ବର୍ଷାରେ ଧୋଇ ହେଲା ତୃତୀୟ ଟ୍ବେଣ୍ଟି-୨୦: ଆୟର୍ଲାଣ୍ଡକୁ ୨-୦ ରେ ପରାସ୍ତ କରି ସିରିଜ ହାତେଇଲା ଟିମ୍ ଇଣ୍ଡିଆ

ଭାରତ ଓ ଆୟର୍ଲାଣ୍ଡ ମଧ୍ୟରେ ‌ଖେଳାଯିବାକୁ ଥିବା ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଇଛି। ସ୍ଥାନୀୟ ସମୟ ୫.୪୫ ମିନିଟ୍‌ରେ ଅମ୍ପାୟାର ପଡ଼ିଆ ସ୍ଥିତି ଯାଞ୍ଚ କରିବା ପରେ ଶେଷରେ ସ୍ଥାନୀୟ ସମୟ ଅପରାହ୍ନ ୫.୫୮ ମିନିଟ୍‌ରେ ମ୍ୟାଚ୍‌କୁ ବାତିଲ ଘୋଷଣା କରାଯାଇଥିଲା।

ଦିନ ସାରା ବର୍ଷା ଲାଗିରହିବାରୁ ପିଚ୍‌ରୁ କଭର ହଟାଯାଇ ପାରିନଥିଲା । ଜସପ୍ରିତ ବୁମରା ମ୍ୟାନ ଅଫ୍ ଦି ସିରିଜ୍ ହୋଇଥିଲେ ।

ଏହି ଗସ୍ତରେ ଭାରତ ପ୍ରଥମ ଦୁଇ ମ୍ୟାଚ୍‌ ଜିତି ଆଗୁଆ ଶୃଙ୍ଖଳା ଜିତିସାରିଥିଲା। ପ୍ରଥମ ମ୍ୟାଚ ବର୍ଷା ବାଧାପ୍ରାପ୍ତ ହୋଇ ଭାରତ ଦୁଇ ରନରେ ବିଜୟ ହୋଇଥିଲା ।

ind_vs_ire

ଦ୍ବିତୀୟ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୫ ରନ କରିଥିଲା । ଜବାବରେ ଘରୋଇ ଦଳ ବ୍ୟାଟରଙ୍କ ବିଫଳତା ଯୋଗୁଁ ୮ ଓ୍ଵିକେଟ୍ ହରାଇ ୧୫୨ ରନ କରି ପାରିଥିଲା।

ଭାରତର ଦୁଇ ଓପନର ଯଶସ୍ଵୀ ଜୟସଓ୍ଵାଲ ଓ ଋତୁରାଜ ଗାଏକଓ୍ଵାଡ ୨୯ ରନ ଯୋଡ଼ିଥିଲେ । ପରେ ଜୟସଓ୍ଵାଲ ୧୮ ରନ କରି ଆଉଟ୍ ହୋଇଥିଲେ । ତିଲକ ବର୍ମା ମାତ୍ର ୧ ରନ କରି ପାରିଥିଲେ । ସଞ୍ଜୁ ସାମସନ ୨୬ ବଲ୍‌ରୁ ୫ ଚୌକା ଓ ୧ ଛକା ସହ ୪୦ ରନର କରି ପାଭିଲିୟନ ଫେରିଥିଲେ । ଋତୁରାଜ ଓ ସଞ୍ଜୁ ତୃତୀୟ ଓ୍ଵିକେଟ୍ ପାଇଁ ୭୧ ରନ ଯୋଡ଼ି ଦଳର ସ୍କୋରକୁ ୧୦୫ ରନରେ ପହଞ୍ଚାଇଥିଲେ । ଋତୁରାଜ ୪୩ ବଲ୍‌ରୁ ୬ ଚୌକା ଓ ୧ ଛକା ସହ ୫୮ ରନ କରିଥିଲେ ।

ଏହା ପରେ ରିଙ୍କୁ ସିଂ ମାତ୍ର ୨୧ ବଲ୍‌ରୁ ୨ ଚୌକା ଓ ୩ ଛକା ସହ ୩୮ ରନ କରିଥିବା ବେଳେ ଶିବମ ଦୁବେ ୨୨ ରନରେ ଅପରାଜିତ ଥିଲେ । ଫଳରେ ନିର୍ଦ୍ଧାରିତ ୨୯ ଓଭରରେ ୫ ଓ୍ଵିକେଟ୍ ହରାଇ ୧୮୫ ରନରେ କରିଥିଲା ଟିମ୍ ଇଣ୍ଡିଆ ।

୧୮୬ ରନର ବିଶାଳ ବିଜୟ ଲକ୍ଷ୍ୟ ପିଛା କରିଥିବା ଆୟରଲାଣ୍ଡ ଆରମ୍ଭରୁ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଆଣ୍ଡ୍ର୍ୟୁ ବଲବିର୍ଣ୍ଣେ ୫୧ ବଲ୍‌ରୁ ୫ ଚୌକା ଓ ୪ ଛକା ସହ ୭୨ ରନର ପ୍ରଶଂସନୀୟ ଇନିଂସ ଖେଳିଥିଲେ । ହେଲେ ଆଉ କୌଣସି ବ୍ୟାଟର ଏତେ ଭଲ ପ୍ରଦର୍ଶନ କରି ପାରି ନ ଥିଲେ ।

ଭାରତ ପକ୍ଷରୁ ସଫଳ ବୋଲର ଭାବେ ଅଧିନାୟକ ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଷ୍ଣୋଇ ପ୍ରତ୍ୟେକ ୨ଟି ଲେଖାଏ ଓ୍ଵିକେଟ୍ ନେଇଥିଲେ । ରିଙ୍କୁ ସିଂହ ମ୍ୟାନ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+