Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ସିରିଜ; ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପୂର୍ବରୁ କଡା ଟକ୍କର

IND vs NZ: ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ୍‌ ସିରିଜ୍ । ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ ପ୍ରଥମ ମ୍ୟାଚ୍। ଦୁଇ ଦେଶ ମଧ୍ୟରେ ଖେଳାଯିବ ୩ଟି ଟେଷ୍ଟ ମ୍ୟାଚ୍। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ ପୂର୍ବରୁ ଭାରତ ହାତରେ ଆଉ ୮ଟି ମ୍ୟାଚ୍ ଅଛି।

ଗତ ବାଂଲାଦେଶ ବିପକ୍ଷରେ ୨-୦ରେ ସିରିଜ କ୍ଲିନ୍ ସୁଇପ କରିବା ପରେ ବୁଧବାରଠୁ ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ ଆରମ୍ଭ ହେବ । ଭାରତ ଏହି ସିରିଜ ଜିତିଲେ ବିଶ୍ଵ ଟେଷ୍ଟ ଚାମ୍ପିୟନ ସିପ ଫାଇନାଲ୍‌ ଖେଳିବା ନିଶ୍ଚିତ ହୋଇଯିବ। କିନ୍ତୁ ଭାରତର ଏହି ଅଭିଯାନରେ ବେଙ୍ଗାଲୁରୁର ପାଣିପାଗ ପ୍ରତିବନ୍ଧକ ସାଜିଛି। ପ୍ରଥମ ଟେଷ୍ଟ୍‌ ପୂର୍ବରୁ ଏଠାରେ ହୋଇଥିବା ଲଗାଣ ବର୍ଷା‌ ଯୋଗୁଁ ମ୍ୟାଚ୍‌ ପୂର୍ବ ଦିନର ଅଭ୍ୟାସ ହୋଇପାରିନି। ତେବେ ଏଭଳି ପରିସ୍ଥିତି ଭାରତକୁ ସୁହାଇପାରେ। କାରଣ ବାଂଲାଦେଶ ବିପକ୍ଷ କାନପୁର ଟେଷ୍ଟ୍‌ରେ ପ୍ରଥମ ଦୁଇ ଦିନ ଖେଳ ହୋଇପାରି ନଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଭାରତୀୟ ବ୍ୟାଟର୍‌ମାନେ ଆକ୍ରମଣାତ୍ମକ ଶୈଳୀ ଆପଣାଇବାରୁ ଘରୋଇ ଦଳ ମ୍ୟାଚ୍‌ ଜିତିବାରେ ସଫଳ ହୋଇଥିଲା। ଯଦି ସମାନ ସ୍ଥିତି ବେଙ୍ଗାଲୁରୁରେ ହୁଏ ତାହେଲେ ଭାରତ ଭ୍ରମଣକାରୀ ଦଳ ଉପରେ ଚାପ ସୃଷ୍ଟି କରିପାରିବ।

India vs New Zealand

ନ୍ୟୁଜିଲାଣ୍ଡ ଘରୋଇ ଟେଷ୍ଟ୍‌ ଶୃଙ୍ଖଳାରେ ଶ୍ରୀଲଙ୍କାଠୁ ୦-୨ରେ ପରାସ୍ତ ହୋଇଥିଲା ବେଳେ ଭାରତ ଲଗାତାର ୬ ଘରୋଇ ମ୍ୟାଚ୍‌ରେ ଅପରାଜେୟ ରହିଛି। ଅନ୍ୟପକ୍ଷରେ କେନ୍‌ ୱିଲିୟମ୍‌ସନ୍‌ଙ୍କ ଭଳି ଦକ୍ଷ ଖେଳାଳି ନଥିବାରୁ ନ୍ୟୁଜିଲାଣ୍ଡ ଉପରେ ଏହା ଅତିରିକ୍ତ ଚାପ ପକାଇପାରେ।

ତେବେ ନ୍ୟୁଜିଲାଣ୍ଡ ୧୯୮୮ ମସିହା ପରେ ଭାରତରେ ଟେଷ୍ଟ୍ ଶୃଙ୍ଖଳା ଜିତି ନଥିବାରୁ ଏହି ଶୃଙ୍ଖଳା ତା ପାଇଁ ୩୬ବର୍ଷର ରେକର୍ଡ ଭାଙ୍ଗିବାର ସୁଯୋଗ ନେଇ ଆ‌ସିଛି।

ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ଏହି ଶୃଙ୍ଖଳା ଭାରତୀୟ ଖେଳାଳିଙ୍କ ପାଇଁ ମଧ୍ୟ ପରୀକ୍ଷା ସଦୃଶ ହେବ। ବିଶେଷକରି କିଛିଦିନ ଧରି କିଂବଦନ୍ତି ବିରାଟ କୋହଲିଙ୍କ ବ୍ୟାଟ୍‌ ଶାନ୍ତ ପଡ଼ିଯାଇଥିବାରୁ ତାଙ୍କୁ ନେଇ ପ୍ରଶଂସକମାନେ ଅନେକ ଆଲୋଚନା-ସମାଲୋଚନା ଜାରି ରଖିଛନ୍ତି। କିନ୍ତୁ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କର ତାଙ୍କ ପ୍ରତି ବିପୁଳ ସମର୍ଥନ ଥିବାରୁ କୋହଲିଙ୍କୁ ଖେଳାଳି ଏକାଦଶରୁ ହଟାଯିବା ସମ୍ଭାବନା ନାହିଁ। ଯଦିଓ ଭାରତ ନିକଟ ଅତୀତରେ ଅଧିକ ଟେଷ୍ଟ୍‌ ଖେଳି ନାହିଁ, କିନ୍ତୁ କୋହଲି ଶେଷ ୮ ମ୍ୟାଚ୍‌ ମଧ୍ୟରେ ଦୁଇଟି ଶତକ ଅର୍ଜନ କରିଛନ୍ତି। ଆଇପିଏଲ୍‌ରେ ତାଙ୍କର ଘରୋଇ ପଡ଼ିଆ ତଥା ତାଙ୍କ ନେତୃତ୍ବରେ ଏହି ପଡ଼ିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ୍‌ ବିଜୟ ପାଇଥିବାରୁ ଏବେ ସେ ହିଁ ମୁଖ୍ୟ ଆକର୍ଷଣ ପାଲଟିଯାଇଛନ୍ତି। ପୁଣି ୯୦୦୦ ଟେଷ୍ଟ୍‌ ରନ୍‌ଠୁ ଆଉ ୫୩ ରନ୍‌ ଦୂରରେ ଥିବାରୁ ପ୍ରଥମ ମ୍ୟାଚ୍‌ରେ ସେ ଏହି ମାଇଲ୍‌ଖୁଣ୍ଟ ଅତିକ୍ରମ କରନ୍ତୁ ବୋଲି ପ୍ରଶଂସକମାନେ ଆଶା ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଭାରତୀୟ ଦଳର ବାଂଲାଦେଶ ବିପକ୍ଷ ବିଜୟ ପରେ ତିନି ସ୍ପିନରଙ୍କୁ ଏହି ମ୍ୟାଚ୍‌ରେ ଖେଳାଇବା ସମ୍ଭାବନା ରହିଛି। କିନ୍ତୁ ବେଙ୍ଗାଲୁରୁ ପିଚ୍‌ରେ ଦ୍ରୁତ ବୋଲରଙ୍କ ଭୂମିକା ଅଧିକ ରହିପାରେ। ବାଂଲାଦେଶ ବିପକ୍ଷରେ ମଧ୍ୟ ଦଳ ୩ ଦ୍ରୁତ ବୋଲରଙ୍କୁ ନେଇ ଖେଳିଥିଲା। ଏଠାରେ ମଧ୍ୟ ସମାନ ଧରଣର ପିଚ୍ ମିଳିପାରେ। ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ପାଗକୁ ଅନୁଧ୍ୟାନ କରିବା ପରେ ଭାରତୀୟ ଦଳ ତୃତୀୟ ସ୍ପିନର କିମ୍ବା ତୃତୀୟ ଦ୍ରୁତ ବୋଲରଙ୍କୁ ନେବ ତାହା ନିର୍ଣ୍ଣୟ କରାଯିବ। ଅନ୍ୟପକ୍ଷରେ ଶୁବମନ ଗିଲ୍‌ଙ୍କ ବେକରେ ଆଘାତ ଲାଗିଥିବାରୁ ସେ ପ୍ରଥମ ମ୍ୟାଚ୍‌ରେ ଖେଳିବା ନେଇ ଦ୍ବନ୍ଦ୍ବ ରହିଛି। ଯଦି ସେ ନଖେଳନ୍ତି, ତ‌ାହେଲେ ସର୍ଫରାଜ ଖାନ୍‌ ତାଙ୍କ ସ୍ଥାନ ନେଇପାରନ୍ତି। ଏପରି ହେଲେ କେଏଲ୍‌ ରାହୁଲ୍‌ଙ୍କୁ ତୃତୀୟ ସ୍ଥାନରେ ବ୍ୟାଟିଂ ପାଇଁ ଛଡ଼ାଯାଇପାରେ। ଏହାସତ୍ତ୍ବେ ମ୍ୟାଚ୍‌ର ପ୍ରଥମ ଦୁଇଦିନ ବର୍ଷା ଯୋଗୁଁ ଅଧିକମାତ୍ରାରେ ପ୍ରଭାବିତ ହେବ ବୋଲି ଅନୁମାନ କରାଯାଉଛି।

ବେନ୍‌ ସିଅର୍ସ ଓହର‌ିଲେ
ଟେଷ୍ଟ୍‌ ଶୃଙ୍ଖଳା ଆରମ୍ଭ ହେବାର ଦିନକ ପୂର୍ବରୁ ନ୍ୟୁଜିଲାଣ୍ଡ୍‌ ଦଳକୁ ବଡ଼ ଝଟ୍‌କା ଲାଗିଛି। ପ୍ରଥମରୁ ପୂର୍ବତନ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଦଳରେ ନଥିବା ବେଳେ ଏବେ ଦ୍ରୁତ ବୋଲର ବେନ୍‌ ସିଅର୍ସ ଆଣ୍ଠୁରେ ଆଘାତ ପାଇଥିବାରୁ ଏହି ଟେଷ୍ଟ୍‌ ଶୃଙ୍ଖଳାରୁ ଓହରି ଯାଇଛନ୍ତି। ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ବେଳେ ସିଅର୍ସ ଆହତ ହୋଇଥିବାରୁ ଭାରତ ଗସ୍ତ ବିଳମ୍ବିତ ହୋଇଥିଲା। କିନ୍ତୁ ତାଙ୍କ ଆଘାତ ଗୁରୁତର ଥିବା ବିଭିନ୍ନ ସ୍କାନିଂରୁ ଜଣାପଡ଼ିଛି। ଡାକ୍ତରୀ ପରାମର୍ଶ ପରେ ‌ତାଙ୍କୁ ଏହି ଶୃଙ୍ଖଳାରୁ ବାଦ୍‌ ଦିଆଯାଇଥିବା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତାଙ୍କ ବଦଳରେ ନବାଗତ ଜାକବ୍‌ ଡଫିଙ୍କୁ ଭାରତ ପଠାଯାଇଛି। ନ୍ୟୁଜିଲାଣ୍ଡ ପାଇଁ ଡଫି ୬ ଦିନିକିଆ, ୧୪ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳିଛନ୍ତି।

ସମ୍ଭାବ୍ୟ ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ଶୁବମନ ଗିଲ୍‌/ସର୍ଫରାଜ ଖାନ୍, ବିରାଟ କୋହଲି, ଋଷଭ ପନ୍ତ, କେଏଲ୍‌ ରାହୁଲ, ରବୀନ୍ଦ୍ର ଜାଡ଼େଜା, ରବିଚନ୍ଦ୍ରନ ଅଶ୍ବିନ, ଆକାଶ ଦୀପ/କୁଲଦୀପ ୟାଦବ, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ।

ସମ୍ଭାବ୍ୟ ନ୍ୟୁଜିଲାଣ୍ଡ ଦଳ: ଡେଭନ କନୱେ, ଟମ୍‌ ଲାଥମ (ଅଧିନାୟକ), ୱିଲ୍‌ ୟଙ୍ଗ, ରାଚିନ ରବୀନ୍ଦ୍ର, ଡାରେଲ୍‌ ମିଚେଲ୍‌, ଟମ୍‌ ବ୍ଲଣ୍ଡେଲ୍‌, ଗ୍ଲେନ୍‌ ଫିଲିପ୍ସ, ମିଚେଲ ସାଣ୍ଟନର/ମାଇକେଲ୍‌ ବ୍ରେସ୍‌ୱେଲ୍‌, ଟିମ୍‌ ସାଉଦି, ଅଜାଜ୍‌ ପଟେଲ୍‌, ୱିଲ୍‌ ଓ'ରୁର୍‌କି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+