ଦିନିକିଆ ସିରିଜ କ୍ଲିନ ସୁଇପ କଲା ଭାରତ, ଗୋଟେ ବି ମ୍ୟାଚ ଜିତି ପାରିଲାନି ନ୍ୟୁଜିଲାଣ୍ଡ

ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚକୁ ୯୦ ରନରେ ଜିତିଲା ଭାରତ । ଏହି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ କ୍ଲିନସୁଇପ୍ କଲା ଭାରତ ।

ଇନ୍ଦୋର: ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚକୁ ୯୦ ରନରେ ଜିତିଲା ଭାରତ । ଏହି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ କ୍ଲିନସୁଇପ୍ କଲା ଭାରତ ।

India vs New Zealand

ଭାରତ ଦେଇଥିବା ବିଶାଳ ୩୮୬ ରନର ପିଛା କରୁଥିବା ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୯୫ ରନ କରି ପାରିଛି । କିୱି ବ୍ୟାଟର ଡେଭିନ କନୱେ ୧୩୮ ରନର ଇନିଂସ ଖେଳିଥିଲେ ମଧ୍ୟ ଏହା ଦଳର ସମ୍ମାନ ରଖିବା ପାଇଁ ଯଥେଷ୍ଟ ହୋଇନି । ତାଙ୍କ ବ୍ୟତିତ ହେନେରି ନିକୋଲ୍ସ ୪୨ ରନ, ମିଟେଲ ସାଣ୍ଟନର ୩୪ ରନ ଓ ମାଇକେଲ ବ୍ରେସଓ୍ବେଲ ୨୬ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ ଓ ଭାରତ ପାଇଁ ବିଶାଳ ସ୍କୋର କରିବାରେ ଯୋଗଦାନ ଦେଇଥିଲେ । ରୋହିତ ଶର୍ମାଙ୍କ ୧୦୧, ଶୁବମନ ଗିଲଙ୍କ ୧୧୨ ଓ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୫୪ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୮୫ ରନ କରିଥିଲା।

ତେବେ ଏହି ଦିନିକିଆ ସିରିଜକୁ କ୍ଲିନ ସୁଇପ୍‌ କରିବା ସହ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛି । ମ୍ୟାଚ୍‌ ପୂର୍ବରୁ ଦଳ ୧୧୩ ପଏଣ୍ଟ ସହ ରାଙ୍କିଙ୍ଗର ୩ନଂ ସ୍ଥାନରେ ଥିଲା। ହେଲେ ଏବେ ଦଳ ୧୧୪ ପଏଣ୍ଟ ସହ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି । ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ ୧୧୩ ପଏଣ୍ଟ ସହ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ନଂରେ ଓ ନ୍ୟୁଜିଲ୍ୟାଣ୍ଡ ୧୧୧ ପଏଣ୍ଟ ସହ ୪ନଂ ସ୍ଥାନକୁ ଖସିଛି। ପୂର୍ବଭଳି ପାକିସ୍ତାନ ୫ନଂ ସ୍ଥାନରେ ରହିଛି। ଭାରତ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+