Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଭାରତ ବନାମ ୱେଷ୍ଟଇଣ୍ଡିଜ ପ୍ରଥମ ଟେଷ୍ଟ: କେବେ ଓ କେଉଁଠି ଦେଖିବେ ମ୍ୟାଚ୍ ?, ଜାଣନ୍ତୁ ସବୁକିଛି

IND vs WI 1st Test: ଆଜିଠୁ ଆରମ୍ଭ ହେବାକୁ ହେଉଛି ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ । ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ସହ ତୃତୀୟ ବିଶ୍ୱ ଟେଷ୍ଟ ଚାମ୍ପିଅନସପି ଅଭିଯାନ ଆରମ୍ଭ କରିବ ଭାରତ । ଗତ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା ଟିମ ଇଣ୍ଡିଆ । ତେଣୁ ଏହି ସିରିଜର ଉଭୟ ମ୍ୟାଚରୁ ସମ୍ପୂର୍ଣ୍ଣ ପଏଣ୍ଟ ହାସଲ ଲକ୍ଷ୍ୟରେ ରହିଛି ଭାରତ ।

ଏହି ଭ୍ରମଣରେ ହେବାକୁ ଥିବା ଟେଷ୍ଟ ସିରିଜ୍ ପାଇଁ ଭାରତ ଏହାର ଟେଷ୍ଟ ଦଳରେ କିଛି ବଡ ପରିବର୍ତ୍ତନ କରିଛି। କ୍ରମାଗତ ୨ ଟି WTC ଫାଇନାଲରେ ପରାଜୟ ପରେ, ଚୟନକର୍ତ୍ତାମାନେ ଟେଷ୍ଟ ଦଳର କିଛି ନୂତନ ଖେଳାଳିଙ୍କୁ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସିରିଜ ପାଇଁ ଯଶସ୍ୱୀ ଜୟସ୍ଵାଲ ଏବଂ ରିତୁରାଜ ଗାଇକ୍ଵାଡଙ୍କୁ ଦଳରେ ସାମିଲ କରାଯାଇଛି । ଏଥି ସହ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରାଙ୍କୁ ଦଳରେ ସାମିଲ କରାଯାଇ ନାହିଁ ।

India vs West Indies 1st Test

ତେବେ ଆଜି ମ୍ୟାଚରେ ଯୁବ ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜଶୱାଲ ତାଙ୍କର ପ୍ରଥମ ଟେଷ୍ଟ ଡେବ୍ୟୁ କରିବା ସହ ଓପନ କରିବେ ବୋଲି ଅଧିନାୟକ ରୋହିତ ଶର୍ମା କହି ସାରିଛନ୍ତି । ଟିମ୍‌ରେ ଶୁଭମନ୍ ଗିଲ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ । ମହମ୍ମଦ ସିରାଜ ବୋଲିଂ ଭାର ସମ୍ଭାଳିବେ । ପେସ ବୋଲର ନବଦୀପ ସାଇନି ଓ ସର୍ଦ୍ଦୁଳ ଠାକୁରଙ୍କୁ ଚୂଡାନ୍ତ ଦଳରେ ସ୍ଥାନ ମିଳିପାରେ । ସେହିପରି ଋତୁରାଜ ଗାଏକୱାଡଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି ।

ଅନ୍ୟପଟେ ଦିନିକିଆ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରିପାରି ନଥିବା ୱେଷ୍ଟଇଣ୍ଡିଜ ଟିମ୍ ଘରୋଇ ମାଟିରେ ଚାପରେ ରହିବ । ଜିମ୍ବାୱେଠୁ ଦିନିକିଆ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ଶୋଚନୀୟ ପରାଜୟ ବରଣ କରି ୱେଷ୍ଟଇଣ୍ଡିଜ୍‌ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛି ।

ହେଡ୍ ଟୁ ହେଡ୍ ରେକର୍ଡ:

ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ଫର୍ମାଟରେ ଏପର୍ଯ୍ୟନ୍ତ ୯୮ ଟି ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ଭାରତ ୨୨ ଟି ମ୍ୟାଚ ଜିତିଥିବାବେଳେ ୱେଷ୍ଟଇଣ୍ଡିଜ ଦଳ ୩୦ ଟି ମ୍ୟାଚ ଜିତିଛି। ଏହା ବ୍ୟତୀତ ୪୬ ଟି ମ୍ୟାଚ୍ ଡ୍ରରେ ଶେଷ ହୋଇଛି। ୨୦୦୨ ପରଠାରୁ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଗୋଟିଏ ଟେଷ୍ଟ ସିରିଜରେ ଭାରତ ପରାଜୟର ସମ୍ମୁଖୀନ ହୋଇ ନାହିଁ ଏବଂ ଏପର୍ଯ୍ୟନ୍ତ କ୍ରମାଗତ ୮ ଟି ସିରିଜ୍ ଜିତିଛି।

ପ୍ରଥମ ମ୍ୟାଚ୍ କେବେ ଏବଂ କେଉଁଠି ଦେଖିବା ?

ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ଜୁଲାଇ ୧୨ ତାରିଖରେ ଡୋମିନିକାର ୱିଣ୍ଡସର ପାର୍କରେ ଆରମ୍ଭ ହେବ। ଏହି ମ୍ୟାଚ୍ ଆରମ୍ଭ ଭାରତୀୟ ସମୟ ସନ୍ଧ୍ୟା ୭.୩୦ ରେ ହେବ। ଏହି ମ୍ୟାଚ୍ ଟିଭିରେ ଡିଡି ସ୍ପୋର୍ଟସ ଚ୍ୟାନେଲରେ ସିଧା ପ୍ରସାରଣ ହେବ। ଏହି ମ୍ୟାଚର ଅନ୍ଲାଇନ୍ ଲାଇଭ୍ ଷ୍ଟ୍ରିମିଂ ଫ୍ୟାନ୍ କୋଡ୍ ଆପ୍ ଏବଂ ଜିଓ ସିନେମାରେ କରାଯିବ।

  • ସମ୍ଭାବ୍ୟ ଭାରତୀୟ ଏକାଦଶ: ରୋହିତ ଶର୍ମା, ଯଶସ୍ୱୀ ଜୟସ୍ୱାଲ୍‌, ଶୁବମନ ଗିଲ୍‌, ବିରାଟ କୋହଲି, ଅଜିଙ୍କ୍ୟ ରାହାଣେ, କେଏସ୍‌ ଭରତ (ୱିକେଟ୍‌ କିପର୍‌), ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ୱିନ, ଶାର୍ଦ୍ଦୁଳ ଠାକୁର, ଜୟଦେବ ଉନାଦକଟ୍‌, ମହମ୍ମଦ ସିରାଜ ।
  • ସମ୍ଭାବ୍ୟ ୱେଷ୍ଟଇଣ୍ଡିଜ୍‌ ଏକାଦଶ: କ୍ରେଗ୍‌ ବ୍ରାଥୱେଟ୍‌, ତ୍ୟାଗନାରାୟଣ ଚନ୍ଦ୍ରପଲ୍‌, ରେମଣ୍ଡ ରିଫର, ଜର୍ମାଇନ୍‌ ବ୍ଲାକ୍‌ଉଡ୍‌, କିର୍କ ମ୍ୟାକେଞ୍ଜି, ଜୋସୁଆ ଡା ସିଲ୍‌ଭା, ରାଖିମ୍‌ କର୍ଣ୍ଣୱାଲ୍‌, ଜାସନ୍‌ ହୋଲ୍ଡର, ଜୋମେଲ୍‌ ୱାରିକାନ୍‌, ଅଲଜାରି ଜୋସେଫ୍‌, କେମାର ରୋଚ୍‌ ।
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+