For Quick Alerts
Turn On Notification  
For Daily Alerts
Oneindia App Download

ଦିନିକିଆ ସିରିଜ କ୍ଲିନ ସୁଇପ କଲା ଭାରତ, ଗୋଟେ ବି ମ୍ୟାଚ ଜିତି ପାରିଲାନି ନ୍ୟୁଜିଲାଣ୍ଡ

ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚକୁ ୯୦ ରନରେ ଜିତିଲା ଭାରତ । ଏହି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ କ୍ଲିନସୁଇପ୍ କଲା ଭାରତ ।

|

ଇନ୍ଦୋର: ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିବା ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚକୁ ୯୦ ରନରେ ଜିତିଲା ଭାରତ । ଏହି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ସିରିଜ କ୍ଲିନସୁଇପ୍ କଲା ଭାରତ ।

India vs New Zealand

ଭାରତ ଦେଇଥିବା ବିଶାଳ ୩୮୬ ରନର ପିଛା କରୁଥିବା ନ୍ୟୁଜିଲାଣ୍ଡ ୪୧.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୨୯୫ ରନ କରି ପାରିଛି । କିୱି ବ୍ୟାଟର ଡେଭିନ କନୱେ ୧୩୮ ରନର ଇନିଂସ ଖେଳିଥିଲେ ମଧ୍ୟ ଏହା ଦଳର ସମ୍ମାନ ରଖିବା ପାଇଁ ଯଥେଷ୍ଟ ହୋଇନି । ତାଙ୍କ ବ୍ୟତିତ ହେନେରି ନିକୋଲ୍ସ ୪୨ ରନ, ମିଟେଲ ସାଣ୍ଟନର ୩୪ ରନ ଓ ମାଇକେଲ ବ୍ରେସଓ୍ବେଲ ୨୬ରନ କରିଥିଲେ । ଭାରତ ପକ୍ଷରୁ ଶାର୍ଦ୍ଦୁଲ ଠାକୁର ଓ କୁଳଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆଜିର ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ବିସ୍ଫୋରକ ଶତକ ହାସଲ କରିଥିଲେ ଓ ଭାରତ ପାଇଁ ବିଶାଳ ସ୍କୋର କରିବାରେ ଯୋଗଦାନ ଦେଇଥିଲେ । ରୋହିତ ଶର୍ମାଙ୍କ ୧୦୧, ଶୁବମନ ଗିଲଙ୍କ ୧୧୨ ଓ ହାର୍ଦ୍ଦିକ ପାଣ୍ତ୍ୟାଙ୍କ ୫୪ ରନ ବଳରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୮୫ ରନ କରିଥିଲା।

ତେବେ ଏହି ଦିନିକିଆ ସିରିଜକୁ କ୍ଲିନ ସୁଇପ୍‌ କରିବା ସହ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନ ଦଖଲ କରିଛି । ମ୍ୟାଚ୍‌ ପୂର୍ବରୁ ଦଳ ୧୧୩ ପଏଣ୍ଟ ସହ ରାଙ୍କିଙ୍ଗର ୩ନଂ ସ୍ଥାନରେ ଥିଲା। ହେଲେ ଏବେ ଦଳ ୧୧୪ ପଏଣ୍ଟ ସହ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚି ଯାଇଛି । ଦ୍ୱିତୀୟ ସ୍ଥାନରେ ଇଂଲଣ୍ଡ ୧୧୩ ପଏଣ୍ଟ ସହ ରହିଥିବା ବେଳେ ଅଷ୍ଟ୍ରେଲିଆ ୩ନଂରେ ଓ ନ୍ୟୁଜିଲ୍ୟାଣ୍ଡ ୧୧୧ ପଏଣ୍ଟ ସହ ୪ନଂ ସ୍ଥାନକୁ ଖସିଛି। ପୂର୍ବଭଳି ପାକିସ୍ତାନ ୫ନଂ ସ୍ଥାନରେ ରହିଛି। ଭାରତ ବିପକ୍ଷ ଦିନିକିଆ ସିରିଜ ପୂର୍ବରୁ ନ୍ୟୁଜିଲାଣ୍ଡ ଆଇସିସି ରାଙ୍କିଙ୍ଗର ୧ନଂ ସ୍ଥାନରେ ରହିଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
India vs New Zealand: Team India Clean Sweep ODI Series in 3-0
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X