ଆଜି ଭାରତ-ପାକିସ୍ତାନ ମହାମୁକାବିଲା, ମ୍ୟାଚ୍ ଦେଖିବେ ଅମିତାଭ ବଚ୍ଚନ, ରଜନୀକାନ୍ତ, ସଚିନ୍
India Vs Pakistan World Cup 2023: ଆଜି ଭାରତ ପାକିସ୍ତାନର ମହାମୁକାବିଲା । ଅହମ୍ମଦାବାଜ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍ । ଆଜି ଓପନର ଶୁବମନ ଗିଲଙ୍କ ଖେଳିବା ସମ୍ଭାବନା ଅଧିକ ରହିଛି । ଇସାନ କିଶାନଙ୍କ ବଦଳରେ ତାଙ୍କୁ ଦଳରେ ସାମିଲ କରାଯାଇଛି ।
ସେହିପରି ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ମହମ୍ମଦ ସିରାଜଙ୍କ ପ୍ରଦର୍ଶନ ଭଲ ନଥିବାରୁ ତାଙ୍କ ସ୍ଥାନରେ ମହମ୍ମଦ ସାମିଙ୍କୁ ଟିମରେ ସାମିଲ କରାଯାଇ ପାରେ । ତେବେ ବିଶ୍ୱକପରେ ଉଭୟ ଭାରତ ଏବଂ ପାକିସ୍ତାନ ଦୁଇଟି ଲେଖାଏଁ ମ୍ୟାଚ ଜିତିସାରିଥିବାରୁ ଏହି ମ୍ୟାଚରେ କଡ଼ା ଟକ୍କର ଦେଖିବାକୁ ମିଳିବ ବୋଲି ଆଶାକରାଯାଉଛି ।

ଏଥର ମଧ୍ୟ 2015 ଓ 2019 ବିଶ୍ୱକପ ପରି ଭାରତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଦର୍ଶନ ଆଶା କରୁଛି । ତଥାପି ଭାରତର ୯ ଜଣ ଖେଳାଳିଙ୍କ ନିକଟରେ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଖେଳିବା ଅଭିଜ୍ଞତା ରହିଛି । ରୋହିତ, ବିରାଟ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱୀନ, ମହମ୍ମସ ସାମି, କେଏଲ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ ଓ ଯଶପ୍ରୀତ ବୁମରା ପାକିସ୍ତାନ ବିପକ୍ଷରେ ବିଶ୍ୱକପ୍ ଖେଳିସାରିଛନ୍ତି । ସେହିପରି ପ୍ରତିପକ୍ଷ ପାକିସ୍ତାନର ବାବର ଆଜମ, ଫଖର ଜମାନ, ଇମାମ ଉଲ ହକ, ଶାଦାବ ଖାଁ ଓ ହାସନ ଅଲୀ ବିଶ୍ୱକପରେ ଭାରତ ବିପକ୍ଷରେ ଖେଳିଛନ୍ତି ।
ସୂଚନାଥାଉ ଯେ, ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବଲିଉଡ କଳାକାରଙ୍କ ଜଲୱା ଦେଖିବା ପାଇଁ ମିଳିବ । ଆଜି ୨ ଟାରେ ମ୍ୟାଚ୍ ଆରମ୍ଭ ହେବ ହେଲେ ଏହା ପୂର୍ବରୁ ୧୨.୩୦ ମିନିଟରେ ମଧ୍ୟାହ୍ନ ୧.୧୦ ମିନିଟ୍ ପର୍ଯ୍ୟନ୍ତ ୩୦ ମିନିଟ୍ ଦର୍ଶକଙ୍କ ମନୋରଞ୍ଜନ କରିବେ ବଲିଉଡ ସେଲିବ୍ରିଟି । ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମରେ ପହଞ୍ଚିବେ ଅମିତାଭ ବଚ୍ଚନ, ସାଉଥସୁପଷ୍ଚାର ରଜନିକାନ୍ତ ଏବଂ ସଚିତ ତେନ୍ଦୁଲର । ଏମାନଙ୍କୁ ବିସିସିଆଇ ପକ୍ଷରୁ ଗୋଲଡେନ୍ ଟିକେଟ୍ ଦିଆଯାଇଛି । ସେହିପରି ମ୍ୟାଚରେ ମନୋରଞ୍ଜନର ତଡକା ଲଗାଇବେ ଅରିଜିତ୍ ସିଂ, ଶଙ୍କର ମହାଦେବନଙ୍କ ପରି ନାମୀଦାମୀ କଣ୍ଠଶିଳ୍ପୀ । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।












Click it and Unblock the Notifications