୨ୟ ଦିନିକିଆ: ଆଜି ‘କର ବା ମର’ ମ୍ୟାଚ
ରବିବାର ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯିବ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବା ଲାଗି ଧାୱନ ବାହିନୀ ପାଇଁ ବିଜୟ ଅନିବାର୍
ରାଞ୍ଚି: ରବିବାର ଭାରତ ବନାମ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ଏଠାରେ ଖେଳାଯିବ । ପ୍ରଥମ ଦିନିକିଆରେ ପରାସ୍ତ ହେବା ପରେ ଭାରତ ପାଇଁ ଏହି ମ୍ୟାଚ୍ 'କର ବା ମର' ପରିସ୍ଥିତି ସୃଷ୍ଟି କରିଛି । ସିରିଜକୁ ଫେରିବା ଲାଗି ଧାୱନ ବାହିନୀ ପାଇଁ ବିଜୟ ଅନିବାର୍ଯ୍ୟ ହୋଇପଡିଛି । ଅନ୍ୟପଟେ ଟି-20 ସିରିଜ ହାରିଥିବା ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ବିଜୟ ପାଇଁ ସମସ୍ତ ପ୍ରସ୍ତୁତି କରିଛି । ଯଦିଓ ଏହି ଶୃଙ୍ଖଳାର ଫଳାଫଳ ବିଶ୍ବକପ୍ ପ୍ରସ୍ତୁତି ଉପରେ କୌଣସି ପ୍ରଭାବ ପକାଇବ ନାହିଁ, ତଥାପି ସମ୍ମାନ ଦୃଷ୍ଟିରୁ ଶିଖର ଧାୱନ ଏହି ମ୍ୟାଚ୍ ଜିତିବାକୁ ଚାହିଁବେ ।

ଏଭଳି ସ୍ଥିତିରେ ଦଳର ପ୍ରମୁଖ ଦ୍ରୁତ ବୋଲର ଦୀପକ ଚହରଙ୍କ ଆହତ ସମସ୍ୟା ଚିନ୍ତାର କାରଣ ପାଲଟିଛି । ତାଙ୍କ ସ୍ଥାନରେ ୱାସିଂଟନ୍ ସୁନ୍ଦର ବଦଳ ଖେଳାଳି ଭାବେ ସ୍ଥାନ ପାଇଛନ୍ତି । ଏପରିକି ମହମ୍ମଦ ସିରାଜ ଓ ଆୱେସ ଖାନ୍ ପ୍ରଥମ ମ୍ୟାଚ୍ରେ ପ୍ରଭାବୀ ହୋଇପାରିନଥିବାରୁ ବେଙ୍ଗଲ ଦ୍ରୁତ ବୋଲର ମୁକେଶ କୁମାରଙ୍କୁ ଦ୍ବିତୀୟ ମ୍ୟାଚ୍ରେ ଖେଳାଯିବା ସମ୍ଭାବନା ସୃଷ୍ଟି ହୋଇଛି ।
ପ୍ରଥମ ମ୍ୟାଚର ବିଜୟ ପରେ ଦକ୍ଷିଣ ଆଫ୍ରିକାର ମନୋବଳ ଦ୍ୱିଗୁଣା ହୋଇଯାଇଛି । ପ୍ରଥମ ମ୍ୟାଚ୍ରେ ଭାରତ ମାତ୍ର ୯ ରନ୍ରେ ପରାଜିତ ହୋଇଥିଲା । ଶ୍ରେୟାସ ଆୟର ଓ ସଞ୍ଜୁ ସାମସନ ଚମତ୍କାର ଇନିଂସ ଖେଳିଥିଲେ । ତଥାପି ଦ୍ୱିତୀୟ ଦିନିକିଆ ପୂର୍ବରୁ ବ୍ୟାଟିଂ ବିଭାଗକୁ ସୁଦୃଢ କରିବାକୁ ଭାରତ ଯୋଜନା କରିଛି । ବିଶେଷ କରି ଓପନର ଧୱନ ଓ ଶୁଭମନ ଗିଲଙ୍କ ବ୍ୟାଟରୁ ଉପଯୋଗୀ ଇନିଂସ ଆବଶ୍ୟକ ରହିଛି । ସେହିପରି ଋତୁରାଜ ଗାଏକୱାଡ୍ ଓ ଇଶାନ କିଷନ ମଧ୍ୟ ଦକ୍ଷତା ପ୍ରମାଣ କରିବା ପାଇଁ ଆଜିର ମ୍ୟାଚ୍ରେ ଆଉ ଏକ ସୁଯୋଗ ପାଇବେ । ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ ।
ତେବେ ଲକ୍ଷ୍ନୌରେ ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍କୁ ୪୦ ଓଭର ବିଶିଷ୍ଟ କରାଯାଇଥିଲା । ରାଞ୍ଚିରେ ମଧ୍ୟ ବର୍ଷା ସାଜିପାରେ ବାଧକ । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ରାଞ୍ଚିରେ ୨୦ ପ୍ରତିଶତ ବର୍ଷା ସମ୍ଭାବନା ରହିଛି ।
- ସମ୍ଭାବ୍ୟ ଭାରତ ଏକାଦଶ : ଶିଖର ଧାୱନ୍ (ଅଧିନାୟକ), ଶୁବମନ ଗିଲ୍, ଋତୁରାଜ ଗାଏକ୍ବାଡ, ଈଶାନ କିଶନ, ଶ୍ରେୟସ ଆୟର, ସଞ୍ଜୁ ସାମ୍ସନ (ୱିକେଟ୍ରକ୍ଷକ), ଶାର୍ଦୁଳ ଠାକୁର, ରବି ବିଷ୍ଣୋଇ/ସାହବାଜ୍ ଅହମ୍ମଦ, ଆୱେସ ଖାନ୍, କୁଲ୍ଦୀପ ଯାଦବ, ମହମ୍ମଦ ସିରାଜ।
- ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଏକାଦଶ : କ୍ବିଣ୍ଟନ ଡି' କକ୍, ଜାନେମନ ମଲାନ, ତେମ୍ବା ବଭୂମା (ଅଧିନାୟକ), ଏଦେନ୍ ମର୍କରାମ, ହେନ୍ରିକ୍ କ୍ଲାସେଁ, ଡେଭିଡ୍ ମିଲର, ୱେନ୍ ପାର୍ନେଲ/ଆନ୍ଦିଲେ ଫେଲୁକ୍ବାୟୋ, କେଶବ ମହାରାଜ, କାଗିସୋ ରବାଦା, ତାବ୍ରିଜ୍ ସାମ୍ସୀ/ମାର୍କୋ ଜାନ୍ସେନ/ଅନ୍ରିକ୍ ନର୍ଖିୟା, ଲୁଙ୍ଗି ଏନ୍ଗିଡ଼ି।












Click it and Unblock the Notifications