ଭାରତ ବନାମ ପାକିସ୍ତାନ, ଏସିଆ କପ୍ 2023: ବର୍ଷାରେ ଧୋଇଗଲା ଆଜି ଦିନର ଖେଳ, ରିଜର୍ଭ ଡେ' କୁ ଗଲା ମ୍ୟାଚ

IND vs PAK Super 4 Match in Asia Cup 2023: ଆଜି (ରବିବାର) ଖେଳା ଯାଇଥିବା ଭାରତ ବନାମ ପାକିସ୍ତାନ ଏସିଆ କପ୍ 2023ର ସୁପର-4 ମୁକାବିଲାରେ ପୁଣି ବର୍ଷା ବାଧକ ସାଜିଛି । କଲମ୍ବୋରେ ଖେଳା ଯାଉଥିବା ଏହି ମ୍ୟାଚରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ ।

ମାତ୍ର ଭାରତୀୟ ପାଳିର 24.1 ଓଭରରୁ ବର୍ଷା ଆରମ୍ଭ ହୋଇଥିଲା । ତେବେ ଆଜି ଦିନର ଶେଷ ସୁଦ୍ଧା ବର୍ଷା ନ କମିବାରୁ ମ୍ୟାଚକୁ ରିଜର୍ଭ ଡେ କୁ ସ୍ଥାନାନ୍ତରିତ କରାଯାଇଛି । ଏଠାରେ କହିରଖୁ କି, ଚଳିତ ଏସିଆ କପ୍ ସୁପର-4 ଭାରତ-ପାକିସ୍ତାନ ଏକମାତ୍ର ମ୍ୟାଚ୍ ପାଇଁ ରିଜର୍ଭ ଡେ ରଖାଯାଇଛି ।

India vs Pakistan, Asia Cup 2023

ତେବେ ମ୍ୟାଚ ବିଷୟରେ କହିବାକୁ ଗଲେ, ଟସ୍ ଜିତି ପ୍ରଥମେ ବୋଲିଂ କରିଥିଲା ପାକିସ୍ତାନ । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇ ଭାରତ ଦମଦାର ଆରମ୍ଭ କରିଥିଲା । ବର୍ଷା ହେବା ପୂର୍ବରୁ ଭାରତ 24.1 ଓଭରରେ ଦୁଇ ୱିକେଟ୍ ବିନିମୟରେ 147 ରନ୍ ସଂଗ୍ରହ କରିଛି । ଦଳର ଉଭୟ ଓପନର୍ ଆଉଟ୍ ହୋଇଛନ୍ତି ।

ଭାରତୀୟ ଦଳର ଦୁଇ ଓପନର ଦଳକୁ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ଓପରନ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଦଳ ପାଇଁ ଶତକୀୟ ଭାଗିଦାର କରିଥିଲେ । ଅଧିନାୟକ ରୋହିତ 4ଟି ଛକା ଓ 6ଟି ଚୌକା ସହ 49 ବଲରୁ 56 ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେହିପରି ଅନ୍ୟତମ ଯୁବ ଓପନର ଶୁଭମାନ ଗିଲ୍ 52 ବଲରୁ 58 ରନ କରିବା ପରେ ଆଉଟ୍ ହୋଇଥିଲେ ।

ତେବେ ରୋହିତ୍ ଶର୍ମା ଆଉଟ୍ ହେବା ପରେ ପଡିଆକୁ ଓହ୍ଲାଇଥିଲେ ବିରାଟ୍ କୋହଲି । ବିରାଟ କୋହଲି 16 ବଲରୁ 8 ରନ ଏବଂ ଶୁଭମନଙ୍କ ପରେ ବ୍ୟାଟିଂ ଆସିଥିବା ଲୋକେଶ ରାହୁଲ 28 ବଲରୁ 17 ରନ କରି ଅପରାଜିତ ରହିଛନ୍ତି । ପାକିସ୍ତାନ ପକ୍ଷରୁ ଶାଦବ ଖାନ ଏବଂ ଶାହିନ୍ ଆଫ୍ରିଦି 1-1 ୱିକେଟ୍ ନେଇଛନ୍ତି ।

ସୂଚନାଥାଉ କି, ବର୍ଷା ଯୋଗୁଁ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିଲା । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସ ଖେଳିଥିଲା । କିନ୍ତୁ ପାକିସ୍ତାନ ଦଳ ଗୋଟିଏ ବି ବଲ ଖେଳି ପାରି ନଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+