ବିଶ୍ୱକପ୍ ୨୦୨୩: ଅହମ୍ମଦାବାଦରେ ଆକାଶ ଛୁଆଁ ହୋଟେଲ ଦର, ଦିନକ ରହଣି ପାଇଁ ଭଡ଼ା ହେଲାଣି ୫୦ହଜାର

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ-୨୦୨୩ ପାଇଁ ଆରମ୍ଭ ହେଲାଣି କ୍ରେଜ୍ । ବିଶେଷକରି ଅକ୍ଟୋବର ୧୫ ତାରିଖରେ ହେବାକୁ ଥିବା ଭାରତ ପାକିସ୍ତାନ ମ୍ୟାଚକୁ ନେଇ ଅଧିକ ଚର୍ଚ୍ଚା ହେଉଛି । ଆଉ ବ୍ୟବସାୟୀ ଏବଂ ହୋଟେଲ ମାଲିକମାନେ ମଧ୍ୟ ଏହାର ଫାଇଦା ଉଠାଇବା ପାଇଁ ପ୍ଲାନ ଆରମ୍ଭ କରିସାରିଛନ୍ତି ।

ବର୍ତ୍ତମାନ ଅହମ୍ମଦାବାଦର ହୋଟେଲରେ ବଢିଯାଇଛି ଦାମ୍ । ଗୋଟିଏ ରାତି କାଟିବା ପାଇଁ ଦେବାକୁ ପଡିବ ୫୦ ହଜାର ଟଙ୍କା । ଟୁର୍ଣ୍ଣାମେଣ୍ଟକୁ ସାଢେ ୩ ମାସ ବାକି ଥିବା ବେଳେ ଏଠାକାର ଫାଇଭ ଷ୍ଟାର ହୋଟେଲରେ ରୁମ ବୁକ କରିବା ପାଇଁ ସର୍ବନିମ୍ନ ମୂଲ୍ୟ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି ।

India vs Pakistan World Cup 2023

ଫାଇଭ ଷ୍ଟାର ହୋଟେଲ ଗୁଡିକରେ ଦିନକ ପାଇଁ ଗୋଟିଏ ରୁମ ଭଡା ୧ ଲକ୍ଷ ଟଙ୍କା ଦାବି କରୁଛନ୍ତି ହୋଟେଲ କର୍ତ୍ତୃପକ୍ଷ । ଯେଉଁ ହୋଟେଲ ଗୁଡିକର ଗୋଟିଏ ରୁମର ଦିନକ ପାଇଁ ମୂଲ୍ୟ ୬ ହଜାରରୁ ୧୦ ହଜାର ଟଙ୍କା ଥିଲା ତାହା ଏବେ ରାତିକ ପାଇଁ ୫୦ ହଜାର ହୋଇଯାଇଛି । ଅକ୍ଟୋବର ୧୪ରୁ ୧୬ ତିନି ଦିନ ପାଇଁ ଅହମ୍ମଦାବାଦରେ ବଡ଼ ବଡ଼ ହୋଟେଲରେ ୪୦ରୁ ୬୦ ପ୍ରତିଶତ ରୁମ ବୁକ ହୋଇ ସାରିଛି ।

ତେବେ ରିପୋର୍ଟ ଅନୁସାରେ, ବେସ୍ କାଟାଗୋରୀର ରୁମ ପାଇଁ ପ୍ରାୟ ୫୦୦ପାଉଣ୍ଡ ଷ୍ଟର୍ଲିଙ୍ଗ ବା ପ୍ରାୟ ୫୨,୦୦୦ ଟଙ୍କା ସ୍ଥିର କରାଯାଇଛି । ସେହିପରି ପ୍ରିମିୟମ କ୍ଲାସର ରୁମ୍ ପାଇଁ ୧୦୦୦ ପାଉଣ୍ଡ ଷ୍ଟର୍ଲିଙ୍ଗ(୧ ଲକ୍ଷ ଟଙ୍କା) ବା ତାଠାରୁ ଅଧିକ ଟଙ୍କା ନିଆଯାଉଛି ।

ଦିନିଆକି ବିଶ୍ୱକପରେ ଏପର୍ଯ୍ୟନ୍ତ ଭାରତକୁ ହରାଇ ପାରିନାହିଁ ପାକିସ୍ତାନ । ଏଥର ବିଶ୍ୱକପ ଜିତିବା ଅପେକ୍ଷା ଭାରତକୁ ହରାଇବାକୁ ଅଧିକ ଗୁରୁତ୍ୱ ଦେଇପାରେ ପାକିସ୍ତାନ । ସେପଟେ ପ୍ରଥମ ଥର ପାଇଁ ଭାରତ ଏକାକୀ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି । ଆଉ ସବୁ ମ୍ୟାଚ ଭାରତରେ ଖେଳା ଯାଉଥିବାରୁ ଏଥର ଭାରତ ପାଇଁ ଟାଇଟଲ ହାତେଇବାର ସୁବର୍ଣ୍ଣ ସୁଯୋଗ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+