India vs Pakistan : ଆରମ୍ଭ ହୋଇ ପରୁନି ମ୍ୟାଚ୍, ଓଦା ରହିଛି ପଡିଆ

ଅପେକ୍ଷାର ଅନ୍ତ ଘଟିନି । ଆରମ୍ଭ ହୋଇପାରୁନି ମ୍ୟାଚ୍ । ବର୍ଷା ନ ହେଲେ ବି ଫିଲଡ ଓଦା ହୋଇଛି । ଆଉ କିଛି ସମୟ ପରେ ଆରମ୍ଭ ହେବ ମ୍ୟାଚ୍ । ଗତକାଲି ମ୍ୟାଚ ଅଧାରୁ ବନ୍ଦ ହୋଇ ଯାଇଥିଲା । ତେବେ ମ୍ୟାଚ ଖବର ଲେଖିଲା ବେଳକୁ ଆରମ୍ଭ ହୋଇ ପାରି ନାହିଁ ।

ରବିବାର ବର୍ଷା ହେତୁ ପ୍ରଥମ ଇନିଂସର 24.1 ଓଭର ପରେ ଆଉ ଖେଳ ହୋଇପାରି ନଥିଲା । ତେବେ ଆଜି ଭାରତ ଏବଂ ପାକିସ୍ତାନକୁ ସୋମବାର ଖେଳିବାକୁ ପଡ଼ିବ ।

ଗତକାଲି ବର୍ଷା ଅଟକିବା ପରେ ଅନ୍ୟୁନ 20 ଓଭର ଖେଳାଇବାକୁ ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ର ଗ୍ରାଉଣ୍ଡ୍ ଷ୍ଟାଫ୍ ଏବଂ ଅମ୍ପାୟାର୍‌ମାନେ ଚେଷ୍ଟା କରିଥିଲେ ମଧ୍ୟ ପୁଣି ବର୍ଷା ଫେରିବାରୁ ଦୁଇ ଅଧିନାୟକ ରୋହିତ ଶର୍ମା ଏବଂ ବାବର ଆଜମଙ୍କ ସହ ଆଲୋଚନା କରି ଅମ୍ପାୟାର୍‌ କ୍ରିସ୍ ଗଫାନି, ରୁଚିରା ପଲିଗୁରୁଗେ ସଂରକ୍ଷିତ ଦିବସରେ ଅବିଶିଷ୍ଟ ଭାଗ ଖେଳାଯିବ ବୋଲି ଘୋଷଣା କରିଥିଲେ ।

india_vs_pakistan

ବର୍ଷା ହେବା ପୂର୍ବରୁ ଭାରତ 24.1 ଓଭରରେ ଦୁଇ ୱିକେଟ୍ ବିନିମୟରେ 147 ରନ୍ ସଂଗ୍ରହ କରିଛି । ଦଳର ଉଭୟ ଓପନର୍ ଆଉଟ୍ ହୋଇଛନ୍ତି ।
ଭାରତୀୟ ଦଳର ଦୁଇ ଓପନର ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ଓପରନ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳ ପାଇଁ ଶତକୀୟ ଭାଗିଦାର କରିଥିଲେ । ଅଧିନାୟକ ରୋହିତ 4ଟି ଛକା ଓ 6ଟି ଚୌକା ସହ 49 ବଲରୁ 56 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ଅନ୍ୟତମ ଯୁବ ଓପନର ଶୁଭମାନ ଗିଲ୍ 52 ବଲରୁ 58 ରନ କରିବା ପରେ ଆଉଟ୍ ହୋଇଥିଲେ ।

ତେବେ ରୋହିତ୍ ଶର୍ମା ଆଉଟ୍ ହେବା ପରେ ପଡିଆକୁ ଓହ୍ଲାଇଥିଲେ ବିରାଟ୍ କୋହଲି । ବିରାଟ କୋହଲି 16 ବଲରୁ 8 ରନ ଏବଂ ଶୁଭମନଙ୍କ ପରେ ବ୍ୟାଟିଂ ଆସିଥିବା ଲୋକେଶ ରାହୁଲ 28 ବଲରୁ 17 ରନ କରି ଅପରାଜିତ ରହିଛନ୍ତି । ପାକିସ୍ତାନ ପକ୍ଷରୁ ଶାଦବ ଖାନ ଏବଂ ଶାହିନ୍ ଆଫ୍ରିଦି 1-1 ୱିକେଟ୍ ନେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+