Get Updates
Get notified of breaking news, exclusive insights, and must-see stories!

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ: ବ୍ୟାକଫୁଟରେ ଟିମ୍ ଇଣ୍ଡିଆ, ନ୍ୟୁଜିଲ୍ୟାଣ୍ଡ ୩୦୧ ରନ ଆଗରେ

ଦ୍ୱିତୀୟ ଟେଷ୍ଟରେ ସଂପୂର୍ଣ୍ଣ ବ୍ୟାକଫୁଟରେ ଟିମ୍ ଇଣ୍ଡିଆ । ୱାଶିଂଟନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କୌଣସି ଭାରତୀୟ ଖେଳାଳି ଆଶା ଅନୁସାରେ ପ୍ରଦର୍ଶନ କରିନାହାନ୍ତି। ବାରମ୍ବାର ନିରାଶ କହୁଛନ୍ତି ଭାରତୀୟ ବ୍ୟାଟର । ନ୍ୟୁଜିଲ୍ୟାଣ୍ଡ ପୁଣେରେ ଭାରତ ଠାରୁ ମ୍ୟାଚ୍‌କୁ ବହୁତ ଦୂରକୁ ନେଇ ଯାଇଛି। ଯେଉଁ ସ୍ପିନ ଭାରତର କ୍ଷମତା ଥିଲା ଏବେ ଦଳର ବ୍ୟାଟରମାନେ ସେହି ସ୍ପିନ ଜାଲରେ ଫସିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ ଇନିଂସରେ ୫ ୱିକେଟ ହରାଇ ୧୯୮ ରନ କରିଛି । ସହ ପୁଣେର ଟର୍ଣ୍ଣିଂ ଟ୍ରାକରେ ବିଶାଳ ୩୦୧ ରନର ଲିଡ୍‌ ହାସଲ କରି ନେଇଛି କିୱି ଦଳ ।

ପ୍ରଥମ ଦିନରେ ନ୍ୟୁଜିଲ୍ୟାଣ୍ଡ ୨୫୯ ରନରେ ଅଲଆଉଟ ହେବା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ରୋହିତ ଶର୍ମାଙ୍କୁ ହରାଇ ୧୬ ରନ କରିଥିଲା। ଆଜି ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଶୁବମନ ଗିଲ୍ ୩୦ ରନ କରି ଆଉଟ ହେବା ପରେ ଭାରତର ବ୍ୟାଟିଂ ଲାଇନ ଅପ ତାସର ଘର ପରି ଭୁଶୁଡ଼ି ପଡ଼ିଥିଲା।

India vs New Zealand

ଭାରତର ବ୍ୟାଟିଂ ଲାଇନ ଅପ୍‌କୁ ମିଚେଲ ସାଣ୍ଟନର ଛିନଛତ୍ର କରି ଦେଇଥିଲେ। ସେ ଗିଲଙ୍କ ବ୍ୟତୀତ ବିରାଟ କୋହଲି(୦), ସର୍ଫରାଜ ଖାନ(୧୧), ରବୀନ୍ଦ୍ର ଜାଡେଜା(୩୮), ରବି ଅଶ୍ୱିନ(୪), ଆକାଶ ଦୀପ (୬) ଓ ଯଶପ୍ରୀତ ବୁମ୍ରା(୦)ଙ୍କ ୱିକେଟ ନେଇ ଭାରତକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ।

ସେ ୫୩ ରନ ଦେଇ ୭ ୱିକେଟ ଦଖଲ କରିଛନ୍ତି। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ। ସାଣ୍ଟନରଙ୍କ ବ୍ୟତୀତ ଗ୍ଲେନ ଫିଲପ୍ସ ୩୦ ରନ କରିଥିବା ଯଶସ୍ୱୀ ଜୈସୱାଲ ଓ ୧୮ ରନ କରିଥିବା ଋଷଭ ପନ୍ତଙ୍କ ୱିକେଟ ନେଇଛନ୍ତି। ପ୍ରଥମ ଦିନରେ ଟିମ ସାଉଦି ଖାତା ଖୋଲିବା ପୂର୍ବରୁ ରୋହିତ ଶର୍ମାଙ୍କୁ ଆଉଟ କରିଥିଲେ।

ଭାରତ ପ୍ରଥମ ଇନିଂସରେ ୧୫୬ ରନ କରି ଅଲଆଉଟ ହୋଇଯିବାରୁ ନ୍ୟୁଜିଲ୍ୟାଣ୍ଡକୁ ଗୁରୁତ୍ୱପୂର୍ଣ୍ଣ ୧୦୩ ରନର ଲିଡ ମିଲିଥିଲା। ୧୦୩ ରନ ଆଗରେ ଥିବା ନ୍ୟୁଜିଲ୍ୟାଣ୍ଡ ତା'ର ଦ୍ୱିତୀୟ ଇନିଂସକୁ ସକାରାତ୍ମକ ଢଙ୍ଗରେ ଆରମ୍ଭ କରି ଓଭର ପିଛା ୪ରୁ ଅଧିକ ହାରରେ ରନ ସଂଗ୍ରହ କରିଥିଲା। ୱାଶିଂଟନ ୪ଟି ୱିକେଟ ପାଇଥିଲେ ହେଁ କ୍ୱିୱି ଟିମର ଅଧିନାୟକ ଟମ ଲାଥମ ୮୬ ରନର ଇନିଂସ ଖେଳି ଲିଡ୍‌କୁ ୩୦୧ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+