ଟି-୨୦ ବିଶ୍ୱକପ: ୩୭ ବର୍ଷ ପରେ ମେଲବୋର୍ଣ୍ଣରେ ଭାରତ-ପାକ୍ ଭେଟଘାଟ୍, ଜାଣନ୍ତୁ, କାହାର ପଲ୍ଲା ଭାରି ?

ପାଖାପାଖି ୩୭ ବର୍ଷ ପରେ ମେଲବୋର୍ଣ୍ଣରେ ଭାରତ-ପାକ୍ ଭେଟଘାଟ୍ । ଶେଷ ଥର ପାଇଁ ୧୯୮୫ ବେନ୍‌ସନ୍‌ ଆଣ୍ଡ୍‌ ହେଜେସ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ଏହି ପଡ଼ିଆରେ ଦୁଇ ଦଳ ଖେଳିଥିଲେ।

ମେଲବୋର୍ଣ୍ଣ: ଆଉ କିଛି ସମୟର ଅପେକ୍ଷା । ଆରମ୍ଭ ହେବାକୁ ଯାଉଛି ଚଳିତ ଟି-୨୦ ବିଶ୍ୱକପର ବହୁ ପ୍ରତୀକ୍ଷିତ ମ୍ୟାଚ । ପାଖାପାଖି ୩୭ ବର୍ଷ ପରେ ମେଲବୋର୍ଣ୍ଣରେ ଭାରତ-ପାକ୍ ଭେଟଘାଟ୍ । ଶେଷ ଥର ପାଇଁ ୧୯୮୫ ବେନ୍‌ସନ୍‌ ଆଣ୍ଡ୍‌ ହେଜେସ୍‌ ବିଶ୍ବ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ରେ ଏହି ପଡ଼ିଆରେ ଦୁଇ ଦଳ ଖେଳିଥିଲେ । ସେହି ମ୍ୟାଚ୍‌ ଭାରତୀୟ କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ପାଇଁ ଅଧିନାୟକ ଭାବେ ଶେଷ ମ୍ୟାଚ୍‌ ଥିଲା । ତେବେ ଅଲ୍‌ରାଉଣ୍ଡର ରବି ଶାସ୍ତ୍ରୀଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ସେହି ମୁକାବିଲାକୁ ଭାରତ ଜିତି ଗାଭାସ୍କରଙ୍କୁ ସ୍ମରଣୀୟ ଟ୍ରଫି ଭେଟି ଦେଇଥିଲା ।

India vs Pakistan

ଅନ୍ୟପଟେ ଟି-୨୦ ବିଶ୍ୱକପ‌ ଇତିହାସ କହୁଛି ଟୁର୍ଣ୍ଣାମେଣ୍ଟରେ ଭାରତର ପଲ୍ଲା ଭାରି ରହିଛି । ଗତବର୍ଷ ଭାରତର ଅପରଜେୟ ରେକରଡ ଭାଙ୍ଗିଥିବା ବେଳେ ବାକି ସଂସ୍କରଣରେ ଭାରତର ଦବଦବା ଜାରି ରହିଛି । ୨୦୦୭ରୁ ୨୦୨୧ ପର୍ଯ୍ୟନ୍ତ ଉଭୟ ଭାରତ ଓ ପାକିସ୍ତାନ ମୋଟ୍‌‌ ଉପରେ ୬ ଥର ସାମ୍ନାସାମ୍ନି ହୋଇଛନ୍ତି । ଯେଉଁଥିରେ ଭାରତ ୫ ମ୍ୟାଚ୍‌‌ ଜିତିଛି ଓ ଗୋଟିଏ ମ୍ୟାଚ ହାରିଛି ।
ୟୁଏଇରେ ୨୦୨୧ରେ ଅନୁଷ୍ଠିତ ଟି-୨୦ ବିଶ୍ୱକପ୍‌‌ରେ ପାକିସ୍ତାନ ୧୦ ୱିକେଟ୍‌‌ରେ ବିଜୟୀ ହୋଇଥିଲା।
  • ସମ୍ଭାବ୍ୟ ଭାରତ ଏକାଦଶ: ରୋହିତ ଶର୍ମା, କେଏଲ୍ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ବର କୁମାର, ମହମ୍ମଦ ସାମି, ଅର୍ଶଦୀପ ସିଂହ, ୟୁଜଭେନ୍ଦ୍ର ଚହଲ ।
  • ସମ୍ଭାବ୍ୟ ପାକିସ୍ତାନ ଏକାଦଶ: ମହମ୍ମଦ ରିଜୱାନ୍‌, ବାବର ଆଜମ୍‌, ହାଇଦର ଅଲ୍ଲୀ, ଫକର ଜମନ୍, ଇଫ୍‌ତିକାର ଅହମ୍ମଦ, ଆସିଫ ଅଲ୍ଲୀ, ସଦାବ୍‌ ଖାନ୍‌, ମହମ୍ମଦ ନୱାଜ୍‌, ସାହିନ୍‌ ଆଫ୍ରିଦି, ନସିମ୍‌ ଶାହ, ହାରିସ୍‌ ରୌଫ୍‌ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+