ଏସିଆ କପ୍‌ ୨୦୨୫: ଟସ୍‌ ଜିତି ପାକିସ୍ତାନର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି, ହ୍ୟାଣ୍ଡସେକ୍‌ କଲେନି ଦୁଇ କ୍ୟାପଟେନ

ପାକିସ୍ତାନ ଭାରତ ବିପକ୍ଷରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଉଭୟ ଦଳର ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ମ୍ୟାଚ୍ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି।ବହୁ ପ୍ରତିକ୍ଷିତ ଏସିଆ କପ୍‌ ୨୦୨୫ର ଗ୍ରୁପ୍‌ ଏ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ସଲମାନ୍‌ ଆଲୀ ଆଘା ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ସୁର୍ଯ୍ୟକୁମାର୍‌ ଯାଦବଙ୍କ ନେତୃତ୍ୱାଧୀନ ଭାରତ ବନାମ ପାକିସ୍ତାନ ମ୍ୟାଚ୍‌ ଆଜି ଆରମ୍ଭ ହୋଇଛି।

ଦୁଇ ଦଳ ଅପରିବର୍ତ୍ତିତ ଖେଳାଳି ସହ ପଡିଆକୁ ଓହ୍ଲାଇଛନ୍ତି। ଏହି ମ୍ୟାଚ୍‌ରେ ରାଜନୈତିକ ସଙ୍କଟ ଯୋଗୁଁ ବିଶେଷ ମହତ୍ୱ ରହିଛି, ବିଜେତା ଦଳ ସୁପର୍‌-4 କ୍ୱାଲିଫାଏ ପ୍ରାୟ ନିଶ୍ଚିତ କରିବ। ମ୍ୟାଚ ପାଇଁ ଦୁବାଇ ପୋଲିସ ବିଶାଳ ସୁରକ୍ଷା ବ୍ୟବସ୍ଥା କରିଛି, ନିୟମ ଭାଙ୍ଗିଲେ ଦର୍ଶକମାନଙ୍କୁ ୭ ଲକ୍ଷ ଟଙ୍କା ଜରିମାନା, ଦେଶକୁ ନିର୍ବାସନ କିମ୍ବା ଜେଲ୍‌ ହୋଇପାରେ। ଦୁହେଁ ଦଳ ଟୁର୍ନାମେଣ୍ଟ୍‌ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି।

ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ
ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଶଦୀପ ସିଂହ ପୁଣି ପ୍ଲେଇଂ ଇଲେଭେନରୁ ବାହାର ହୋଇଛନ୍ତି।

ଭାରତର ପ୍ଲେଇଂ ଇଲେଭେନ - ଅଭିଷେକ ଶର୍ମା, ଶୁଭମାନ ଗିଲ୍, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ଶିବମ୍ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଜସପ୍ରୀତ ବୁମରାହ, ବରୁଣ ଚକ୍ରବର୍ତ୍ତୀ।

India vs Pakistan Asia Cup 2025 PAK to bat vs IND in Dubai

ପାକିସ୍ତାନର ପ୍ଲେଇଂ ଇଲେଭେନ
ପାକିସ୍ତାନର ପ୍ଲେଇଂ ଇଲେଭେନରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ହାରିସ୍ ରୌଫ ମଧ୍ୟ ଏହି ମ୍ୟାଚ୍ ଖେଳୁନାହାଁନ୍ତି।

ସାହିବଜାଦା ଫରହାନ, ସାମ ଆୟୁବ, ଫଖର ଜମାନ, ସଲମାନ ଆଗା, ହାସନ ନୱାଜ, ମହମ୍ମଦ ହାରିସ୍, ମହମ୍ମଦ ନୱାଜ, ଫହୀମ୍ ଆଶରଫ୍, ଶାହିନ ଆଫ୍ରିଦି, ସୁଫିଆନ୍ ମୁକିମ୍ ଏବଂ ଅବରାର ଅହମ୍ମଦ।

ପାକିସ୍ତାନ ଟସ୍ ଜିତିଲା
ପାକିସ୍ତାନ ଟସ୍ ଜିତିଲା, ଭାରତ ପ୍ରଥମେ ବୋଲିଂ କରିବ। ସଲମାନ ଆଗା କହିଛନ୍ତି ଯେ ସେ ଅଧିକ ରନ କରି ଟିମ୍ ଇଣ୍ଡିଆ ଉପରେ ଚାପ ପକାଇବାକୁ ଚାହାଁନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+