ଶ୍ରୀଲଙ୍କା ପାଇଁ ୧୭୩ ରନର ଟର୍ଗେଟ ଦେଲା ଭାରତ

ଦୁବାଇରେ ଖେଳା ଯାଉଥିବା ଏହି ମ୍ୟାଚ୍‌ରେ ଭାରତର ଅଧିନାୟକ ହରମନପ୍ରୀତ କୌର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ୱିକେଟ ପାଇଁ ଶେଫାଳି ଓ ମନ୍ଧାନା ୯୮ ରନର ଭାଗିଦାରୀ କରିଥିଲେ। ଫର୍ମ ପାଇଁ ବିଶ୍ୱକପରେ ସଂଘର୍ଷ କରୁଥିବା ମନ୍ଧାନାଙ୍କ ବ୍ୟାଟରୁ ପ୍ରଥମ ଅର୍ଦ୍ଧଶତକ ମଧ୍ୟ ଦେଖିବାକୁ ମିଳିଥିଲା।

ଶ୍ରୀଲଙ୍କା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୨୦ ଓଭରରେ ୩ ୱିକେଟ ହରାଇ ୧୭୨ ରନ୍ କରିଛି। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୩ ରନ୍ ରହିଛି। ଭାରତ ପକ୍ଷରୁ ଶେଫାଳୀ ବର୍ମା ପ୍ରଥମେ ବ୍ୟାଟିଂ କରିବାକୁ ଆସି ୪୩ ରନ୍ କରିଥିଲେ। ସେହିପରି ସ୍ମୃତି ମନ୍ଧାନା ୫୦ ରନ୍ କରିଥିବାବେଳେ ଅଧିନାୟକ ହରମିନପ୍ରୀତ୍ କୌର ଅପରାଜିତ ୫୨ ରନ୍ କରିଥିଲେ।

India vs Sri Lanka

କ୍ୟାପଟେନ ହରମାନପ୍ରୀତ କୌର ଭାରତ ପାଇଁ ତୋଫାନୀ ଇନିଂସ ଖେଳିଥିଲେ। ୨୭ ଟି ବଲରେ ଭାରତୀୟ ଅଧିନାୟକ ୫୨ ରନ୍ ସଂଗ୍ରହ କରିଥିଲେ। ସେ ତାଙ୍କ ଇନିଂସରେ ୮ ଚୌକା ଓ ଗୋଟିଏ ଛକା ମାରିଥିଲେ। ଓପନର୍ ସ୍ମୃତି ମନ୍ଧାନା ୩୮ ବଲରେ ୫୦ ରନ୍ ସ୍କୋର କରିଥିଲେ। ଏହା ବ୍ୟତୀତ ଶେଫାଳୀ ବର୍ମା ୪୦ ବଲରେ ୪୩ ରନ୍ କରିଥିଲେ। ଶ୍ରୀଲଙ୍କା ପାଇଁ ଚାମାରି ଅଟପାଟ୍ଟୁ ଏବଂ ଆନା କାଞ୍ଚନା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+