IND vs NZ: ପ୍ରଥମ ଇନିଂସରେ ୪୦୨ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍, ଭାରତ ୩୫୬ ରନରେ ପଛୁଆ

ବେଙ୍ଗାଲୁରୁ ଟେଷ୍ଟରେ ବହୁ ପଛରେ ଭାରତ । ପ୍ରଥମ ଇନିଂସରେ ମାତ୍ର ୪୬ ରନ୍‌ ସ୍କୋର କରି ଅଲଆଉଟ୍‌ ହୋଇଥିଲା ଟିମ୍‌ ଇଣ୍ଡିଆ। ଆଉ ଏହା ପରେବ ନ୍ୟୁଜିଲାଣ୍ଡ ଟିମ୍‌ ପ୍ରଥମ ଇନିଂସରେ ୪୦୨ ରନ୍‌ ସ୍କୋର କରି ଅଲଆଉଟ୍‌ ହୋଇଛି। ଯାହାଫଳରେ ୩୫୬ ରନରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ। ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଦ୍ବିତୀୟ ଇନିଂସ୍‌ ବ୍ୟାଟିଂ ଆରମ୍ଭ କରିଛି।

India vs New Zealand

ବୋଲିଂ ପରେ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲା କିଓ୍ବି ଟିମ୍। ରଚିନ ରବିନ୍ଦ୍ରଙ୍କ ଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ଦଳ ପ୍ରଥମ ଇନିଂସରରେ ୪୦୨ ରନ୍‌ ସ୍କୋର କରି ପାରିଛି। ଏଥିସହିତ ୩୫୬ ରନ୍‌ରେ ଆଗୁଆ ରହିଛି ଦଳ। ଡେଭିନ କନଓ୍ବେ, ଟିମ୍‌ ସାଉଦିଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ଦଳ ବଡ଼ ସ୍କୋର କରିବାରେ ସଫଳ ହୋଇଛି।

ବ୍ୟାଟିଂ ପରେ ବୋଲିଂରେ ବି ଫେଲ୍‌ ମାରିଥିଲା ଭାରତ। ଟିମ୍‌ ଇଣ୍ଡିଆକୁ ମାତ୍ର ୩୨ ଓଭରରେ ଅଲଆଉଟ୍‌ କରିଥିଲା ନ୍ୟୁଜିଲାଣ୍ଡ। ହେଲେ ଭାରତୀୟ ବୋଲର ୯୨ ଓଭରରେ ନ୍ୟୁଜିଲାଣ୍ଡ ଟିମ୍‌କୁ ଅଲଆଉଟ୍‌ କରିଥିଲେ। ଭାରତୀୟ ଦଳ ପକ୍ଷରୁ ରବିନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ୩ଟି ଲେଖାଏଁ ଓ୍ବିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଛନ୍ତି। ସେହିପରି ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ବିନୀ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+