ତୃତୀୟ ଦିନିକିଆ: ପ୍ରଥମେ ବ୍ୟାଟିଂ କରୁଛି ଭାରତ
ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ । ପୂର୍ବରୁ ୨ଟି ମ୍ୟାଚ୍ ଜିତି ୨-୦ରେ ସିରିଜ୍ କବଜା କରିଥିବା ଘରୋଇ ଭାରତୀୟ ଦଳ ଆଜି ସିରିଜ କ୍ଲିନ ସ୍ୱିପ୍ର ଲକ୍ଷ୍ୟରେ ରହିଛି ।
ଇନ୍ଦୋର: ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚ । ପୂର୍ବରୁ ୨ଟି ମ୍ୟାଚ୍ ଜିତି ୨-୦ରେ ସିରିଜ୍ କବଜା କରିଥିବା ଘରୋଇ ଭାରତୀୟ ଦଳ ଆଜି ସିରିଜ କ୍ଲିନ ସ୍ୱିପ୍ର ଲକ୍ଷ୍ୟରେ ରହିଛି ।

ତେବେ ମ୍ୟାଚରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଦଳ । ଫଳରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ ।
ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍କୁ ୧୨ ରନ୍ରେ ଜିତିଥିଲା ଟିମ୍ ଇଣ୍ଡିଆ । ଏହାପରେ ୨ୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡକୁ ଭାରତ ୮ ୱିକେଟରେ ପରାସ୍ତ କରିଥିଲା । ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍ ମଧ୍ୟପ୍ରଦେଶର ଇନ୍ଦୋର ହୋଲ୍କୋର କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଛି ।
- ଭାରତୀୟ ଏକାଦଶ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଇଶାନ କିଶନ (ୱିକେଟକିପର), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଉମରାନ ମଲିକ ।
- ନ୍ୟୁଜିଲ୍ୟାଣ୍ଡ ଏକାଦଶ: ଫିନ୍ ଆଲେନ୍, ଡିଭନ୍ କନୱେ, ହେନେରୀ ନିକୋଲସ୍, ଡାରିଲ୍ ମିଚେଲ, ଟମ୍ ଲାଥାମ୍ ( ଅଧିନାୟକ ଓ ୱିକେଟକିପର), ଗ୍ଲେନ୍ ଫିଲିପ୍ସ, ମାଇକେଲ ବ୍ରେସୱେଲ, ମିଚେଲ ସାଣ୍ଟନର୍, ଜ୍ୟାକବ ଡଫି, ଲକି ଫର୍ଗୁସନ୍, ବ୍ଲେୟାର ଟିକନର୍ ।












Click it and Unblock the Notifications