ଦ୍ବିତୀୟ ଦିନିକିଆ: ମ୍ୟାଚ ସହ ଆଗୁଆ ସିରିଜ ଜିତିଲା ଟିମ ଇଣ୍ଡିଆ
ଶ୍ରୀଲଙ୍କା ବିପକ୍ଷରେ ଦ୍ବିତୀୟ ଦିନିକିଆରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏଥି ସହିତ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି ଘରୋଇ ଭାରତୀୟ ଦଳ । ଆଜି ମ୍ୟାଚରେ ବିପକ୍ଷ ଶ୍ରୀଲଙ୍କାକୁ ୪ ୱିକଟେରେ ପରାସ୍ତ କରିଛି ଭାରତ ।
କୋଲକାତା: ଶ୍ରୀଲଙ୍କା ବିପକ୍ଷରେ ଦ୍ବିତୀୟ ଦିନିକିଆରେ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ଏଥି ସହିତ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ହାତେଇ ନେଇଛି ଘରୋଇ ଭାରତୀୟ ଦଳ । ଆଜି ମ୍ୟାଚରେ ବିପକ୍ଷ ଶ୍ରୀଲଙ୍କାକୁ ୪ ୱିକଟେରେ ପରାସ୍ତ କରିଛି ଭାରତ । ଶ୍ରୀଲଙ୍କା ୩୯.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୫ ରନ୍ କରିଥିବା ବେଳେ ଭାରତ ୬ ୱିକେଟ୍ ହରାଇ ୪୩.୨ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା ।

ଭାରତ ପକ୍ଷରୁ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା, ଶୁଭମନ ଗିଲ ଓ ବିରାଟ କୋହଲି ମୋଟ ୬୨ ରନ କରି ଆଉଟ ହୋଇଥିଲେ। କେଏଲ ରାହୁଲଙ୍କ ଲଢୁଆ ଅର୍ଦ୍ଧଶତକ (୬୪), ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପଯୋଗୀ ୩୬ ରନ ଓ ଶ୍ରେୟସ ଆୟରଙ୍କ ୨୮ ରନ ବଳରେ ଭାରତ ବିଜୟୀ ହୋଇଥିଲା। ପ୍ରଥମ ଦିନିକିଆରେ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶୁବମନ ଗିଲ୍ଙ୍କ ବ୍ୟାଟରୁ ଅର୍ଦ୍ଧଶତକ ବାହାରିଥିବା ବେଳେ ଆଜି ଯଥାକ୍ରମେ ୧୭ ଓ ୨୧ ରନ୍ କରି ଆଉଟ୍ ହୋଇଯାଇଥିଲେ। ଚମିକା କରୁଣାରତ୍ନେଙ୍କ ବଲ୍ରେ କୁଶଲ ମେଣ୍ଡିସ୍ଙ୍କ ହାତରେ ରୋହିତ କ୍ୟାଚ୍ ଆଉଟ୍ ହୋଇଥିଲେ। ଲହିରୁ କୁମାରାଙ୍କ ବଲ୍ରେ ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଶୁବମନ।
ଏହା ପରେ କେଏଲ ରାହୁଲଙ୍କ ସହିତ ମିଶି ଇନିଂସକୁ ସମ୍ଭାଳିବାକୁ ପ୍ରୟାସ କରିଥିଲେ ଶ୍ରେୟସ ଆୟର। ତେବେ ୩୩ଟି ବଲ୍ରେ ୨୮ ରନ୍ (୫ ଚୌକା) କରିଥିବା ବେଳେ କସୁନ ରଜିତାଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇଥିଲେ।
ଆଜି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ବୋଲିଂ ପାଇଁ ମୈଦାନକୁ ଓହ୍ଲାଇଥିଲା । ଶ୍ରୀଲଙ୍କା ପକ୍ଷରୁ ନୁୱେନ୍ଦୁ ଫର୍ନାଣ୍ଡୋ ୫୦, କୁଶଲ ମେଣ୍ଡିସ ୩୪ ଓ ଦୁନିଥ ୱେଲଆଲାଗି ୩୨ ରନ କରିଥିଲେ । ଫଳରେ ଦଳ ୩୯ ଓଭର ୪ଟି ବଲ ଖେଳି ୨୧୫ ରନରେ ଅଲଆଉଟ ହୋଇଯାଇଥିଲା ।












Click it and Unblock the Notifications