Get Updates
Get notified of breaking news, exclusive insights, and must-see stories!

ଶେଷ ଦିନିକିଆରେ ପ୍ରଥମେ ବୋଲିଂ କରିବ ଭାରତ

ମଙ୍ଗଳବାର ଭାରତ- ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଖେଳାଯାଉଛି ଲଢେଇ। ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ଶିଖର ଧୱନ । ତେବେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।

ନୂଆଦିଲ୍ଲୀ: ମଙ୍ଗଳବାର ଭାରତ- ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଖେଳାଯାଉଛି ଲଢେଇ। ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ଶିଖର ଧୱନ । ତେବେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ଅନ୍ୟପଟେ ଆଜି ତୃତୀୟ ଦିନିକିଆରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳରେ ଜଣେ ନୂଆ ଅଧିନାୟକଙ୍କୁ ଦେଖିବାକୁ ମିଳିଛି । ତେମ୍ବା ବାବୁମାଙ୍କ ସ୍ଥାନରେ ଟସ ପକାଇଛନ୍ତି ଡେଭିଡ ମିଲର ।

India vs South Africa

କହିରଖୁ କି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍ ହାରିବା ପରେ ରାଞ୍ଚିରେ ଭାରତୀୟ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ସିରିଜ ଏବେ ୧-୧ରେ ବରାବର ରହିଛି । ମଙ୍ଗଳବାର ନୂଆଦିଲ୍ଲୀରେ ନିର୍ଣ୍ଣାୟକ ମୁକାବିଲା ଖେଳାଯାଉଛି । ଦ୍ବିତୀୟ ଦିନିକିଆରେ ବିଜୟ ପରେ ଭାରତୀୟ ଖେଳାଳିଙ୍କ ଆତ୍ମବିଶ୍ବାସ ବଢ଼ିଥିବାରୁ ଶେଷ ମ୍ୟାଚ୍ ରେ ତାହାର ପ୍ରଭାବ ଦେଖିବାକୁ ମିଳିପାରେ। ତୃତୀୟ ଦିନିକିଆ ଜିତି ସିରିଜକୁ କବଜା କରିବା ଲକ୍ଷ୍ୟରେ ରହିଛି ମେନ୍‌ ଇନ୍‌ ବ୍ଲୁ ।

ତେବେ ଦିଲ୍ଲୀ ପିଚ୍ ବ୍ୟାଟିଂକୁ ସୁହାଉଥିବା ବେଳେ ପଡ଼ିଆ ଆକାର ମଧ୍ୟ ଛୋଟ। ତେଣୁ ବ୍ୟାଟରଙ୍କ ପାଇଁ ବଡ଼ ରନ୍ କରିବା ସୁଯୋଗ ରହିବ। ତେବେ ବର୍ଷା ଯୋଗୁଁ ଟସ ପଡିବାରେ ବିଳମ୍ବ ହୋଇଥିଲା । ଫଳରେ ପଡିଆରେ ଓଦା ଥିବାରୁ ମ୍ୟାଚରେ ଚୌକା, ଛକାର ବର୍ଷା ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+