର୍ପଣରେ ଓପନର୍ ଭାବେ ଶତକ ଅର୍ଜନ କରିବାରେ ସେ ତୃତୀୟ ଭାରତୀୟ ହୋଇଛନ୍ତି । ଜୟସଓ୍ୱାଲ୍ 143ରେ ଅପରାଜିତ ଥିବା ବେଳେ ବିରାଟ କୋହଲି 36 ରନ କରି କ୍ରିଜରେ ଅଛନ୍ତି ।
ଦ୍ବିତୀୟ ଦିନ ବିନା ୱିକେଟରେ 80ରନରୁ ଖେଳ ଆରମ୍ଭ କରିଥିଲା ଭାରତ । ଦୁଇ ଓପନର ଦର୍ଶନୀୟ ସଟ ଖେଳି ଭାରତୀୟ ରନ ଗାଡିକୁ ଆଗକୁ ନେଇଥିଲେ । ଲଞ୍ଚ ବ୍ରେକ ପୂର୍ବରୁ ଭାରତର ସ୍କୋର 146 ରହିଥିଲା । 68.6 ଓଭରରେ ଶତକ ହାସଲ କରିଥିଲେ ଯଶସ୍ବୀ । ଏହା ପରେ 72 ଓଭରରେ ରୋହିତ ଶର୍ମା ଶତକ ହାସଲ କରିଥିଲେ । ଏହା ପରେ ଦଳୀୟ ସ୍କୋର 229ରେ ପହଞ୍ଚିଥିଲା । 75ତମ ଓଭରରେ ରୋହିତ ବ୍ୟକ୍ତିଗତ 221 ବଲରୁ 103 ରନ କରି ଏଲିକ ଆଥାଞ୍ଜିଙ୍କ ଶିକାର ହୋଇଥିଲେ । ଏହା ପରେ ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ଶୁଭମନ ଗିଲ୍ । ପୂଜାରାଙ୍କ ସ୍ଥାନ ନେଇ ଗିଲ ସଫଳ ହୋଇନଥିଲେ । ମାତ୍ର 6 ରନ କରି ଆଉଟ ହୋଇଥିଲେ ଶୁଭମନ । ଏହାପରେ ବ୍ୟାଟିଂ କରିବାକୁ ଆସିଥିଲେ ବିରାଟ କୋହଲି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications