Get Updates
Get notified of breaking news, exclusive insights, and must-see stories!

ତୃତୀୟ ଦିନିକିଆ: ୭୪ତମ ଅନ୍ତର୍ଜାତୀୟ ଶତକ ହାସଲ କଲେ କୋହଲି

ବିରାଟଙ୍କର ଏହା ୪୬ ତମ ଦିନିକିଆ ଶତକ ତଥା ୭୪ତମ ଅନ୍ତର୍ଜାତୀୟ ଶତକ । ୮୫ ବଲରୁ ସେ ଏହି ଶତକ ହାସଲ କରିଛନ୍ତି । ଏଥିରେ ୧୦ଟି ଚୌକା ଏବଂ ଗୋଟିଏ ଛକା ସାମିଲ ରହିଛି ।

ଥିରୁବନନ୍ତପୁରମ୍‌: ଆଜି ସ୍ଥାନୀୟ 'ଗ୍ରିନ୍‌ଫିଲ୍‌ଡ୍‌ ଇଣ୍ଟର୍‌ନ୍ୟାସନାଲ୍‌ ଷ୍ଟାଡିୟମ୍‌'ରେ ଖେଳାଯାଉଛି ଭାରତ ବନାମ ଶ୍ରୀଲଙ୍କା ତୃତୀୟ ଆନ୍ତର୍ଜାତିକ ଦିନିକିଆ । ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତ । ଘରୋଇ ଦଳ ପକ୍ଷରୁ ଶତକ ହାସଲ କରିଛନ୍ତି ବିରାଟ କୋହଲି ।

Virat Kohli

ତେବେ ବିରାଟଙ୍କର ଏହା ୪୬ ତମ ଦିନିକିଆ ଶତକ ତଥା ୭୪ତମ ଅନ୍ତର୍ଜାତୀୟ ଶତକ । ୮୫ ବଲରୁ ସେ ଏହି ଶତକ ହାସଲ କରିଛନ୍ତି । ଏଥିରେ ୧୦ଟି ଚୌକା ଏବଂ ଗୋଟିଏ ଛକା ସାମିଲ ରହିଛି । ପ୍ରଥମ ଦିନିକିଆରେ ମଧ୍ୟ ବିରାଟ ଦମଦାର ଶତକ ହାସଲ କରିଥିଲେ । ଏହି ସିରିଜରେ ଏହା କୋହଲିଙ୍କର ଦ୍ୱିତୀୟ ଶତକ ।

ଏହା ପୂର୍ବରୁ ଶୁବମନ ଗିଲ୍‌ ୮୯ଟି ବଲ୍‌ ଖେଳି ଶତକ ହାସଲ କରିଥିଲେ। ସେ ଏହି ଶତକରେ ୧୧ ଚୌକା ଓ ୨ ଛକା ସାମିଲ କରିଥିଲେ। ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ଏହା ଥିଲା ଶୁବମନଙ୍କ ୨ୟ ଶତକ। ଏହା ପୂର୍ବରୁ ଶୁବମନ ଗିଲ ଜିମ୍ବାୱେ ବିପକ୍ଷରେ ଗତବ‌ର୍ଷ ଅଗଷ୍ଟ ୨୨ ତାରିଖରେ ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ। ଗିଲ ଆଉଟ୍‌ ହେବା ପୂର୍ବରୁ ୯୭ଟି ବଲ୍‌ ଖେଳି ୧୪ଟି ଚୌକା ଓ ୨ଟି ଛକା ବଳରେ ୧୧୬ ରନ୍‌ ସଂଗ୍ରହ କରିଥିଲେ।

ଉଲ୍ଲେଖଥାଉ କି, ବିରାଟ କୋହଲି ଏପର୍ଯ୍ୟନ୍ତ ୪୬ଟି ଦିନିକିଆ, ୨୭ଟି ଟେଷ୍ଟ ଓ ଗୋଟିଏ ଟି-୨୦ ଅନ୍ତର୍ଜାତୀୟ ଶତକ ମାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+