Get Updates
Get notified of breaking news, exclusive insights, and must-see stories!

ଶେଷ ଦିନିକିଆ: ଦକ୍ଷିଣ ଆଫ୍ରିକାକୁ ୯୯ ରନରେ ଅଟକାଇଲା ଭାରତ

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଛି । ଶିଖର ଧୱନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆର ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିବା ଦେଖାଯାଇଛି ।

ନୂଆଦିଲ୍ଲୀ: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଚାଲିଛି । ଶିଖର ଧୱନଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆର ବୋଲରମାନେ ଜବରଦସ୍ତ ପ୍ରଦର୍ଶନ କରିଥିବା ଦେଖାଯାଇଛି । ଅଧିନାୟକ ଧୱନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିଥିଲା ।

India vs South Africa

ଆଫ୍ରିକା ଟିମର ସମସ୍ତ ଖେଳାଳି ୯୯ ରନ୍‌ ସଂଗ୍ରହ କରିପାରିଛନ୍ତି। ପୂରା ଟିମ୍‌ ୨୭.୧ ଓଭରରେ ଅଲ୍‌ଆଉଟ୍‌ ହୋଇଛି। ଭାରତୀୟ ବୋଲର କୁଲଦୀପ ଯାଦବଙ୍କୁ ସର୍ବାଧିକ ୪ଟି ୱିକେଟ୍‌ ମିଳିଛି। ୱାସିଂଟନ ସୁନ୍ଦର, ଆଭେସ ଖାନ ଓ ଶହବାଜ୍‌ ଅହମଦ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି।
ଦୀର୍ଘ ଦିନର ବ୍ୟବଧାନ ପରେ କୁଲଦୀପ ଯାଦବ କମାଲ କରିଛନ୍ତି। କୁଲଦୀପ ଯାଦବ ୪.୧ ଓଭର ବୋଲିଂ କରିଛନ୍ତି। ସେ ଗୋଟିଏ ମେଡେନ୍‌ ଓଭର ନେଇଥିଲା ବେଳେ ୧୮ ରନ୍‌ ଖର୍ଚ୍ଚ କରିଛନ୍ତି। ଆଭେସ୍‌ ଖାନ୍‌ ୫ ଓଭର ବୋଲିଂ କରି ଗୋଟିଏ ମେଡେନ ନେଇଛନ୍ତି। ସେ ମାତ୍ର ୮ ରନ୍‌ ଖର୍ଚ୍ଚ କରିଛନ୍ତି।

ଦକ୍ଷିଣ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ ଡିକକ ଆଜି ଫ୍ଲପ ସାବ୍ୟସ୍ତ ହୋଇଥିଲେ । ୧୦ ବଲରେ ମାତ୍ର ଛଅ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଓଭରରେ ଆଉଟ୍ ହୋଇଯାଇଥିଲେ । ୟାନେମନ ମଲାନ ମଧ୍ୟ ୧୫ ରନ୍ କରି ସିରାଜଙ୍କ ଓଭରରେ ଆଉଟ୍ ହୋଇ ପାଭେଲିଅନ୍ ଫେରିଯାଇଥିଲେ ।

ଭଲ ଫର୍ମରେ ରହିଥିବା ହେଣ୍ଡ୍ରିକ୍ସ ମଧ୍ୟ ୨୧ ବଲ୍ ଖେଳି ୩ ରନରେ ମହମ୍ମଦ ସିରାଜଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ମାର୍କରମ ମଧ୍ୟ ୧୯ ବଲ୍ ଖେଳି ୯ ରନ୍ କରି ଆଉଟ୍ ହୋଇଯାଇଥିଲେ । କ୍ଲାସନ କିଛି ସମୟ ପାଇଁ ଦଳୀୟ ସ୍ଥିତିକୁ ଆଗକୁ ବଢ଼ାଇଥିଲେ ସତ ହେଲେ ୩୪ ରନ୍ କରିଥିବା ସମୟରେ ଶାହବାଜ ତାଙ୍କୁ ବୋଲ୍ଡ କରିଥିଲେ । ଅଧିନାୟକ ମିଲରଙ୍କୁ ମଧ୍ୟ ୱାଶିଂଟନ୍ ସୁନ୍ଦର ବୋଲ୍ଡ କରିଥିଲେ । ସେହିପରି ଏଣ୍ଡିଲେ ଫେହଲୁକାଭାୟୋଙ୍କୁ କୁଲଦୀପ ଯାଦବ ପାଭେଲିଅନ୍ ପଠାଇ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+