ଦ୍ବିତୀୟ ଦିନିକିଆ: ଟସ୍ ଜିତିଲେ ରାହୁଲ, ଭାରତର ପ୍ରଥମେ ବ୍ୟାଟିଂ

3 ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ବୋଲାଣ୍ଡ ପାର୍କରେ ଖେଳାଯାଉଛି । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ପାର୍ଲ: 3 ମ୍ୟାଚ୍ ବିଶିଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍ ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ସ୍ଥାନୀୟ ବୋଲାଣ୍ଡ ପାର୍କରେ ଖେଳାଯାଉଛି । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ସିରିଜର ପ୍ରଥମ ମ୍ୟାଚ୍ ମଧ୍ୟ ସମାନ ଗ୍ରାଉଣ୍ଡରେ ଖେଳାଯାଇଥିଲା ଯେଉଁଠାରେ ଭାରତ ଆୟୋଜକ ଦେଶଠାରୁ 31 ରନରେ ପରାସ୍ତ ହୋଇଥିଲା । ସିରିଜରେ ରହିବାକୁ ହେଲେ ଭାରତକୁ ଆଜିର ମ୍ୟାଚରେ ଏକ ବିଜୟ ପଞ୍ଜିକରଣ କରିବାକୁ ପଡିବ ।

India vs South Africa, 2nd ODI

ପ୍ରଥମ ଦିନିକିଆରେ କେବଳ ବୋଲିଂ ନୁହେଁ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଆଶା କରାଯାଉଥିବା ପରି ଭଲ ପ୍ରଦର୍ଶନ କରିନଥିଲା। ଶିଖର ଧୱନ, ବିରାଟ କୋହଲି ଏବଂ ଶାର୍ଦ୍ଦୁଲ ଠାକୁରଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ 20 ରୁ ଅଧିକ ରନ୍ ସ୍କୋର କରିପାରିନଥିଲେ । ଏଥିସହିତ ଭାରତୀୟ ବୋଲରମାନେ ମଧ୍ୟ ପ୍ରଥମ ଦିନିକିଆରେ ଖାସ୍ ଲୟରେ ନଜର ଆସୁ ନଥିଲେ। ପ୍ରଥମ ମ୍ୟାଚରେ ହାରିବା ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଥିବାବେଳେ ଭାରତୀୟ ଦଳର ଏକାଦଶରେ କୌଣସି ପରିବର୍ତ୍ତନ ହୋଇନାହିଁ।

  • ଟିମ୍ ଇଣ୍ଡିଆ ଏକାଦଶ: କେଏଲ ରାହୁଲ, ଶିଖର ଧୱନ, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଆର ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ଭୂବନେଶ୍ୱର କୁମାର, ଜସପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ ।
  • ଦକ୍ଷିଣ ଆଫ୍ରିକା ଏକାଦଶ: କ୍ୱିଣ୍ଟନ୍ ଡି କକ୍, ଜାନେମାନ୍ ମାଲାନ୍, ତେମ୍ବା ବାଭୁମା, ଆଇଡାନ୍ ମାର୍କ୍ରାମ, ରସି ଭାନ୍ ଡେର୍ ଡୁସାନ୍, ଡେଭିଡ ମିଲର, ଆଣ୍ଡାଇଲ ଫେଲୁକୱାୟୋ, କେଶବ ମହାରାଜ, ଲୁଙ୍ଗି ନିଗିଡି, ସିସଣ୍ଡା ମାଗାଲା, ତାବ୍ରେଜ ସାମସି ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+