ପ୍ୟାରିସ ଅଲିମ୍ପିକ୍ସ ୨୦୨୪: ଆଜି ବ୍ରୋଞ୍ଚ ମେଡାଲ ପାଇଁ ଖେଳିବ ଟିମ ଇଣ୍ଡିଆ; ଭାରତ ବନାମ ସ୍ପେନ୍

ପ୍ୟାରିସ ଅଲିମ୍ପିକ୍ସର ସେମିଫାଇନାଲରେ ଭାରତର ଫାଇନାଲ ଆଶା ଧୂଳିସାତ ପରେ ଏବେ ଲକ୍ଷ୍ୟ ବ୍ରୋଞ୍ଚ ମେଡାଲର । ଅଲିମ୍ପିକ୍ସ ୪୪ ବର୍ଷ ପରେ ସ୍ବର୍ଣ୍ଣ ଜିତିବାର ଆଶା ବାନ୍ଧିଥିବା ହକି ଦଳକୁ ନିରାଶ ହେବାକୁ ପଡ଼ିଛି । ସେମିଫାଇନାଲରେ ପରାଜିତ ହୋଇଥିବା ଦୁଇ ଦଳ ଭାରତ ଓ ସ୍ପେନ କାଂସ୍ୟ ପଦକ ପାଇଁ ଲଢେଇ କରିବେ । ଆଜି ଭାରତୀୟ ସମୟ ସନ୍ଧ୍ୟା ୫.୩୦ରେ ଖେଳାଯିବ । ଭାରତ କାଂସ୍ୟ ପଦକକୁ ବଜାୟ ରଖିବା ଲକ୍ଷ୍ୟ ରଖି ଖେଳିବ ।

ହରମନପ୍ରୀତ ସିଂହ ଚମତ୍କାର ଫର୍ମରେ ରହି ୮ଟି ଗୋଲ ଦେଇଛନ୍ତି।

India vs Spain
ଗୋଲରକ୍ଷକ ଭାବେ ପି.ଆର ଶ୍ରୀଜେଶ ମଧ୍ୟ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ ସ୍ପେନକୁ ହରାଇ କାଂସ୍ୟ ପଦକ ଜିତିବାକୁ ଆଶା ରଖିଛି। ଅନ୍ୟପକ୍ଷରେ ସ୍ପେନ ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ ।

ଭାରତୀୟ ଦଳ ଲିଗ୍‌ ପର୍ଯ୍ୟାୟରେ ନ୍ୟୁଜିଲାଣ୍ଡକୁ ୩-୨ ଗୋଲରେ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ସହ ୧-୧ ବରାବର ରଖିଥିଲା। ୩ୟ ମ୍ୟାଚରେ ଆୟରଲାଣ୍ଡକୁ ୨-୦ ଗୋଲରେ ପରାସ୍ତ କରିଥିବା ବେଳେ ୪ର୍ଥ ମ୍ୟାଚରେ ବେଲଜିୟମ ନିକଟରୁ ୧-୨ ଗୋଲରେ ପରାଜିତ ହୋଇଥିଲା। ଶେଷ ଲିଗ୍‌ ମ୍ୟାଚରେ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଥିଲା। କ୍ବାର୍ଟର ଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ କରି ସେମିଫାଇନାଲରେ ପହଞ୍ଚିିଥିଲା। ସେମିରେ ଜର୍ମାନୀ ନିକଟରୁ ୩-୨ ଗୋଲରେ ପରାଜିତ ହୋଇଛି ।

ସ୍ପେନ କ୍ବାର୍ଟରଫାଇନାଲରେ ବେଲଜିୟମକୁ ପରାସ୍ତକରି ସେମିରେ ପହଞ୍ଚିଥିଲା। ସେମିରେ ନେଦରଲାଣ୍ଡ୍‌ସ ନିକଟରୁ ୪-୦ ଗୋଲରେ ପରାଜିତ ହୋଇଥିଲା। ସ୍ପେନ ଅଲିମ୍ପିକ୍ସରେ ୩ଥର ରୌପ୍ୟ ଓ ଥରେ କାଂସ୍ୟ ପଦକ ଜିତିଛି। ଅଲିମ୍ପିକ୍ସରେ ଭାରତ ଓ ସ୍ପେନ ୫ଥର ମୁହାଁମୁହିଁ ହୋଇଛନ୍ତି। ସେଥିମଧ୍ୟରୁ ଭାରତ ୪ଟି ଓ ସ୍ପେନ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।

ଚଳିତ ଅଲିମ୍ପିକ୍‌ସର ପ୍ରଦର୍ଶନକୁ ଦେଖିଲେ ଦୁଇ ଦଳ କେହି କାହାରିଠାରୁ କମ୍‌ ନୁହଁନ୍ତି। ସ୍ପେନ କ୍ବାର୍ଟରରେ ବେଲଜିୟମ ଭଳି ଦଳକୁ ହରାଇଥିବାରୁ ଭାରତକୁ ସତର୍କତାର ସହିତ ଖେଳିବାକୁ ପଡ଼ିବ। ଅଲିମ୍ପିକ୍‌ସରେ ଭାରତ ଏପର୍ଯ୍ୟନ୍ତ ୧୯୬୮ ମେକ୍ସିକୋ, ୧୯୭୨ ମ୍ୟୁନିକ୍‌ ଓ ୨୦୨୧ ଟୋକିଓ ଅଲିମ୍ପିକ୍‌ସରେ କାଂସ୍ୟ ପଦକ ଜିତିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+