Get Updates
Get notified of breaking news, exclusive insights, and must-see stories!

ଧୁମ୍ ପିଟିଲେ ପନ୍ତ, 288 ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆବଣ୍ଟିତ 50 ଓଭରରେ 6 ଟି ୱିକେଟ୍ ହରାଇ ଭାରତ 287 ରନ୍ ସଂଗ୍ରହ କରିଛି।

ପାର୍ଲ: ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍ ବୋଲାଣ୍ଡ ପାର୍କ ଷ୍ଟାଡିୟମରେ ଖେଳାଯାଉଛି । ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ୍ ରାହୁଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆବଣ୍ଟିତ 50 ଓଭରରେ 6 ଟି ୱିକେଟ୍ ହରାଇ ଭାରତ 287 ରନ୍ ସଂଗ୍ରହ କରିଛି। ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁର 40 ରେ ଅପରାଜିତ ରହି ରବିଚନ୍ଦ୍ରନ ଅଶ୍ୱିନ 25 ରନ ସ୍କୋର କରିଥିଲେ। ଉଭୟ ସପ୍ତମ ୱିକେଟ୍ ପାଇଁ ଅପରାଜିତ 48 ରନ୍ ବାଣ୍ଟି ଭାରତକୁ ଏକ ସମ୍ମାନଜନକ ସ୍କୋରକୁ ନେଇଥିଲେ। ଏମାନଙ୍କ ବ୍ୟତୀତ ଋଷଭ ପନ୍ତ ଏବଂ କେଏଲ୍ ରାହୁଲ ଅର୍ଦ୍ଧଶତକ ହାସଲ କରିଥିଲେ।

India vs South Africa

ତେବେ ଓପନର୍ ଶିଖର ଧାୱନ ଏବଂ କେଏଲ୍ ରାହୁଲ ପ୍ରଥମ ୱିକେଟ୍ ପାଇଁ 63 ରନ୍ ଭାଗିଦାରୀ ବାଣ୍ଟିଥିଲେ। ଭାରତୀୟ ଇନିଂସର ପ୍ରଥମ ୱିକେଟ୍ ଦ୍ୱାଦଶ ଓଭରରେ ଖସିଥିଲା , ​ଯେତେବେଳେ ଶିଖର ଧୱନ (29 ରନ)ରେ ଆଉଟ୍ ହୋଇଥିଲେ । ଏହା ପରେ ବିରାଟ କୋହଲି ତିନି ନମ୍ବରରେ ବ୍ୟାଟିଂ ପାଇଁ ଆସିଥିଲେ । ପରବର୍ତ୍ତୀ ଓଭରରେ କୋହଲି କେଶବ ମହାରାଜଙ୍କ ଓଭରରେ ବିନା ଖାତା ଖୋଲି ଆଉଟ୍ ହୋଇଥିଲେ । ସେ 5 ଟି ବଲ ଖେଳିଥିଲେ, କିନ୍ତୁ କୌଣିସି ବି ରନ କରିବାରେ ବିଫଳ ହୋଇଥିଲେ। ତାଙ୍କ ଦିନିକିଆକ୍ୟାରିୟରରେ ପ୍ରଥମ ଥର ପାଇଁ କୋହଲି ଜଣେ ସ୍ପିନରଙ୍କ ହାତରେ ଶୂନ ପାଇଁ ବରଖାସ୍ତ ହୋଇଥିଲେ ।

କ୍ୟାପଟେନ କେଏଲ୍ ରାହୁଲ ଗୋଟିଏ ମୁଣ୍ଡରେ ଠିଆ ହୋଇଥିଲେ ଏବଂ ତାଙ୍କୁ ଋଷଭ ପନ୍ତଙ୍କ ଠାରୁ ଭଲ ସମର୍ଥନ ମିଳିଥିଲା ​​। ତୃତୀୟ ୱିକେଟ୍ ପାଇଁ ଉଭୟ ଖେଳାଳି 115 ରନ୍ ସହଭାଗିତା ବାଣ୍ଟିଥିଲେ। ରାହୁଲ ଚାରିଟି ଚୌକା ସହାୟତାରେ 79 ବଲରେ 55 ରନ ସ୍କୋର କରିଥିଲେ । ସେ ବରଖାସ୍ତ ହେବା ପରେ ପନ୍ତ ମଧ୍ୟ କ୍ରିଜରେ ଅଧିକ ସମୟ ରହିପାରିନଥିଲେ। ପନ୍ତ 85 ରନର ଏକ ଇନିଂସ ଖେଳିଥିଲେ । ପନ୍ତ ତାଙ୍କ ଇନିଂସ ସମୟରେ 71 ବଲରେ 10 ଚୌକା ଓ ଦୁଇଟି ଛକା ମାରିଥିଲେ । ଏହା ତାଙ୍କ ଦିନିକିଆ କ୍ୟାରିୟରର ସର୍ବାଧିକ ସ୍କୋର ।

କ୍ରମାଗତ ଦ୍ୱିତୀୟ ମ୍ୟାଚରେ ଭାରତର ଉଦୀୟମାନ ତାରକା ଶ୍ରେୟାସ ଆୟର ଏବଂ ଭେଙ୍କଟେଶ ଆୟର ବିଫଳ ହୋଇଥିଲେ। ଶ୍ରେୟସ୍ ବ୍ୟକ୍ତିଗତ 11 ରନ୍ ସଂଗ୍ରହ କରିଥିଲେ । ଭେଙ୍କଟେଶଙ୍କୁ ଆଜି ଆନ୍ତର୍ଜାତୀୟ କ୍ରିକେଟରେ ପ୍ରମାଣ କରିବାର ଏକ ଭଲ ସୁଯୋଗ ଥିଲା କିନ୍ତୁ ସେ ଆଣ୍ଡିଲ୍ ଫୁଲ୍କିଓଙ୍କ ଦ୍ବାରା 22 ରନ୍ କରି ଆଉଟ୍ ହୋଇଥିଲେ। ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର କ୍ୱିଣ୍ଟନ୍ ଡି କକ୍ ଏକ ଚମତ୍କାର ଷ୍ଟମ୍ପିଂ କରିଥିଲେ। ଏହା ପରେ ଶାର୍ଦ୍ଦୁଲ ଠାକୁର ଅପରାଜ (40) ଓ ରବି ଅଶ୍ୱନି ଅପରାଜିତ (25) ରନ କରି ଭାରତୀୟ ପାଳିକୁ ଚମତ୍କାର ଢଙ୍ଗରେ ଶେଷ କରିଥିଲେ ।

India vs South Africa

ତେବେ ଏହି 3 ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଜିବିତ ରହିବାକୁ ହେଲେ ଭାରତକୁ ଆଜିର ମ୍ୟାଚରେ ଏକ ବିଜୟ ପଞ୍ଜିକରଣ କରିବାକୁ ପଡିବ । ଅର୍ଥାତ ଭାରତକୁ ନିଶ୍ଚିତ ରୂପେ 287 ରନ ଡିଫେଣ୍ଡ କରିବାକୁ ପଡିବ । କାରଣ ସମାନ ଗ୍ରାଉଣ୍ଡରେ ଖେଳାଯାଇଥିବା ସିରିଜର ପ୍ରଥମ ମ୍ୟାଚରେ ଭାରତ ଆୟୋଜକ ଦେଶଠାରୁ 31 ରନରେ ପରାସ୍ତ ହୋଇଥିଲା ।

ଟିମ୍ ଇଣ୍ଡିଆ ଏକାଦଶ: କେଏଲ ରାହୁଲ, ଶିଖର ଧୱନ, ବିରାଟ କୋହଲି, ଋଷଭ ପନ୍ତ, ଶ୍ରେୟାସ ଆୟର, ଭେଙ୍କଟେଶ ଆୟର, ଆର ଅଶ୍ୱିନ, ଶାର୍ଦ୍ଦୁଲ ଠାକୁର, ଭୂବନେଶ୍ୱର କୁମାର, ଜସପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ ।

ଦକ୍ଷିଣ ଆଫ୍ରିକା ଏକାଦଶ: କ୍ୱିଣ୍ଟନ୍ ଡି କକ୍, ଜାନେମାନ୍ ମାଲାନ୍, ତେମ୍ବା ବାଭୁମା, ଆଇଡାନ୍ ମାର୍କ୍ରାମ, ରସି ଭାନ୍ ଡେର୍ ଡୁସାନ୍, ଡେଭିଡ ମିଲର, ଆଣ୍ଡାଇଲ ଫେଲୁକୱାୟୋ, କେଶବ ମହାରାଜ, ଲୁଙ୍ଗି ନିଗିଡି, ସିସଣ୍ଡା ମାଗାଲା, ତାବ୍ରେଜ ସାମସି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+