Get Updates
Get notified of breaking news, exclusive insights, and must-see stories!

'ଆସେସ୍‌ ଠାରୁ ବଡ଼ ଭାରତ-ପାକିସ୍ତାନ ମ୍ୟାଚ୍'

India vs Pakistan Rivalry: ଏସିଆ କପ୍ 2023 ଆଜିଠୁ ଆରମ୍ଭ ହେଉଛି । ତେବେ ସମସ୍ତ ପ୍ରଶଂସକ ଉତ୍ସାହର ସହିତ 2 ସେପ୍ଟେମ୍ବର ତାରିଖକୁ ଅପେକ୍ଷା କରିଛନ୍ତି । କାରଣ 2019 ଦିନିକିଆ ବିଶ୍ୱକପ ପରେ ଏହି ଦିନ ଭାରତ ଏବଂ ପାକିସ୍ତାନର ଦଳ 50 ଓଭର ଫର୍ମାଟରେ ପ୍ରଥମ ଥର ପରସ୍ପର ବିପକ୍ଷରେ ଖେଳିବେ । ଏହି ମ୍ୟାଚ୍ ବିଷୟରେ ଏକ ବଡ଼ ବିବୃତ୍ତି ଦେଇ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ଟମ୍ ମୁଡି ଏହାକୁ ଆଶେସ ଅପେକ୍ଷା ଏକ ବଡ଼ ପ୍ରତିଦ୍ୱନ୍ଦ୍ୱିତା ବୋଲି କହିଛନ୍ତି ।

ସୂଚନାଥାଉକି, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ ଶନିବାର ସେପ୍ଟେମ୍ୱର 2ରେ ଖେଳାଯିବ । ଏହା ଏପରି ଏକ ମୁକାବିଲା ଯାହା କିଛି ଦିନରେ ଦୁଇ ଥର ହୋଇପାରେ । କାରଣ ଛଅ ଟିମ୍‌ଙ୍କ ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଟିମ୍ ସୁପର ୪ ଏବଂ ଫାଇନାଲରେ ମଧ୍ୟ ମୁହାଁମୁହିଁ ହୋଇ ପାରନ୍ତି । ଅକ୍ଟୋବରରେ, ଉଭୟ ଟିମ୍ ଅହମଦାବାଦରେ ଏକ ଲକ୍ଷରୁ ଅଧିକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ ବିଶ୍ୱ କପରେ ପରସ୍ପରକୁ ଭେଟିବେ ।

India vs Pakistan

ତେବେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ୍ ମୁଡି କହିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହା ବିଶ୍ୱ କ୍ରିକେଟରେ ସବୁଠୁ ବଡ଼ କ୍ରିକେଟ୍ ମୁକାବିଲା । ଏହା ଆସେସଠୁ ମଧ୍ୟ ଉପରେ । ଯଦିଓ ସବୁଠୁ ପୁରୁଣା ଟେଷ୍ଟ କ୍ରିକେଟରେ ପ୍ରତିଦ୍ୱନ୍ଦ୍ୱିତା ଇଂଲଣ୍ଡରେ 2-2ରେ ରୋମାଞ୍ଚକର ସିରିଜ ଖେଳିଥିଲେ ।

ଷ୍ଟାର ସ୍ପୋର୍ଟ୍ସକୁ ପ୍ରତିକ୍ରିୟା ଦେଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଟମ ମୁଡି କହିଛନ୍ତି ଯେ, 'ମୁଁ ଅନୁଭବ କରୁଛି ଯେ ଏହି ମ୍ୟାଚ୍ ଆସେସକୁ ପଛରେ ପକାଇବ । ଉଭୟ ଚମତ୍କାର କ୍ରିକେଟ୍ ଖେଳୁଥିବା ଦେଶ । ଦୁଇ ଟିମ ଏବଂ ଖେଳାଳିଙ୍କୁ ଦେଖି ସେ କହିଛନ୍ତି, 'ପାକିସ୍ତାନୀ ଟିମରେ ମଧ୍ୟରେ ଅନେକ ପ୍ରତିଭା ଅଛନ୍ତି ।'

ଏହାସହ ସେ କହିଛନ୍ତି, 2021 ର ଟି -20 ବିଶ୍ୱକପରେ ଶାହିନ୍ ଆଫ୍ରିଦିଙ୍କ ଚମତ୍କାର ବୋଲିଂ ହେତୁ ପାକିସ୍ତାନ ଦଳ ଭାରତକୁ 10 ୱିକେଟରେ ପରାସ୍ତ କରିଛି। ତେବେ ଗତ ଟି -20 ବିଶ୍ୱକପରେ ଆଫ୍ରିଦି ଏହି ସଫଳତା କରିବାରେ ସଫଳ ହୋଇପାରି ନଥିଲେ । ଏହା ସତ୍ତ୍ୱେ ସେ ଆଗାମୀ ଏସିଆ କପରେ ନୂଆ ବଲ ସହିତ ଭାରତୀୟ ଦଳ ପାଇଁ ସବୁଠାରୁ ବଡ ବିପଦ ବୋଲି କୁହାଯାଉଛି । ଟମ ମୁଡି ଏ ସମ୍ପର୍କରେ କହିଛନ୍ତି ଯେ ଯଦି ଆଫ୍ରିଦି ନୂଆ ବଲ ସହ ୱିକେଟ୍ ନେବାରେ ସଫଳ ହୁଅନ୍ତି, ତେବେ ଏହା ଭାରତୀୟ ଦଳର ମଧ୍ୟମ ଅର୍ଡର ଉପରେ ସ୍ପଷ୍ଟ ଭାବେ ଚାପ ପକାଇବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+