ବର୍ଷା ବାଧକ, ପ୍ରଥମ ଦିନିକିଆ ପାଇଁ ଏଯାଏଁ ପଡି ପାରିଲା ନାହିଁ ଟସ୍
ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠୁ ଆରମ୍ଭ ହୋଇଛି । ସିରିଜର ପ୍ରଥମ ମ୍ୟାଚ ଲକ୍ଷ୍ନୌରେ ଖେଳାଯାଉଛି ।
ଲକ୍ଷ୍ନୌ: ଭାରତ ବନାମ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜ୍ ପରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆଜିଠୁ ଆରମ୍ଭ ହୋଇଛି । ସିରିଜର ପ୍ରଥମ ମ୍ୟାଚ ଲକ୍ଷ୍ନୌରେ ଖେଳାଯାଉଛି । ମାତ୍ର ଲଗାଣ ବର୍ଷା ପାଇଁ ଦୁଇ ଦୁଇ ଟସ୍ ପଡିବା ବିଳମ୍ବ ହୋଇଛି ।ପ୍ରଥମେ ଅପରାହ୍ନ ଗୋଟାଏ ସମୟରେ ଟସ୍ ପଡିବାର ଥିଲା । ମାତ୍ର ବର୍ଷା କାରଣରୁ ଟସ୍ କୁ ଅଧ ଘଣ୍ଟା ଘୁଞ୍ଚାଇ ଦେଇଥିଲା ବିସିସିଆଇ । ତେବେ 1.30 ଟସ୍ ପଡିବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏଯାଏଁ ବର୍ଷା ଲାଗି ରହିଛି ।

ଉଲ୍ଲେଖନୀୟ ଯେ, ପାଣିପାଗ ବିଭାଗ ଅନୁଯାୟୀ, ଅକ୍ଟୋବର 6 ରେ ଲକ୍ଷ୍ନୌରେ ଦିନସାରା ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ବର୍ଷା ଦ୍ୱାରା ଏହି ମ୍ୟାଚ୍ ପ୍ରଭାବିତ ହୋଇପାରେ । ଏଥି ସହିତ ଦିନରେ ବର୍ଷା ହେବାର ସମ୍ଭାବନା 96 ପ୍ରତିଶତ ଥିବାବେଳେ ବଜ୍ରପାତ ହେବାର ସମ୍ଭାବନା 58 ପ୍ରତିଶତ ରହିଛି । ଯଦି ପରିସ୍ଥିତି ଏହିପରି ଜାରି ରହେ, ତେବେ ଆଜି ପ୍ରଶଂସକଙ୍କ ନିରାଶ ହୋଇ ପାରନ୍ତି । ଏହାପୂର୍ବରୁ 2020 ମସିହାରେ, କୋଭିଡ-19 ମହାମାରୀ ହେତୁ ଏକାନାରେ ଖେଳାଯାଇଥିବା ଟି-20 ମ୍ୟାଚକୁ ମଧ୍ୟ ବାତିଲ କରିବାକୁ ପଡିଥିଲା । ସେହି ସମୟରେ ମଧ୍ୟ ଏହି ମ୍ୟାଚ୍ ଦକ୍ଷିଣ ଆଫ୍ରିକା ସହିତ ଥିଲା ।
ସେପଟେ ଷ୍ଟାଡିୟମ ମାଲିକ ଉଦୟ ସିହ୍ନା କହିଛନ୍ତି ଯେ, ଏକାନା ଷ୍ଟାଡିୟମର ଡ୍ରେନେଜ ସିଷ୍ଟମ ଅତ୍ୟାଧୁନିକ ଏବଂ ଏହାକୁ ଖେଳିବା ପାଇଁ ମାତ୍ର 30 ମିନିଟ ମଧ୍ୟରେ ବର୍ଷା ଜଳ ଭୂମିରୁ ବାହାର କରାଯାଇପାରିବ। ଏକାନା ଷ୍ଟାଡିୟମରେ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଏକ ଦିନିକିଆ ମ୍ୟାଚ୍ ଖେଳିବ। ଏହାପୂର୍ବରୁ ଭାରତ ଏଠାରେ ୱେଷ୍ଟଇଣ୍ଡିଜ୍ ଏବଂ ଶ୍ରୀଲଙ୍କା ବିପକ୍ଷରେ ଟି-20 ମ୍ୟାଚ୍ ଖେଳିଛି।
ଉଭୟ ଦଳ ନିମ୍ନଲିଖିତ: -
ଭାରତ: ଶିଖର ଧାୱନ (କ୍ୟାପ୍ଟେନ), ଋତୁରାଜ ଗାଇକୱାଡ, ଶୁବମାନ ଗିଲ, ଶ୍ରେୟସ ଆୟର, ରାଜତ ପାଟିଦାର, ରାହୁଲ ତ୍ରିପାଠୀ, ଇଶାନ କିଶନ (ୱିକେଟକିପର), ସଞ୍ଜୁ ସାମସନ (ୱିକେଟକିପର), ଶାହବାଜ ଅହମ୍ମଦ, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି କୁମାରନୋଇ ଆବେଶ ଖାନ, ମହମ୍ମଦ ସିରାଜ, ଦୀପକ ଚହର।
ଦକ୍ଷିଣ ଆଫ୍ରିକା: ଟେମ୍ବା ବାଭୁମା (ଅଧିନାୟକ), କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର), ରେଜା ହେଣ୍ଡ୍ରିକ୍ସ, ହେନ୍ରିଚ୍ କ୍ଲାସେନ୍, କେଶବ ମହାରାଜ, ଜାନେମାନ ମଲାନ, ଆଡେନ ମାର୍କ୍ରାମ, ଡେଭିଡ ମିଲର, ଲୁଙ୍ଗି ନିଗିଡି, ଏନ୍ରିକ୍ ନୋର୍କିଆ, ୱେନ ପାର୍ନେଲ, ଆଣ୍ଡାଇଲ ଫେହୁଲୁକାୟୋ, ଡୱେନ ପ୍ରିଟୋରିସ, ରାବାଡା, ତାବ୍ରେଜ୍ ଶାମସି ।












Click it and Unblock the Notifications