T20 World Cup 2024 Final: ବିଶ୍ଵକପ ଟ୍ରଫି ପାଇଁ ସାଉଥ ଆଫ୍ରିକାକୁ ୧୭୬ ରନ ଭିତରେ ଅଟକାଇବ ଭାରତ
T20 World Cup 2024 Final: ବିରାଟ କୋହଲି ଏବଂ ଅକ୍ଷର ପଟେଲଙ୍କ ଚମତ୍କାର ଇନିଂସ ଆଧାରରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମ୍ୟାଚରେ 7 ୱିକେଟ୍ ହରାଇବା ପରେ ଭାରତ 176 ରନ୍ ସଂଗ୍ରହ କରିଛି । ବିରାଟ କୋହଲି 76 ରନ୍ ଏବଂ ଅକ୍ଷର ପଟେଲ 47 ରନ୍ ସଂଗ୍ରହ କରିଥିଲେ। ଏଠାରୁ ଜିତିବା ପାଇଁ ଦକ୍ଷିଣ ଆଫ୍ରିକା 120 ବଲରେ 177 ରନ୍ ଆବଶ୍ୟକ ।

ଅକ୍ଷର ପଟେଲଙ୍କ ବ୍ୟାଟରୁ ବଡ଼ବଡ଼ ଶଟ ଦେଖିବାକୁ ମିଳିଥିଲା। ଉଭୟ ଦଳୀୟ ସ୍କୋରକୁ ୧୦୦ ପାର କରାଇବା ସହ ନିଜ ନିଜର ଅର୍ଦ୍ଧଶତକ ଆଡ଼କୁ ଯାଉଥିଲେ। କିନ୍ତୁ ଦଳୀୟ ସ୍କୋର ୧୦୬ ଥିବା ବେଳେ ବିରାଟଙ୍କ ସହ ଭୁଲ ବୁଝାମଣା ଯୋଗୁ ଅକ୍ଷର ପଟେଲ ରନ ଆଉଟ ହୋଇଯାଇଥିଲେ। ଅକ୍ଷର ଆଜି ୩୧ ବଲରେ ୪୭ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୪ଟି ଛକା ଓ ଗୋଟିଏ ଚୌକା ମାରିଛନ୍ତି।
ଏହାପରେ ଶିବମ ଦୁବେଙ୍କୁ ସାଥୀ କରିଥିଲେ ବିରାଟ। ହେଲେ ସେ ଦ୍ରୁତ ଗତିରେ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇ ନଥିଲେ। ସେ ୪୮ ବଲରେ ୫୦ ରନ ପୂରଣ କରିଥିଲେ। ଏହା ଚଳିତ ବିଶ୍ୱକପରେ ବିରାଟଙ୍କ ପ୍ରଥମ ଶତକ। ତେବେ ଅନ୍ୟପଟେ ଦୁବେ କିଛି ବଡ଼ ଶଟ ଖେଳିଥିଲେ।
୧୭ ଓଭର ସୁଦ୍ଧା ଭାରତ ୪ ୱିକେଟ ହରାଇ ୧୩୪ ରନ କରି ନେଇଥିଲା। ୧୮ତମ ଓଭର ବୋଲିଂ କରିବାକୁ ଆସିଥିଲେ କାଗିସୋ ରବାଡା। ତାଙ୍କର ପ୍ରଥମ ବଲରେ ବିରାଟ ଏକ ବିରାଟ ଛକା ମାରିଥିଲେ। ଦ୍ୱିତୀୟ ବଲରୁ ସେ ୨ ରନ ଓ ତୃତୀୟ ବଲରେ ଚୌକା ମାରିଥିଲେ। ଏହି ଓଭରରେ ଭାରତକୁ ୧୬ ରନ ମିଳିଥିଲା। ଏଥିସହ ଦଳୀୟ ସ୍କୋର ୧୫୦ରେ ପହଞ୍ଚିଥିଲା।
୧୯ତମ ଓଭର ନେଇ ଆସିଥିଲେ ମାର୍କୋ ୟାନସେନ। କିନ୍ତୁ ସେ ନୋ ବଲ ପକାଇଥିଲେ। ଫ୍ରି ହିଟକୁ ବିରାଟ ମିସ କରି ଯାଇଥିଲେ। ପରବର୍ତ୍ତୀ ବଲରେ ସେ କିନ୍ତୁ ଚୌକା ମାରିଥିଲେ। ତୃତୀୟ ବଲରେ ୨ ରନ ମିଳିଥିଲା। ୪ର୍ଥ ବଲରେ ବିରାଟ ପୁଣି ଗୋଟିଏ ଛକା ମାରିଥିଲେ। ତେବେ ୫ମ ବଲରେ ସେ ଆଉଯ ହୋଇଯାଇଥିଲେ। ବିରାଟ ଆଜି ୫୯ ବଲରେ ୭୬ ରନର ଇନିଂସ ଖେଳିଛନ୍ତି। ଏହି ଇନିଂସରେ ସେ ୬ଟି ଚୌକା ଓ ୨ଟି ଛକା ମାରିଛନ୍ତି। ୟାନସେନଙ୍କ ଓଭରର ଶେଷ ବଲରେ ହାର୍ଦ୍ଦିକ ପାଣ୍ତ୍ୟା ଚୌକା ମାରିବାରୁ ଦଳୀୟ ସ୍କୋର ୧୬୭ ରନରେ ପହଞ୍ଚିଥିଲା।
ଶେଷ ଓଭର ନେଇ ଆସିଥିଲେ ଅନରିଚ ନୋର୍ଖିୟା। ସେ ୱାଇଡରୁ ଷ୍ଟାର୍ଟ କରିଥିଲେ। ଏହାପରେ ଦୁବେ ୧ ରନ ନେଇଥିଲେ। ଦ୍ୱିତୀୟ ବଲରେ ମଧ୍ୟ ପାଣ୍ଡ୍ୟାଙ୍କୁ ୧ ରନ ମିଳିଥିଲା। ତୃତୀୟ ବଲରେ ଦୁବେ ଚୌକା ମାରିଥିଲେ। ୪ର୍ଥ ବଲରେ ଦୁବେ ଆଟ ହୋଇଯାଇଥିଲେ। ସେ ୧୬ ବଲରେ ୨୭ ରନ କରି ଆଉଟ ହୋଇଛନ୍ତି। ଏହାପରେ ଆସିଥିବା ରବୀନ୍ଦ୍ର ଜାଡେଜା ୨ ରନ ଆଦାୟ କରିଥିଲେ। ଶେଷ ବଲରେ ସେ ମଧ୍ୟ ଆଉଟ ହୋଇଯାଇଥିଲେ। ଫଳରେ ଭାରତ ୭ ୱିକେଟ ହରାଇ କେବଳ ୧୭୬ ରନ କରିବାକୁ ସକ୍ଷମ ହୋଇଛି।
ଦକ୍ଷିଣ ଆଫ୍ରିକା ପକ୍ଷରୁ ମହାରାଜ ଓ ନୋର୍ଖିୟା ୨ଟି ଲେଖାଏ ସଫଳତା ପାଇଥିବା ବେଳେ ରାବଡା, ୟାନସେନଙ୍କୁ ଗୋଟିଏ ଲେଖାଏ ୱିକେଟ ମିଳିଛି।ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଭାରତ ପାୱାର ପ୍ଲେରେ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ଦଳ ପ୍ରଥମ ୬ ଓଭରରେ ୩ ୱିକେଟ ହରାଇ ୪୫ ରନ କରିବାକୁ ସକ୍ଷମ ହୋଇଥିଲା।












Click it and Unblock the Notifications