ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-20: ବିଶ୍ୱକପ ପୂର୍ବରୁ ହେବ ଅସଲି ପରୀକ୍ଷା

ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-20 । କେରଳ ଥିରୁଅନନ୍ତପୁରମରେ ଗ୍ରୀନ୍ ଫିଲଡ୍ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ ।

ଥିରୁଅନନ୍ତପୁରମ: ଆଜି ଭାରତ ବନାମ ଦକ୍ଷିଣ ଆଫ୍ରିକା ପ୍ରଥମ ଟି-20 । କେରଳ ଥିରୁଅନନ୍ତପୁରମରେ ଗ୍ରୀନ୍ ଫିଲଡ୍ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ। ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ଟି-୨୦ ବିଶ୍ୱକପ ପୂର୍ବରୁ ଏହା ଭାରତର ଶେଷ ଟି-୨୦ ସିରିଜ୍। ତେଣୁ ଦଳୀୟ ସଙ୍ଗଠନ ଓ ରଣକୌଶଳ ପାଇଁ ଏହି ସିରିଜ ବେଶ ଗୁରୁତ୍ୱ ବହନ କରୁଛି ।

India vs South Africa

ଭାରତ ବିଜୟ ସହ ବିଶ୍ୱକପ ପୂର୍ବ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି। ହେବେ ଦକ୍ଷିଣ ଆଫ୍ରିକା ଏଯାଏ ଭାରତରେ କୌଣସି ଟି-୨୦ ସିରିଜ୍ ହାରି ନାହିଁ । ତେଣୁ ଦୁଇ ଦେଶ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ। ନିକଟରେ ଅଷ୍ଟ୍ରେଲିଆ ବିପକ୍ଷରେ ହୋଇଥିବା ୩ ଟିକିଆ ସିରିଜରେ ଭାରତ ୨-୧ରେ ବିଜୟଲାଭ କରିଥିଲା । କିନ୍ତୁ ଟିମ୍ ଇଣ୍ଡିଆର ଡେଥ୍ ବୋଲିଂ ଚିନ୍ତାର କାରଣ ପାଲଟିଛି ।

ସିରିଜର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭାରତୀୟ ସ୍କ୍ୱାଡରେ ଉମେଶ ଯାଦବ, ଶ୍ରେୟସ ଆୟର ଓ ଶାହବାଜ ଅହମଦଙ୍କୁ ସାମିଲ କରାଯାଇଛି । ହାର୍ଦ୍ଦିକ ପାଣ୍ତ୍ୟା ଓ ଭୁବନେଶ୍ୱର କୁମାରଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦୀପକ ହୁଡ୍ଡା ଆହତ ହୋଇଛନ୍ତି । ସେହିପରି ମହମ୍ମଦ ଶାମି ଏଯାଏ କରୋନାରୁ ସୁସ୍ଥ ହୋଇ ନାହାନ୍ତି। ତେଣୁ ବିସିସିଆଇ ଶ୍ରେୟସ, ଅହମଦ ଓ ଉମେଶଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ ପାଇଁ ସ୍କ୍ୱାଡରେ ସାମିଲ କରିଛି । ଅଷ୍ଟ୍ରେଲିଆ ସିରିଜ୍ ବିପକ୍ଷରେ ବିଶ୍ରାମ ନେଇଥିବା ଅର୍ଶଦୀପ ସିଂ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଅନ୍ୟପକ୍ଷରେ ଯଦି ବ୍ୟାଟିଂ କଥା କହିବା ତାହାଲେ ଟିମ୍ ଇଣ୍ଡିଆର ବ୍ୟାଟିଂ ଲାଇନ୍ ପୂର୍ବାପେକ୍ଷା ଭଲ ଫର୍ମରେ ରହିଛି । ସେହିପରି ଦକ୍ଷିଣ ଆଫ୍ରିକା ଖେଳାଳି ଆଇପିଏଲ୍‌ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇ ସିରିଜ ବିଜୟ ପାଇଁ ପ୍ରୟାସ କରିବେ ।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଭାରତରେ ଆଉ ଗୋଟିଏ ଟି-୨୦ ସିରିଜ ଜିତିବା ମୁଡରେ ରହିଛି । ୨୦୧୯ ଓ ୨୦୨୨ରେ ଦଳ ଖେଳିଥିବା ଟି-୨୦ ସିରିଜ୍‌ ଡ୍ର ରହିଥିଲା । ୨୦୧୫ରେ ଦଳ ଶେଷଥର ପାଇଁ ଏଠାରେ ସିରିଜ ଜିତିଥିଲା । ତେଣୁ ଭାରତରେ ଆଉ ଏକ ସିରିଜ୍‌ ଜିତିବା ମୁଡରେ ତେମ୍ବା ବଭୂମା ଆଣ୍ଡ କୋ ରହିଛନ୍ତି ।

  • ଟିମ ଇଣ୍ଡିଆ: ରୋହିତ ଶର୍ମା, କେଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ, ଦୀନେଶ କାର୍ତ୍ତିକ, ରବି ଅଶ୍ୱିନ, ୟୁଜି ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଦୀପକ ଚହର, ଯଶପ୍ରୀତ ବୁମ୍ରା, ଉମେଶ ଯାଦବ, ଶ୍ରେୟସ ଆୟର ଓ ଶାହବାଜ ଅହମଦ।
  • ଦକ୍ଷିଣ ଆଫ୍ରିକା: ତେମ୍ବା ବଭୂମା, କ୍ୱିଣ୍ଟନ ଡି'କକ, ରିଜା ହେଣ୍ଡ୍ରିକସ, ହେନରିଚ କ୍ଲାସେନ, କେଶବ ମହାରାଜ, ଏଡେନ ମାର୍କମ, ଡାଭିଡ ମିଲର, ଲୁଙ୍ଗି ଏନଗିଡ଼ି, ଅନରିଚ ନୋର୍ଖିୟା, ୱେନ ପାର୍ନେଲ, ଡାୱିନେ ପ୍ରିଟୋରିୟସ, କାଗିସୋ ରାବଡା, ରିଲେ ରୋସୁ, ତ୍ରାବାଇଜ ଶାମସି ଓ ତ୍ରିସ୍ତାନ ଷ୍ଟବସ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+