INDIA VS PAKISTAN: ଭାରତ ବନାମ ପାକିସ୍ତାନ ମ୍ୟାଚ ନେଇ ବଡ ଅପଡେଟ
ଆଇସିସି ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମ୍ୟାଚ ସ୍ଥାନ ନେଇ ଆଜି ନିଷ୍ପତ୍ତି ଶୁଣାଇଛି। ନିଷ୍ପତ୍ତି ଅନୁଯାୟୀ, ୨୦୨୭ ପର୍ଯ୍ୟନ୍ତ ହେବାକୁ ଥିବା ଆଇସିସି ପ୍ରତିଯୋଗିତାରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ନିରପେକ୍ଷ ସ୍ଥାନରେ ଖେଳାଯିବ ବୋଲି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ ଆଜି ସ୍ପଷ୍ଟ କରିଛି।

ଆସନ୍ତା ବର୍ଷ ଫେବ୍ରୁଆରି ଓ ମାର୍ଚ୍ଚରେ ପାକିସ୍ତାନରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଭବିଷ୍ୟତକୁ ନେଇ ଦେଖାଦେଇଥିବା ଅନିଶ୍ଚିତତାର ଅନ୍ତ ଘଟିଛି। ଏହି ନିଷ୍ପତ୍ତି ଭାରତ ଦ୍ୱାରା ଆୟୋଜିତ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍ ୨୦୨୫ ଏବଂ ଭାରତ ଓ ଶ୍ରୀଲଙ୍କା ଦ୍ୱାରା ଆୟୋଜିତ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ଉପରେ ମଧ୍ୟ ଲାଗୁ ହେବ।












Click it and Unblock the Notifications