ଭାରତ ବନାମ ଶ୍ରୀଲଙ୍କା, ୩ୟ ଦିନିକିଆ: ପ୍ରଥମେ ବ୍ୟାଟିଂ କରୁଛି ଭାରତ
ଆଜି ସ୍ଥାନୀୟ ଥିରୁବନନ୍ତପୁରମର ‘ଗ୍ରିନ୍ଫିଲ୍ଡ୍ ଇଣ୍ଟର୍ନ୍ୟାସ୍ନାଲ୍ ଷ୍ଟାଡିୟମ୍’ରେ ଖେଳାଯାଉଛି ଭାରତ ବନାମ ଶ୍ରୀଲଙ୍କା ତୃତୀୟ ଆନ୍ତର୍ଜାତିକ ଦିନିକିଆ ।
ଥିରୁବନନ୍ତପୁରମ୍: ଆଜି ସ୍ଥାନୀୟ ଥିରୁବନନ୍ତପୁରମର 'ଗ୍ରିନ୍ଫିଲ୍ଡ୍ ଇଣ୍ଟର୍ନ୍ୟାସ୍ନାଲ୍ ଷ୍ଟାଡିୟମ୍'ରେ ଖେଳାଯାଉଛି ଭାରତ ବନାମ ଶ୍ରୀଲଙ୍କା ତୃତୀୟ ଆନ୍ତର୍ଜାତିକ ଦିନିକିଆ । ମ୍ୟାଚରେ ପ୍ରଥମେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା ।

ସଦ୍ୟତମ ସୂଚନା ଅନୁସାରେ, 10 ଓଭରରେ 75 ରନ କରି କୌଣସି ୱିକେଟ୍ ବ୍ୟୟ କରିନାହିଁ । ଭାରତ ପକ୍ଷରୁ ପାଳି ଆରମ୍ଭ କରିଛନ୍ତି ରୋହିତ ଶର୍ମା ଓ ଶୁବମନ୍ ଗିଲ୍ । ତେବେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜ୍ ଜିତି ସାରିଛି। ତେବେ ଆଜିର ମ୍ୟାଚ୍କୁ ଜିତି ଦଳ ସିରିଜ୍କୁ ୩-୦ରେ ହାତେଇବାକୁ ପ୍ରୟାସ କରିବ। ଅନ୍ୟପକ୍ଷରେ ଶ୍ରୀଲଙ୍କା ଏହି ମ୍ୟାଚ୍ ଜିତି ନିଜ ସମ୍ମାନ ରକ୍ଷା କରିବାକୁ ଚେଷ୍ଟା କରିବ। ଭାରତୀୟ ଟିମ୍ର ଚୂଡ଼ାନ୍ତ ଏକାଦଶରେ ୱାଶିଂଟନ ସୁନ୍ଦର ଓ ସୂର୍ଯ୍ୟକୁମାର ଯାଦବ। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଉମ୍ରାନ ମଲ୍ଲିକଙ୍କୁ ଆଜି ମ୍ୟାଚ୍ ପାଇଁ ବିଶ୍ରମ ଦିଆଯାଇଛି ।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ୍ ଆୟେର୍, କେ. ଏଲ୍. ରାହୁଲ୍ (ୱିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ଅକ୍ଷର ପଟେଲ୍, ୱାସିଂଟନ୍ ସୁନ୍ଦର, କୁଳଦୀପ ଯାଦବ, ମହମ୍ମଦ୍ ଶାମି ଓ ମହମ୍ମଦ୍ ସିରାଜ।
ଶ୍ରୀଲଙ୍କା ଦଳ: ଅଭିକ୍ଷା ଫର୍ଣ୍ଣାଣ୍ଡୋ, ନୁଆଉଦ୍ଦୀନ୍ ଫର୍ଣ୍ଣାଣ୍ଡୋ, କୁସଲ୍ ମେଣ୍ଡିସ୍ (ୱିକେଟ୍ରକ୍ଷକ), ଆଶେନ୍ ବାନ୍ଦ୍ରା, ଚରିତ ଆସାଲାଙ୍କା, ଦାସୁନ ଶନକା (ଅଧିନାୟକ), ୱାନିନ୍ଦୁ ହାସରଙ୍ଗା, ଜେଫ୍ରେ ବନ୍ଦରସେ, ଚମିକା କରୁଣାରତ୍ନେ, କାସୁନ ରଜିତା ଓ ଲାହିରୁ କୁମାର।












Click it and Unblock the Notifications