ତୃତୀୟ ଦିନିକିଆ: ଭାରତର ରେକର୍ଡ ବିଜୟ, ୩-୦ରେ ପୋଛିଲା ଶୃଙ୍ଖଳା
ଆଜି ସ୍ଥାନୀୟ ‘ଗ୍ରିନ୍ଫିଲ୍ଡ ଇଣ୍ଟର୍ନ୍ୟାସନାଲ୍ ଷ୍ଟାଡିୟମ୍’ରେ ଖେଳାଇଥିବା ତୃତୀୟ ଦିନିକିଆରେ ସବୁଠାରୁ ବଡ଼ ବ୍ୟବଧାନରେ ମ୍ୟାଚ ଜିତିଛି । ଭାରତ ୨୦୦୮ର ରେକର୍ଡ ୧୫ ବର୍ଷ ପରେ ଭଙ୍ଗ କରିଛି । ୨୦୦୮ରେ ଆୟରଲାଣ୍ଡକୁ ନ୍ୟୁଜିଲାଣ୍ଡ ୨୯୦ ରନ୍ରେ ପରାସ୍ତ କରିଥିଲା ।
ଥିରୁବନନ୍ତପୁରମ୍: ଆଜି ସ୍ଥାନୀୟ 'ଗ୍ରିନ୍ଫିଲ୍ଡ ଇଣ୍ଟର୍ନ୍ୟାସନାଲ୍ ଷ୍ଟାଡିୟମ୍'ରେ ଖେଳାଇଥିବା ତୃତୀୟ ଦିନିକିଆରେ ସବୁଠାରୁ ବଡ଼ ବ୍ୟବଧାନରେ ମ୍ୟାଚ ଜିତିଛି । ଭାରତ ୨୦୦୮ର ରେକର୍ଡ ୧୫ ବର୍ଷ ପରେ ଭଙ୍ଗ କରିଛି । ୨୦୦୮ରେ ଆୟରଲାଣ୍ଡକୁ ନ୍ୟୁଜିଲାଣ୍ଡ ୨୯୦ ରନ୍ରେ ପରାସ୍ତ କରିଥିଲା। ହେଲେ ଆଜି ଶ୍ରୀଲଙ୍କାକୁ ୩୧୭ ରନ୍ରେ ହରାଇଲା ଭାରତ । ଏଥିସହ ଦିନିକିଆ ସିରିଜକୁ ୩-୦ରେ ଜିତିଲା ଭାରତ। ଶୁବମନ ଗିଲ ଓ ବିରାଟ କୋହଲିଙ୍କ ଧୂଆଁଧାର ଶତକ ଯୋଗୁ ତୃତୀୟ ଦିନିକିଆରେ ଶ୍ରୀଲଙ୍କା ଆଗରେ ୩୯୧ ରନ୍ର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୯୦ ରନ୍ କରିଥିଲା ।

ଆଜିର ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଟିମ୍ ଇଣ୍ଡିଆ ଉଭୟ ବ୍ୟାଟିଂ ଓ ବୋଲିଂ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ୪୨ ରନ୍(୪୯ ବଲ୍, ୩ ଛକା, ୨ ଚୌକା), ଶୁବମନ ଗିଲ୍ ୧୧୬(୯୭ ବଲ୍, ୨ ଛକା ୧୪ ଚୌକା), ବିରାଟ କୋହଲି ଅପରାଜିତ ୧୬୬(୧୧୦ ବଲ୍, ୮ ଛକା, ୧୩ ଚୌକା), ଶ୍ରେୟସ ଆୟର ୩୮ ରନ୍(୩୨ ବଲ୍, ଗୋଟିଏ ଛକା, ୨ ଚୌକା), କେଏଲ୍ ରାହୁଲ ୭ ରନ୍, ସୂର୍ଯ୍ୟକୁମାର ଯାଦବ ୪ ରନ୍, ଅକ୍ଷର ପଟେଲ ଅପରାଜିତ ୨ ରନ୍ କରିଥିଲେ। ଏହି ମ୍ୟାଚ୍ରେ ବିରାଟ କୋହଲି ତାଙ୍କ କ୍ୟାରିଅରର ୪୬ ତମ ଦିନିକିଆ ଶତକ ହାସଲ କରିଛନ୍ତି। ସେହିପରି ବୋଲିଂ କ୍ଷେତ୍ରରେ ମହମ୍ମଦ ସିରାଜ ଓ ମହମ୍ମଦ ସାମିଙ୍କ ଦ୍ରୁତ ବୋଲିଂରେ ଶ୍ରୀଲଙ୍କା କ୍ରମାଗତ ଭାବେ ୱିକେଟ୍ ହରାଇଥିଲା।
ତେବେ ୩୯୧ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିଲା ଶ୍ରୀଲଙ୍କା । ଦଳର ଆଗଧାଡ଼ିର ୫ ଜଣ ଖେଳାଳି ସ୍କୋର୍ ୩୭ ରନ୍ରେ ଆଉଟ୍ ହୋଇ ସାରିଥିଲେ । ଟିମ୍ର ରନ୍ ୫୦ ବେଳକୁ ଅତିଥି ଟିମ୍ ୭ଟି ୱିକେଟ୍ ହରାଇ ସାରିଥିଲା । ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ମହମ୍ମଦ ସାମି ଓ କୁଲଦୀପ ଯାଦବ ୨-୨ଟି ୱିକେଟ୍ ନେଇଥିଲେ। ଶ୍ରୀଲଙ୍କା ୨୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୩ ରନରେ ସମସ୍ତ ୱିକେଟ୍ ହରାଇଥିଲା ।












Click it and Unblock the Notifications