Get Updates
Get notified of breaking news, exclusive insights, and must-see stories!

ଭାରତ ବନାମ ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ୩୬ ବର୍ଷ ପରେ ଭାରତରେ ଟେଷ୍ଟ ଜିତିଲା ନ୍ୟୁଜିଲାଣ୍ଡ , ଭାଙ୍ଗିଲା ରେକର୍ଡ

ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅତି ସହଜ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ ଟିମ୍ । ୩୬ ବର୍ଷ ପରେ ପ୍ରଥମ ଥର ଘରୋଇ ମାଟିରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଛି ଟିମ୍ ଇଣ୍ଡିଆ । ୧୦୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ମାତ୍ର ୨ ଓ୍ବିକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଛି ଟମ୍ ଲାଥାମ୍‌ଙ୍କ ନେତୃତ୍ବାଧୀନ ନ୍ୟୁଜିଲାଣ୍ଡ । ଏହା ସହିତ ଦଳ ୩ ଟିକିଆ ଟେଷ୍ଟ ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି ।

କିୱି ଦଳ 36 ବର୍ଷ ପରେ ଭାରତରେ ଏକ ଟେଷ୍ଟ ମ୍ୟାଚ୍ ଜିତି ଇତିହାସ ସୃଷ୍ଟି କରିଛି । ଏହା ପୂର୍ବରୁ ତାଙ୍କର ଶେଷ ବିଜୟ 1988 ରେ ହୋଇଥିଲା । ନ୍ୟୁଜିଲ୍ୟାଣ୍ଡର ତତ୍କାଳୀନ ଅଧିନାୟକ ଥିଲେ ଜନ୍ ରାଇଟ୍। ପରେ ସେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ମଧ୍ୟ ହୋଇଥିଲେ। ଏହା ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ 1969 ରେ ଆଉ ଏକ ବିଜୟ ହାସଲ କଲା । ସେହି ସମୟରେ ଅଧିନାୟକ ଗ୍ରାହାମ ଡୋଲିଙ୍ଗ ଥିଲେ ।

India vs New Zealand

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମାଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ । ଦଳ ବ୍ୟାଟିଂ ବିପର୍ଯ୍ୟୟକୁ ସାମ୍ନା କରି ମାତ୍ର ୪୬ ରନ୍‌ରେ ହିଁ ଅଲଆଉଟ ହୋଇଯାଇଥିଲା । ଜବାବରେ ପ୍ରଥମ ଇନିଂସରେ ୪୦୨ ରନ୍ କରିଥିଲା ନ୍ୟୁଜିଲାଣ୍ଡ । ରଚିନ ରବିନ୍ଦ୍ର ୧୩୪ ରନ୍‌ର ଶତକୀୟ ଇନିଂସ ଖେଳିଥିବା ବେଳେ ଡେଭନ କନଓ୍ବେ ୯୧ ରନ୍, ଟିମ୍ ସାଉଦି ୬୫ ରନ୍ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ଓ ଜାଡେଜା ୩ଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ ।

୨ୟ ଇନିଂସରେ ଭାରତ ଦମଦାର କମ୍‌ବ୍ୟାକ୍ କରିଥିଲା । ବଡ ସ୍କୋର କରିବାକୁ ସକ୍ଷମ ହୋଇଥିଲେ ହେଁ ନ୍ୟୁଜିଲାଣ୍ଡକୁ ଅଧିକ ଲିଡ୍‌ ଦେଇପାରିନଥିଲା । ୨ୟ ଇନିଂସରେ ଭାରତ ୪୬୨ ରନ୍ କରିଥିଲା । ଦଳ ପକ୍ଷରୁ ସର୍ଫରାଜ ଖାନ ୧୫୦ ରନ୍‌ର ଦର୍ଶନୀୟ ଇନିଂସ ଖେଳିଥିବା ବେଳେ ରୋହିତ ଶର୍ମା ୫୨ ରନ୍, ବିରାଟ କୋହଲି ୭୦ ରନ୍, ଋଷଭ ପନ୍ତ ୯୯ ରନ୍‌ର ଇନିଂସ ଖେଳିଥିଲେ ।

୧୦୭ ରନ୍‌ ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ ଆରମ୍ଭ କରିଥିବା ନ୍ୟୁଜିଲାଣ୍ଡ ୨ ଓ୍ବିକେଟ ହରାଇ ବିଜୟୀ ହୋଇଛି । ଦଳକୁ ପ୍ରାରମ୍ଭିକ ଝଟ୍‌କା ଲାଗିଥିଲେ ସୁଦ୍ଧା ଓ୍ବିଲ୍ ୟଙ୍ଗ ଏବଂ ରଚିନ ରବିନ୍ଦ୍ରଙ୍କ ଦମଦାର ବ୍ୟାଟିଂ ଯୋଗୁ ସହଜ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ । ଟମ୍‌ ଲାଥାମ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ସେହିଭଳି ଡେଭନ କନଓ୍ବେ ୧୭ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଓ୍ବିଲ୍‌ ୟଙ୍ଗ ୪୮ ରନ୍ ଏବଂ ରଚିନ ରବିନ୍ଦ୍ର ୩୯ ରନ୍ କରି ନଟଆଉଟ ରହିବା ସହିତ ଦଳକୁ ବିଜୟୀ କରାଇଥିଲେ । ଭାରତ ପକ୍ଷରୁ ଜସପ୍ରୀତ ବୁମରାହ ୨ଟି ଯାକ ଓ୍ବିକେଟ୍‌ ନେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+