ଭାରତର ସଂଘର୍ଷ ଜାରି: ତୃତୀୟ ଦିନ ସୁଦ୍ଧା ଭାରତ ୨୩୧/୩, ଏବେ ବି ୧୨୫ ରନ ପଛରେ
ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ସଂଘର୍ଷ ଜାରି । ନ୍ୟୁଜିଲ୍ୟାଣ୍ଡ ୪୬ ରନରେ ଭାରତକୁ ଅଲଆଉଟ କରିଥିଲା । ଏହାପରେ ରଚିନ ରବୀନ୍ଦ୍ରଙ୍କ ଦମଦାର ୧୩୪ ରନ ବଳରେ କ୍ୱିୱି ଟିମ ବିଶାଳ ୪୦୨ ରନ କରିଛି।

ଏଥିସହ ୩୫୬ ରନର ବଡ଼ ଲିଡ ହାସଲ କରି ନେଇଛି। ୩୫୬ ରନ ପଛରେ ଥିବା ଭାରତ ଦ୍ୱିତୀୟ ଇନିଂସରେ କେବଳ ମ୍ୟାଚ୍ ବଞ୍ଚାଇବାକୁ ସଂଘର୍ଷ କରୁଛି। ପ୍ରଥମ ଇନିଂସ ତୁଳନାରେ ଭାରତୀୟ ଟିମ ଏଥର ଭଲ ବ୍ୟାଟିଂ କରିଛି। ହେଲେ ମ୍ୟାଚ୍ ଆଉ ୨ ଦିନ ବାକି ଥିବାରୁ ଡ୍ରାଇଭିଂ ସିଟରେ ନ୍ୟୁଜିଲ୍ୟାଣ୍ଡ ରହିଛି।
ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ ହରାଇ ୨୩୧ ରନ କରିଛି । ନ୍ୟୁଜିଲ୍ୟାଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୧୨୫ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ସର୍ଫରାଜ ଖାନ ୭୦ ରନ କରି ଅପରାଜିତ ରହିଛନ୍ତି।
ଦିବସର ଶେଷ ବଲରେ ବିରାଟ କୋହଲି ଦୁର୍ଭାଗ୍ୟଜନକ ଭାବେ ୭୦ ରନ କରି ଗ୍ଲେନ ଫିଲିପ୍ସଙ୍କ ବଲରେ ଆଉଟ ହୋଇଯିବାରୁ ଭାରତର ଚିନ୍ତା ବଢ଼ି ଯାଇଛି । ଭାରତ କାଲି କେମିତ ବ୍ୟାଟିଂ କରୁଛି, ତା' ଉପରେ ମ୍ୟାଚନ ନିର୍ଭର କରିବ।
ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୩ ୱିକେଟ ହରାଇ ୧୮୦ ରନ କରିଥିଲା। ଆଜି ଦଳ ମୋଟ ୪୦୨ ରନ କରି ବାକି ୭ ୱିକେଟ ହରାଇଥିଲା। ରବୀନ୍ଦ୍ର ୧୩୪ ଓ ଆଜି ଟିମ ସାଉଦି ୬୫ ରନର ଇନିଂସ ଖେଳିଛନ୍ତି। ଏହାର ଅର୍ଥ ନ୍ୟୁଜିଲ୍ୟାଣ୍ଡ ଆଜି ୨୨୨ ରନ କରିଥିଲା। ଭାରତ ୨୩୧ ରନ କରି ଆଜି ୩ ୱିକେଟ ହରାଇଛି।
ପ୍ରଥମ ଇନିଂସରେ ୩୫୬ ରନ ପଛରେ ଥିବା ଭାରତ ପାଇଁ ରୋହିତ ଶର୍ମା ଓ ଜୈସୱାଲ ଠିକ ଠାକ ଆରମ୍ଭ କରିଥିଲେ । ୫୨ ବଲରେ ୩୫ ରନ କରି ଜୈସୱାଲ ଏଜାଜ ପଟେଲଙ୍କ ବଲରେ ଷ୍ଟମିଂ ହୋଇଯାଇଥିଲେ।
ଭାରତକୁ ୭୨ ରନରେ ପ୍ରଥମ ଝଟକା ଲାଗିଥିଲା। ତେବେ ଅଧିନାୟକ ରୋହିତ ଶର୍ମା ଦମଦାର ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ସେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ପଟେଲଙ୍କ ବଲରେ ବୋଲ୍ଡ ହୋଇଥିଲେ। ବଲଟି ଇନସାଇଡ ଏଡଜ ହେବା ସହ ଧୀରେଧୀରେ ଯାଇ ଷ୍ଟମ୍ପରେ ମାଡ଼ ହୋଇଥିଲେ ହେଁ ରୋହିତ ଏହା ଜାଣି ପାରି ନଥିଲେ। ଫଳରେ ତାଙ୍କୁ ୫୨ ରନ କରି ନିରାଶ ହୋଇ ପ୍ୟାଭିଲିୟନ ଫେରିବାକୁ ପଡ଼ିଥିଲା।
ସର୍ଫରାଜ କାଉଣ୍ଟର ଆଟାକ କରି ୪୦ ବଲରେ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ ମଧ୍ୟ କ୍ରିଜରେ ଜମିବା ସହ ୭୦ ବଲରେ ୫୦ ରନ ହାସଲ କରିଥିଲେ।
ଷ୍ଟମ୍ପ ସମୟ ପାଖେଇ ଆସୁଥିବା ବେଳେ ଦୁଇ ବ୍ୟାଟର ବେଶ ସତର୍କତା ଅବଲମ୍ବନ କରିଥିଲେ। ଲାଗୁଥିଲା କାଲି ପୁଣି ଏହି ଦୁଇ ଜଣ ଭାରତର ଇନିଂସକୁ ଆଗକୁ ନେବେ।
କିନ୍ତୁ ଶେଷ ବଲରେ ଘଟିଥିଲା ବିପର୍ଯ୍ୟୟ। ଫିଲ୍ସଙ୍କ ବଲକୁ ବିରାଟ ଡିଫେଣ୍ଡ କରିବାକୁ ଚେଷ୍ଟା କରୁଥିବା ବେଳେ ଏହା ସ୍ନିକ ହୋଇ ୱିକେଟ କିପରଙ୍କୁ ହାତକୁ ଚାଲି ଯାଇଥିଲା। ଏଥିଯୋଗୁ ଶେଷ ବଲରେ ବିରାଟଙ୍କୁ ଆଉଟ ହେବାକୁ ପଡ଼ିଥିଲା।












Click it and Unblock the Notifications