Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଭାରତ ବନାମ ଶ୍ରୀଲଙ୍କା ଦିନିକିଆ: ଏହି ଏକାଦଶ ସହ ଖେଳିବ ଭାରତ, ବାଦ ପଡ଼ିବେ ଏହି ୪

ଆଜିଠୁ ଭାରତ ବନାମ ଶ୍ରୀଲଙ୍କା ଦିନିକିଆ । ଟି-୨୦ ସିରିଜ ପରେ ଦିନିକିଆ ସିରିଜ ଆଜିଠାରୁ ଆରମ୍ଭ ହେବ। । ତେବେ ସିରିଜ ଆରମ୍ଭରୁ ଶ୍ରୀଲଙ୍କାକୁ ବଡ଼ ଝଟ୍‌କା ଲାଗିଛି । ଘରୋଇ ଦଳ ଏବେ ଆହତ ଓ ଅସୁସ୍ଥ ସମସ୍ୟା ଭିତରେ ଗତି କରୁଛି।

ଏପରି ସ୍ଥିତିରେ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ ଓ କୁଲଦୀପ ୟାଦବ ଭାରତୀୟ ଦଳ ସହିତ ଯୋଗ ଦେଇସାରିଥିବାରୁ ଶ୍ରୀଲଙ୍କା ଉପରେ ଅତିରିକ୍ତ ଚାପ ରହିବ।

ଶ୍ରୀଲଙ୍କା କିନ୍ତୁ ଘରୋଇ ଶୃଙ୍ଖଳାରେ ଖରାପ ସମୟ ଦେଇ ଗତି କରୁଛି। ପ୍ରଥମରୁ ଦ୍ରୁତ ବୋଲର ଦିଲସାନ ମଧୁଶଙ୍କା ହାର୍ମଷ୍ଟ୍ରିଙ୍ଗ୍‌ରେ ଆହତ ହୋଇ ବାଦ୍‌ ପଡ଼ିଥିଲା ବେଳେ ମଥିସା ପଥିରଣାଙ୍କ କାନ୍ଧରେ ଆଘାତ ଲାଗିଛି। ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ଶ୍ରୀଲଙ୍କା ତିନୋଟି ଯାକ ମ୍ୟାଚ୍‌ ଜିତିବା ସ୍ଥିତିରେ ଥିଲା, କିନ୍ତୁ ମଧ୍ୟକ୍ରମ ବ୍ୟାଟର୍‌ମାନେ ଶୀଘ୍ର ଆଉଟ୍‌ ହୋଇଯାଉଥିବାରୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେଣୁ ଏହି ଦିଗ‌ ଉପରେ ଘରୋଇ ଦଳକୁ ଯତ୍ନବାନ୍‌ ହେବାକୁ ପଡ଼ିବ। ଏଥିସହିତ ଦ୍ରୁତ ବୋଲରଙ୍କ ପାଖରେ ଅଭିଜ୍ଞତା କମ୍‌ ରହୁଥିବାରୁ ସ୍ପିନ୍‌ ଆକ୍ରମଣ ଉପରେ ଦଳକୁ ନିର୍ଭର କରିବାକୁ ହେବ। ଭାରତ ବିପକ୍ଷରେ ଶ୍ରୀଲଙ୍କା ଗତ ୧୦ ମ୍ୟାଚ୍‌ରେ ବିଜୟର ସ୍ବାଦ ଚାଖିପାରିନି। ତେଣୁ ଘରୋଇ ପରିବେଶରେ ଏହି ଧାରା ଭାଙ୍ଗିବା ବଡ଼ ଲକ୍ଷ୍ୟ ହେବ।ଗୌତମ ଗମ୍ଭୀରଙ୍କ ପାଇଁ ପ୍ରଥମ ପାହାଚ ବହୁତ ଭଲ ଥିଲା ।

ind vs sl

ତେବେ ଦ୍ବିତୀୟ ପାହାଚ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ତେବେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଭାରତକୁ କେବଳ ୬ଟି ଦିନିକିଆ ଖେଳିବାକୁ ଖେଳସୂଚୀ ରହିଛି । ପ୍ରଥମ ତିନୋଟି ଶ୍ରୀଲଙ୍କା ବିପକ୍ଷରେ ଖେଳିବା ପରେ ଆସନ୍ତା ବର୍ଷ ଇଂଲଣ୍ଡ ସହିତ ଘରୋଇ ଶୃଙ୍ଖଳା ଖେଳିବ । ତେଣୁ ସୀମିତ ମ୍ୟାଚ୍‌ ଥିବାରୁ ନୂଆ ପ୍ରଶିକ୍ଷକ ଓ ଅଧିନାୟକଙ୍କ ପାଇଁ ଦଳର ରୂପରେଖ କରିବାକୁ ମଧ୍ୟ ସମୟ କମ୍‌ ରହିବ ।

ଏହାମଧ୍ୟରେ ପ୍ରଥମ ଲକ୍ଷ୍ୟ ରହିବ-ଯଶପ୍ରୀତ୍‌ ବୁମ୍‌ରା ଓ ମହମ୍ମଦ ସିରାଜଙ୍କ ପରେ ଦଳର ତୃତୀୟ ସ୍ଥାୟୀ ‌ଦ୍ରୁତ ବୋଲର କିଏ ହେବେ? ମହମ୍ମଦ ସାମି ଗତବର୍ଷ ଦିନିକିଆ ବିଶ୍ବକପ୍‌ରେ ବହୁତ ଭଲ ପ୍ରଦର୍ଶନ ଦେଇଥିଲେ, କିନ୍ତୁ ଦଳ ଏବେ ଜଣେ ନୂଆ ବୋଲର୍‌ଙ୍କ ସନ୍ଧାନରେ ରହିଛି। ଯେଉଁଥିପାଇଁ ଅର୍ଶଦୀପ ସିଂହ ଓ ଖଲିଲ୍‌ ଅହମଦଙ୍କ ପରେ କୋଲକାତା ନାଇଟ୍‌ ରାଇଡର୍ସରେ ଖେଳିଥିବା ହର୍ଷିତ ରାଣାକୁ ନେଇ ମଧ୍ୟ ପରୀକ୍ଷା କରିବ।

ଶ୍ରୀଲଙ୍କାରେ ସିରାଜ ଦ୍ରୁତ ବୋଲରଙ୍କ ନେତୃତ୍ବ ନେବେ। ଗତ ଏସିଆ କପ୍‌ରେ ଏଠାରେ ୨୧ ରନ୍‌ ବିନିମୟରେ ୬ ୱିକେଟ୍‌ ନେଇ ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଏବେ ପୂର୍ବ ପ୍ରଦର୍ଶନ ଦୋହରାଇବା ତାଙ୍କ ପାଇଁ ଆହ୍ବାନ ହେବ। ୱିକେଟ୍‌କିପରଙ୍କୁ ନେଇ ଆଉ ଏକ ଦ୍ବନ୍ଦ୍ବ ପ୍ରଶିକ୍ଷକ ଓ ଅଧିନାୟକଙ୍କ ଆଗରେ ରହିବ। କେଏଲ୍‌ ରାହୁଲ୍‌ ଏହି ଦାୟିତ୍ବ ତୁଲାଇବେ ନା ଅନେକ ଦିନ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଋଷଭ ପନ୍ତ୍‌ ତାଙ୍କ ସ୍ଥାନ ବଜାୟ ରଖିବେ? ପନ୍ତ୍‌ଙ୍କ ଅନୁପସ୍ଥିତିରେ ରାହୁଲ୍‌ ୱିକେଟ୍‌ ପଛରେ ଭଲ ପ୍ରଦର୍ଶନ ଦେଇଥିଲା ବେଳେ ମଧ୍ୟକ୍ରମ ବ୍ୟାଟିଂରେ ମଧ୍ୟ ସନ୍ତୁଳନ ରକ୍ଷା କରୁଥିଲେ। ଅନ୍ୟପକ୍ଷରେ ପନ୍ତ ଦଳକୁ ଏକ ଅତିରିକ୍ତ ବାମହାତୀ ବ୍ୟାଟର୍‌ ବିକଳ୍ପ ହୋଇପାରୁଛନ୍ତି।

ସମ୍ଭାବ୍ୟ ଭାରତୀୟ ଦଳ:ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ/କେଏଲ୍‌ ରାହୁଲ (ୱିକେଟରକ୍ଷକ), ଶିବମ ଦୁବେ/ରିୟାନ ପରାଗ, ଅକ୍ଷର ପଟେଲ୍‌, କୁଲଦୀପ ୟାଦବ, ଖଲିଲ ଅହମଦ/ହର୍ଷିତ ରାଣା, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ।
ସମ୍ଭାବ୍ୟ ଶ୍ରୀଲଙ୍କା ଦଳ:ପଥୁମ ନିଶଙ୍କ, କୁଶାଲ ମେଣ୍ଡିସ୍‌, ସଦୀରା ସମରବିକ୍ରମା, କାମିନ୍ଦୁ ମେଣ୍ଡିସ୍‌, ଚାରିତ ଅସଲଙ୍କା (ଅଧିନାୟକ), ଜାନିଥ ଲିୟାନାଗେ, ଦୁନିତ ୱେଲାଲଗେ/ଚାମିକା କରୁଣାରତ୍ନେ, ୱାନିନ୍ଦୁ ହସରଙ୍ଗା, ମହେଶ ତୀକ୍ଷଣା, ମହମ୍ମଦ ସିରାଜ/ଈଶାନ ମାଲିଙ୍ଗା, ଅସିତ ଫର୍ଣ୍ଣାଣ୍ଡୋ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+