ଅକ୍ଟୋବର ୧୫ରେ ଭାରତ-ପାକିସ୍ତାନ ବିଶ୍ୱକପ ଫାଇଟ୍, ଦେଖନ୍ତୁ ଅନ୍ୟ ମ୍ୟାଚର ଗୁଡିକର ଖେଳସୂଚୀ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ ବିଶ୍ୱକପ୍‌ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ଆଇସିସି ଖୁବଶୀଘ୍ର ଏହା ତାଲିକା ଜାରି କରିପାରେ । ତେବେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଛି ।

ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୧୫ ତାରିଖରେ ଭାରତ ଓ ପାକିସ୍ତାନ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚ୍ ଅଷ୍ଟ୍ରେଲିଆ ସହିତ ଖେଳିପାରେ ବୋଲି କୁହାଯାଉଛି । କ୍ରିକ୍ ଇନଫୋର ରିପୋର୍ଟ ଅନୁସାରେ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଅକ୍ଟୋବ ୫ ତାରିଖରେ ଖେଳାଯିବ। ଇଂଲଣ୍ଡ-ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍‌ ଖେଳିବେ । ସେହିପରି ଭାରତ ଅକ୍ଟୋବର ୮ ତାରିଖରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ୍‌ ଅଭିଯାନ ଆରମ୍ଭ କରିବ ।

World Cup

ବିସିସିଆଇ ବିଶ୍ୱକପ୍‌ କ୍ରୀଡ଼ାସୂଚୀର ଖସଡ଼ା ଆଇସିସିକୁ ପ୍ରଦାନ କରିଛି । ଆଇସିସି ଏହାକୁ ଅଂଶଗ୍ରହଣକାରୀ ବୋର୍ଡ ଗୁଡ଼ିକୁ ପଠାଇବ । ସର୍ବସମ୍ମତି ପରେ ସୂଚୀ ଘୋଷଣା ହେବ । ଯଦି କିଛି ସମସ୍ୟା ଥାଏ ତାହାହେଲେ ପରିବର୍ତ୍ତନ କରାଯିବ । ଭାରତ ଦେଶର ୯ଟି ଯାକ ଭେନ୍ୟୁରେ ଲିଗ୍‌ ମ୍ୟାଚ୍‌ ଖେଳିବ ।

world cup 2023

ସୂଚନାଥାଉ କି ୨୦୧୪ ପର ଠାରୁ ଭାରତ ଆଇସିସିର ଗୋଟିଏ ବି କପ୍ ଜିତିପାରି ନାହିଁ । ୨୦୧୪ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ରେ ପରାସ୍ତ ହୋଇଥିଲା ଭାରତ । ଏହାପରେ ୨୦୧୫ ଦିନିକିଆ ବିଶ୍ୱକପ୍‌ ଓ ୨୦୧୬ ଟି-୨୦ ବିଶ୍ୱକପ୍‌ରେ ସେମିଫାଇନାଲ୍‌ରୁ ପରାସ୍ତ, ୨୦୧୭ ଚାମ୍ପିୟନ୍ସ ଟ୍ରଫି ୨୦୧୭ ଫାଇନାଲ୍ ଓ ୨୦୧୯ ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଭାରତକୁ ପରାଜୟ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+