Get Updates
Get notified of breaking news, exclusive insights, and must-see stories!

ଟି-୨୦ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ଜିତିଲା ଭାରତ

ଟି-୨୦ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ବି ଜିତିଲା ଭାରତ । ଶିଖର ଧୱନଙ୍କ ଟିମ ଇଣ୍ଡିଆ ୨-୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଜିତିଛି ।

ନୂଆଦିଲ୍ଲୀ: ଟି-୨୦ ପରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ବି ଜିତିଲା ଭାରତ । ଟି-୨୦ ସିରିଜକୁ ରୋହିତ ଶର୍ମାଙ୍କ ଟିମ ଇଣ୍ଡିଆ ୨-୧ରେ ଜିତିଥିଲା। ଆଜି ଶିଖର ଧୱନଙ୍କ ଟିମ ଇଣ୍ଡିଆ ସମାନ ୨-୧ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍‌ ଜିତିଛି । କୁଲଦୀପ ଯାଦବ ୪ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

India vs South Africa

ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ୨୭.୧ ଓଭରରେ ୯୯ ରନରେ ଅଲଆଉଟ୍ ହୋଇଥିଲା। ଦଳ ପକ୍ଷରୁ ହେନରିଚ କ୍ଲାସେନ ସର୍ବାଧିକ ୩୪ ରନ କରିଥିଲେ। ୮ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ବି ଛୁଇଁ ପାରିନଥିଲେ। ଜବାବରେ ଭାରତ୧୯.୧ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ଶୁଭମାନ ଗିଲ୍ ସର୍ବାଧିକ ୪୯ ରନ କରିଥିବା ବେଳେ ଶ୍ରେୟସ ଆୟର ୨୮ ରନ କରି ଅପରାଜିତ ଥିଲେ। କୁଲଦୀପ ପ୍ଲେୟାର ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ମହମ୍ମଦ ସିରାଜ ପ୍ଲେୟାର ଅଫ ଦ ସିରିଜ୍ ପୁରସ୍କାର ଜିତିଛନ୍ତି। ଏହା ପୂର୍ବରୁ ଭାରତ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳାରେ ୨-୧ରେ ବିଜୟୀ ହୋଇଥିଲା।

୧୦୦ ରନର ଟାର୍ଗେଟ ପାଇଥିବା ଭାରତ ୪୨ ରନରେ ଶିଖର ଧୱନ(୮)ଙ୍କୁ ହରାଇଥିଲା। ଏହାପରେ ଈଶାନ କିଶନ(୧୦) ମଧ୍ୟ ପ୍ୟାଭିଲିୟନ ଫେରିଥିଲେ। ୫୮ ରନରେ ଦ୍ୱିତୀୟ ୱିକେଟ ହରାଇଥିବା ଭାରତକୁ ଶେଷ ଯାଏ ଶୁବମନ ଗିଲ ଓ ଶ୍ରେୟସ ଆୟର ସମ୍ଭାଳିଥିଲେ। ଦଳକୁ ଜିତିବା ପାଇଁ ୩ ରନ ଓ ନିଜର ଅର୍ଦ୍ଧଶତକ ଠାରୁ ୧ ରନ ପଛରେ ଥିବା ଗିଲ୍‌ ହଠାତ୍‌ ଲୁଙ୍ଗି ଏନଗିଡିଙ୍କ ବଲରେ ଆଉଟ ହୋଇଯାଇଥିଲେ। ୫୮ ବଲରେ ୪୯ ରନ କରିଥିବା ଗିଲ ୮ଟି ଚୌକା ମାରିଛନ୍ତି।

ଭାରତ ବିଜୟ ଠାରୁ ୩ ରନ ଦୂରରେ ଥିବା ବେଳେ କ୍ରିଜ୍‌କୁ ଆସିଥିଲେ ସଞ୍ଜୁ ସାମସନ। ସେ ୨ ରନ କରି ବିଜୟ ରନ ମାରିବାକୁ ଆୟରଙ୍କୁ ସୁଯୋଗ ଦେଇଥିଲେ। ଦଳକୁ ଜିତିବା ପାଇଁ ୧ରନ ଦରକାର ଥିବା ବେଳେ ଆୟର ଦ୍ରୁତ ବୋଲର ଜାନସେନଙ୍କୁ ଛକା ମାରି ଭାରତ ପାଇଁ ବିଜୟ ମୁଣ୍ଡି ମାରିଥିଲେ।

ଆୟର ଶେଷ ଯାଏ ୨୮ ରନ କରି ଅପରାଜିତ ରହିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଦିନିକିଆ ସିରିଜ୍‌ରେ ସାମସନଙ୍କୁ ଦକ୍ଷିଣ ଆଫ୍ରିକାର ବ୍ୟାଟରମାନେ ଆଉଟ କରି ପାରି ନାହାନ୍ତି। ପ୍ରଥମ ଦିନିକିଆରେ ଭାରତ ୯ ରନରେ ହାରିଥିଲେ ମଧ୍ୟ ସାମସନ ଅପରାଜିତ ୮୬ ରନ କରିଥିଲେ। ସେହିପରି ସେ ଦ୍ୱିତୀୟ ଦିନିକିଆରେ ଅପରାଜିତ ୨୯ ରନ କରି ଶ୍ରେୟସ ଆୟରଙ୍କ ସହ ଶେଷ ଯାଏ ରହିଥିଲେ। ଆଜି ମଧ୍ୟ ସେ ୨ ରନ କରି ନଟଆଉଟ ରହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+