ରୋହିତ ଓ ଗିଲଙ୍କ ବିସ୍ଫୋରକ ଶତକ: ନ୍ୟୁଜିଲାଣ୍ଡକୁ ୩୮୯ ରନର ଟାର୍ଗେଟ
ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ କମାଲ କରିଛନ୍ତି ଭାରତୀୟ ବ୍ୟାଟର। ବିଶେଷ କରି ଓପନର ରୋହିତ ଶର୍ମା ଓ ଶୁବମନ ଗିଲ୍ ଦମଦାର ବ୍ୟାଟିଂ କରିଛନ୍ତି।
ଇନ୍ଦୋର: ଆଜି ଭାରତ ବନାମ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି ଦିନିକିଆ ସିରିଜର ତୃତୀୟ ତଥା ଶେଷ ମ୍ୟାଚରେ କମାଲ କରିଛନ୍ତି ଭାରତୀୟ ବ୍ୟାଟର। ବିଶେଷ କରି ଓପନର ରୋହିତ ଶର୍ମା ଓ ଶୁବମନ ଗିଲ୍ ଦମଦାର ବ୍ୟାଟିଂ କରିଛନ୍ତି। ଉଭୟ ଶତକ ହାସଲ କରିବା ସହ ପ୍ରଥମ ୱିକେଟ ପାଇଁ ୨୧୨ ରନ ଯୋଡ଼ିଥିଲେ । ଶେଷ ଭାଗରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫୪ ଓ ମଧ୍ୟକ୍ରମରେ ବିରାଟ କୋହଲିଙ୍କ ୨୭ ବଲରେ ୩୬ ରନ ଯୋଗୁ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୮୫ ରନ କରିଛି । ଫଳରେ ଏବେ ନ୍ୟୁଜିଲାଣ୍ଡ ଆଗରେ ୩୮୯ ରନର ଟାର୍ଗେଟ ରହିଛି ।

ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଭାରତୀୟ ଦଳ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲା । ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ ଶତକ ହାସଲ କରିଥିଲେ । ଦଳ ପକ୍ଷରୁ ରୋହିତ ୧୦୧, ଗିଲ ୧୧୨, ହାର୍ଦ୍ଦିକ ପାଣ୍ଡ୍ୟା ୫୪ ଓ ବିରାଟ କୋହଲି ୩୬ ରନ କରିଥିଲେ ।
ରୋହିତ ନିଜ ଦିନିକିଆ କ୍ୟାରିୟରରେ ୩୦ତମ ଶତକ ହାସଲ କରିଥିଲେ। ରୋହିତ ୮୫ ବଲରେ ୧୦୧ ରନ କରିଥିଲେ। ଏଥିରେ ୯ଟି ଚୌକା ଓ ୯ଟି ଛକା ରହିଥିଲା । ସେହିପରି ଗିଲଙ୍କ ସହ ମିଶି ସେ ପ୍ରଥମ ୱିକେଟ ପାଇଁ ୨୧୨ ରନ ଯୋଡ଼ିଥିଲେ। ରୋହିତ ଆଉଟ ହେବାର କିଛି ସମୟ ପରେ ଗିଲ୍ ମଧ୍ୟ ୧୧୨ ରନ କରି ଟିକନେରଙ୍କ ବଲରେ ଆଉଟ ହୋଇ ଯାଇଥିଲେ। ସେ ୭୮ ବଲରେ ୧୧୨ ରନର ଇନିଂସ ଖେଳିଛନ୍ତି । ଏହି ଇନିଂସରେ ସେ ୧୩ଟି ଚୌକା ଓ ୫ଟି ଛକା ବି ମାରିଛନ୍ତି।












Click it and Unblock the Notifications