IND vs SA: ଭାରତ ବିରୁଦ୍ଧରେ ଟସ୍ ଜିତି ପ୍ରଥମ ବୋଲିଙ୍ଗ କରିବ ସାଉଥ୍ ଆଫ୍ରିକା
IND vs SA: ଭାରତ ବିରୁଦ୍ଧରେ ଟସ୍ ଜିତି ପ୍ରଥମ ବୋଲିଙ୍ଗ କରିବ ସାଉଥ୍ ଆଫ୍ରିକା । କେଏଲ ରାହୁଲଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଜି ଡିସେମ୍ବର ୨୧ ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଜିତିବା ପାଇଁ ପଡିଆକୁ ଓହ୍ଲାଇବ । ଦୁଇ ଦଳ ମଧ୍ୟରେ ଖେଳାଯାଉଥିବା ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜ୍ ପ୍ରତ୍ୟେକ ଗୋଟିଏ ଲେଖାଏଁ ବିଜୟ ହାସଲ କରିଛନ୍ତି । ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ପାର୍ଲର ବୋଲାଣ୍ଡ ପାର୍କ ଷ୍ଟାଡିୟମରେ ଅପରାହ୍ନ ୪:୩୦ ରୁ ଆରମ୍ଭ ହେବ ।
ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚର ପାଣିପାଗ ରିପୋର୍ଟ
ପାର୍ଲରେ ମ୍ୟାଚ୍ ସମୟରେ ପାଗ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି, ଏଠାରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ରହିବ। ନିର୍ଣ୍ଣାୟକ ମ୍ୟାଚ୍ ବିଷୟରେ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ଷ୍ଟାଡିୟମରେ ଦର୍ଶକମାନେ କୌଣସି ବାଧା ବିନା ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ପାଇବେ ବୋଲି ଆଶା କରାଯାଉଛି ।

ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ପିଚ୍ ରିପୋର୍ଟ
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ଦିନିକଆ ମ୍ୟାଚ୍ ପାର୍ଲର ବୋଲାଣ୍ଡ ପାର୍କ ଷ୍ଟାଡିୟମରେ ଖେଳାଯିବ । ବୋଲାଣ୍ଡ ପାର୍କର ୱିକେଟ୍ ବ୍ୟାଟର ପାଇଁ ସହାୟକ ହେଉଛି । ଏଠାରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ହେଉଛି ୨୫୦ । ପିଚ୍ ଉଭୟ ସ୍ପିନର ଏବଂ ଦ୍ରୁତ ବୋଲରଙ୍କ ପାଇଁ ସମାନ ଭାବରେ ସହାୟକ ହୋଇଥାଏ । ତେବେ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଟାର୍ଗେଟକୁ ଗୋଡ଼ାଉଥିବା ଦଳ ଅପେକ୍ଷା ଅଧିକ ଜିତିଛନ୍ତି ।
ଭାରତ (ଚୁଡାନ୍ତ ଏକାଦଶ): ସାଇ ସୁଦରସନ, ସଞ୍ଜୁ ସାମସନ, ରଜତ ପାଟିଦାର, ତିଲକ ଭର୍ମା, କେ.ଏଲ୍ ରାହୁଲ (ୱିକେଟ କିପର/ ସଅଧିନାୟକ), ରିଙ୍କୁ ସିଂ, ୱାଶିଂଟନ୍ ସୁନ୍ଦର, ଅକ୍ସର ପଟେଲ, ଅର୍ଶଦୀପ ସିଂ, ଆବେଶ ଖାନ, ମୁକେଶ କୁମାର
ଦକ୍ଷିଣ ଆଫ୍ରିକା (ଚୁଡାନ୍ତ ଏକାଦଶ): ରେଜା ହେଣ୍ଡ୍ରିକ୍ସ, ଟନି ଡି ଜୋର୍ଜି, ରାସି ଭାନ୍ ଡେର୍ ଡୁସେନ୍, ଆଡେନ ମାର୍କ୍ରାମ (ଅଧିନାୟକ), ହେନ୍ରିଚ୍ କ୍ଲାସେନ୍ (ୱିକେଟ କିପର), ଡେଭିଡ ମିଲର, ୱିଆନ ମଲଡର, କେଶବ ମହାରାଜ, ନନ୍ଦ୍ରେ ବରଗଡ, ଲିଜାଡ ୱିଲିୟମ୍ସ, ବେରାନ ହେଣ୍ଡ୍ରିକ୍ସ












Click it and Unblock the Notifications