ଭାରତ ବନାମ ପାକିସ୍ତାନ: କାହାର କେତେ ଦମ୍ ? କିଏ ଶକ୍ତିଶାଳୀ ?

ଭାରତ ବନାମ ପାକ୍ । ଆତଙ୍କୀ ଆକ୍ରମଣ ପରେ ଦେଶରେ ଯୁଦ୍ଧ ପରିସ୍ଥିତି । ତେବେ ଚାଲନ୍ତୁ ଜାଣିବା କାହାର କେତେ ସାମର୍ଥ୍ୟ ? ଭାରତ ପାଖରେ ପୃଥ୍ବୀ, ଅଗ୍ନି, ବ୍ରହ୍ମୋସ । ପାକିସ୍ତାନ ପାଖରେ ଶାହିନ, ବାବର । ମିସାଇଲ୍ ପାଓ୍ବାରରେ କାହାର କେତେ ଦମ୍?

ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅଶାନ୍ତି ବଢିଥିବା ବେଳେ ଯୁଦ୍ଧ ଆଶଙ୍କା ବି କରାଯାଉଛି। ଏପରିକି ଦୁଇ ଦେଶର ସେନା ଷ୍ଟାଣ୍ଡବାଏ ମୋଡରେ ରହିଛନ୍ତି । ଉଭୟ ଦେଶ ପାଖରେ ପରମାଣୁ ଶକ୍ତି ରହିଛି । ତେବେ ପ୍ରଶ୍ନ ଉଠୁଛି, ଯଦି ଯୁଦ୍ଧ ହୁଏ, ତେବେ କିଏ କାହାକୁ ଦେବ ମାତ୍? ଭାରତ ନା ପାକିସ୍ତାନ, କାହା ପାଖରେ ରହିଛି ସବୁଠୁ ଶକ୍ତିଶାଳୀ ମିସାଇଲ୍? ଦୁଇ ଦେଶ ମଧ୍ୟରୁ କାହାର ସାମରିକ ବଳ ଅଧିକ?

କାହାର କେତେ ଦମ୍?

ଭାରତର ଜନସଂଖ୍ୟା ୧୪୦ କୋଟିରୁ ଅଧିକ ରହିଥିବା ବେଳେ ପାକିସ୍ତାନର ଜନସଂଖ୍ୟା ୨୪କୋଟିରୁ ଅଧିକ । ଭାରତରେ ସାଢେ ୬କୋଟି ଲୋକ ସାମରିକ ସେବା ପାଇଁ ଉପଲବ୍ଧ ରହିଥିବା ବେଳେ ପାକିସ୍ତାନରେ ଏହି ସଂଖ୍ୟା ମାତ୍ର ୧କୋଟି । ଅର୍ଥନୈତିକ ଦୃଷ୍ଟିକୋଣରୁ ଦୁଇ ଦେଶ ମଧ୍ୟରେ ରହିଛି ବଡ଼ ବ୍ୟବଧାନ । ଭାରତ ୨୦୨୩-୨୪ବର୍ଷ ପାଇଁ ମୋଟ୍ ବଜେଟର ୧୩ପ୍ରତିଶତ ପ୍ରତିରକ୍ଷା ପାଇଁ ଆବଣ୍ଟନ କରିଥିଲା । ଏହା ତୁଳନାରେ ପାକିସ୍ତାନର ପ୍ରତିରକ୍ଷା ବଜେଟ୍ ବେଶ୍ କମ୍ । ଗ୍ଲୋବାଲ୍ ଫାୟାର ପାଓ୍ବାର ଇଣ୍ଡେକ୍ସ ତଥ୍ୟ ଅନୁସାରେ ଭାରତ ପାଖରେ ବିଶ୍ବର ଦ୍ବିତୀୟ ବୃହତ ସ୍ଥାୟୀ ସେନା ରହିଛି । ପାକିସ୍ତାନ ସାମରିକ ଶକ୍ତିକୁ ଫୋକସ କରିଆସିଥିଲେ ମଧ୍ୟ ଏହାର ସେନା ଶକ୍ତି ଭାରତ ତୁଳନାରେ କମ୍ ।

ମିସାଇଲ୍ ପାଓ୍ବାର...କାହାର କେତେ?

ଭାରତ ପାଖରେ ଦୁନିଆର ଶକ୍ତିଶାଳୀ ତଥା ବିପଜ୍ଜନକ ମିସାଇଲ୍ ରହିଛି । ଏସବୁ ମିସାଇଲର ଗତି ଓ ମାରକ କ୍ଷମତା ବିଶ୍ବର ବହୁ ବଡ଼ ବଡ଼ ମିସାଇଲଙ୍କୁ ମାତ୍ ଦେବାରେ ସକ୍ଷମ । ପାକିସ୍ତାନ ପାଖରେ ବି ଶକ୍ତିଶାଳୀ ମିସାଇଲ୍ ରହିଛି, ତେବେ ଏସବୁର ରେଞ୍ଜ ଭାରତ ତୁଳନାରେ କମ୍ ରହିଛି । ଭାରତ ପାଖରେ ପୃଥ୍ବୀ-୩, ବରାକ-୮, କେ-୪ ମିସାଇଲ୍, ଅଗ୍ନି-୫, ବ୍ରହ୍ମୋସ ପରି ଶକ୍ତିଶାଳୀ ମିସାଇଲ୍ ରହିଛି । ସେପଟେ ପାକିସ୍ତାନ ପାଖରେ ବାବର, ସାହିନ-୧, ଘୋରି, ସାହିନ-୨, ସାହିନ-୩ ପରି ମିସାଇଲ୍ ରହିଛି ।

India vs Pakistan

ସାମରିକ ଶକ୍ତି...କିଏ ଶକ୍ତିଶାଳୀ?

ଭାରତୀୟ ସେନା ପାଖରେ ଆଧୁନିକ ଓ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ରହିଛି । ଅର୍ଜୁନ, ପିନାକା, ବ୍ରହ୍ମୋସ କ୍ରୁଜ ମିସାଇଲ୍, ହାଉଇଟଜର, ଭୀମ ଟ୍ୟାଙ୍କ ପରି ଯୁଦ୍ଧାସ୍ତ୍ର ରହିଛି । ଆଧୁନିକୀକରଣରେ ଭାରତ ନିବେଶ କରିଥିବା ବେଳେ ଏହା ସାମରିକ ଭିତ୍ତିଭୂମିକୁ ସୁଦୃଢ କରିଛି । ପାକିସ୍ତାନ ସେନା ପାଖରେ ମଧ୍ୟ ଅଲ୍-ଖାଲିଦ ଟ୍ୟାଙ୍କ ସହ ଚୀନ୍ ଓ ପାଶ୍ଚାତ୍ୟ ଦେଶଙ୍କ ପକ୍ଷରୁ ଯୋଗାଣ ହୋଇଥିବା ଯୁଦ୍ଧାସ୍ତ୍ର ରହିଛି । ତେବେ ଟେକ୍ନୋଲୋଜିର ବ୍ୟବହାର ଦୃଷ୍ଟିରୁ ପାକିସ୍ତାନ ସେନା ଭାରତ ତୁଳନାରେ ପଛରେ ରହିଛି ।

ନୌସେନା, ବାୟୁସେନାରେ ଭାରତର ଦମ୍

ଭାରତୀୟ ବାୟୁସେନା ବିଶ୍ବର ଅନ୍ୟତମ ଶକ୍ତିଶାଳୀ ସେନା । ଦେଶରେ ୨ହଜାର ୨୨୯ ଏୟାରକ୍ରାଫ୍ଟ, ୬ଶହ ଫାଇଟର ଜେଟ୍, ୮୩୧ ସହାୟକ ଏୟାରକ୍ରାଫ୍ଟ ଓ ୮୯୯ ହେଲିକପ୍ଟର ରହିଛି । ଏହାସହ ରାଫେଲ, ମିରେଜ୍-୨୦୦୦, ମିଗ୍-୨୯ ଓ ସୁଖୋଇ ପରି ଉଚ୍ଚମାନର ବିମାନ ବି ରହିଛି । ପାକିସ୍ତାନର ବାୟୁସେନା ଛୋଟ ହେଲେ ବି ଶକ୍ତିଶାଳୀ । ଦେଶ ପାଖରେ ଜେଏଫ୍-୧୭ ଥଣ୍ଡର, ଏଫ୍-୧୬ ଫାଇଟିଂ ଫାଲକନ୍ ଓ ମିରେଜ୍ ପରି ବିମାନ ରହିଛି । ସେହିପରି ଭାରତୀୟ ନୌସେନା ମଧ୍ୟ ଶକ୍ତିଶାଳୀ । ଭାରତ ପାଖରେ ୧୩୦ରୁ ଅଧିକ ଯୁଦ୍ଧ ଜାହାଜ ରହିଥିବା ବେଳେ ୬୭ହଜାରରୁ ଅଧିକ ସେନା ରହିଛନ୍ତି । ପରମାଣୁ ଶକ୍ତିସଂପନ୍ନ ଯୁଦ୍ଧ ଜାହାଜ ସହ ୧୮ଟି ସବମରିନ୍ ରହିଛି । ସେହିପରି ଆଇଏନଏସ ବିକ୍ରମାଦିତ୍ୟ ଓ ଆଇଏନଏସ ବିକ୍ରାନ୍ତ ଶତ୍ରୁ ପକ୍ଷକୁ ଚ୍ୟାଲେଞ୍ଜ ଦେବାରେ ସକ୍ଷମ । ଭାରତ ତୁଳନାରେ ପାକିସ୍ତାନର ନୌସେନା ଶକ୍ତି ଅପେକ୍ଷାକୃତ କମ୍ ।

ଯଦି ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୁଏ, ତେବେ କ୍ଷତି ସହିବ ପାକିସ୍ତାନ । ପାକ୍ ସେନା ଶକ୍ତିଶାଳୀ ହୋଇଥିଲେ ମଧ୍ୟ ଲମ୍ବା ସମୟ ଧରି ଭାରତୀୟ ସେନାର ସାମନା କରିବା କଷ୍ଟ ହେବ । ସ୍ଥଳ, ଜଳ ଓ ଆକାଶ ପଥରେ ସଶକ୍ତ ସେନା ସହ ବଡ଼ ଅର୍ଥନୀତି ପାଇଁ ଭାରତ ମଜବୁତ ସ୍ଥିତିରେ ରହିଛି । ତେଣୁ ଭାରତ ସାମନାରେ ପାକିସ୍ତାନ ମାତ୍ର କିଛି ସପ୍ତାହ ହିଁ ତିଷ୍ଠି ପାରିବ ବୋଲି ବୈଦେଶିକ ବ୍ୟାପାର ବିଶେଷଜ୍ଞ ଆକଳନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+