ପାକିସ୍ତାନକୁ ୨୨୮ ରନ୍ରେ ହରାଇଲା ଭାରତ, ବିରାଟ କୋହଲି ମ୍ୟାନ ଅଫ୍ ଦି ମ୍ୟାଚ୍
ଏସିଆ କପ୍ରେ ଭାରତର ଦମଦାର ବିଜୟ । ପାକିସ୍ତାନକୁ ୨୨୮ ରନ୍ରେ ହରାଇଲା ଭାରତ । ଭାରତର ୩୫୬ ରନ୍ର ଜବାବରେ ପାକିସ୍ତାନ ୧୨୮ରେ ସୀମିତ । ୨୫ ରନ ଦେଇ ୫ଟି ୱିକେଟ ନେଲେ କୁଲଦୀପ ଯାଦବ । ୩୨ ଓଭରରେ ପାକିସ୍ତାନର ଇନିଂସ ସମାପ୍ତ । ବିରାଟ କୋହଲି ମ୍ୟାନ ଅଫ୍ ଦି ମ୍ୟାଚ ।
ବିରାଟ କୋହଲି ଓ କେ ଏଲେ ରାହୁଲଙ୍କ ଜବରଦସ୍ତ ଶତକ । ପାକିସ୍ତାନ ଆଗରେ ୩୫୭ ରନର ଟାର୍ଗେଟ ରଖିଥିଲା ଭାରତ । ଭାରତ ପାଇଁ ଏହି ମ୍ୟାଚ ବହୁତ୍ ଗୁରୁତ୍ବପୂର୍ଣ୍ଣ । ବିରାଟ କୋହଲି ଓ କେ ଏଲେ ରାହୁଲଙ୍କ ମଧ୍ୟରେ ଦ୍ୱିଶତକ ଭାଗିଦାରୀ ହୋଇଛି ।
ବିରାଟ କୋହଲି ୯୪ ବଲରେ ୧୨୨ ରନ କରି ଅପରାଜିତ ଥିବା ବେଳେ କେ ଏଲ୍ ରାହୁଲ ୧୦୬ ବଲରେ ୧୧୧ ରନରେ ଅପରାଜିତ ରହିଛନ୍ତି । ଦୁଇ ବ୍ୟାଟର ଭଲ ପ୍ରଦର୍ଶନ କରିଛନ୍ତି । ଏମିତି କୌଣସି ବୋଲର ନଥିଲେ ଯେ ଏହି ଦୁଇ ଜଣଙ୍କୁ ଅଟକାଇ ପାରିଥିଲେ । ବିରାଟ ବି ଦିନିକିଆରେ ୧୩,୦୦୦ ରନ ପୂରଣ କରିଛନ୍ତି । ଆଜି ଭାରତୀୟ ଦଳର କୌଣସି ୱିକେଟ ଯାଇ ନଥିଲା ।

ଗତକାଲି ବର୍ଷା ହେତୁ ୨୪.୧ ଓଭରରୁ ମ୍ୟାଚ୍ ରୋକା ଯାଇଥିଲା । ତେବେ ଆଜି ୨୪.୨ ରୁ ମ୍ୟାଚ୍ ଆରମ୍ଭ ହୋଇଥିଲା। ଆଉ ଭାରତ ଆଜି କୌଣସି ୱିକେଟ ହରାଇନି । ରୋହିତ ଶର୍ମା ୪୯ ବଲରୁ ୫୬ ରନ କରିଥିଲେ । ଶୁଭମାନ ଗିଲ ୫୨ ବଲରୁ ୫୮ ରନ କରିଥିଲେ ।
ସେହିପରି ପାକିସ୍ତାନ ତରଫରୁ ସାହିନ ଆଫ୍ରିଦି ଓ ସାଦବ ଖାନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି । ସାହିନ ଆଫ୍ରିଦି ୭୯ ରନ ବ୍ୟୟ କରିଥିଲେ ।
ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଦମଦାର ଆରମ୍ଭ କରିଥିଲା । ବର୍ଷା ହେବା ପୂର୍ବରୁ ଭାରତ 24.1 ଓଭରରେ ଦୁଇ ୱିକେଟ୍ ବିନିମୟରେ 147 ରନ୍ ସଂଗ୍ରହ କରିଛି । ଦଳର ଉଭୟ ଓପନର୍ ଆଉଟ୍ ହୋଇଛନ୍ତି ।
ଭାରତୀୟ ଦଳର ଦୁଇ ଓପନର ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ଓପରନ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳ ପାଇଁ ଶତକୀୟ ଭାଗିଦାର କରିଥିଲେ । ଅଧିନାୟକ ରୋହିତ 4ଟି ଛକା ଓ 6ଟି ଚୌକା ସହ 49 ବଲରୁ 56 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ଅନ୍ୟତମ ଯୁବ ଓପନର ଶୁଭମାନ ଗିଲ୍ 52 ବଲରୁ 58 ରନ କରିବା ପରେ ଆଉଟ୍ ହୋଇଥିଲେ ।












Click it and Unblock the Notifications