ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଭାରତକୁ ୩-୨ ରେ ହରାଇଲା ଜର୍ମନାଇବନ, କାଂସ୍ୟ ପାଇଁ ସ୍ପେନ୍ ସହ ମୁକାବିଲା
ପ୍ୟାରିସ୍: ଭାରତୀୟ ହକି ଦଳ ପ୍ୟାରିସ୍ରେ ଟୋକିଓ ଅଲିମ୍ପିକ୍ସ ଫାଇନାଲ ଖେଳିବ ସୁଯୋଗ ହାତଛଡ଼ା କରିଛି । ଟୋକିଓରେ ୪୧ ବର୍ଷ ପରେ କାଂସ୍ୟ ଜିତିଥିବା ଭାରତ ପୁଣି ସେହି ପଦକ ପାଇଁ ଗୁରୁବାର ସ୍ପେନ୍ ସହ ଖେଳିବା ନିଶ୍ଚିତ ହୋଇଛି । ମଙ୍ଗଳବାର ସେମିଫାଇଇନାଲ୍ରେ ଭାରତକୁ ଜର୍ମାନୀ ୩-୨ରେ ହରାଇ କୋଟି କୋଟି ଭାରତୀୟଙ୍କ ହୃଦୟକୁ ଭାଙ୍ଗିଦେଇଛି । ଏଥି ସହ ଜର୍ମାନୀ ଗତ ଟୋକିଓ ଅଲିମ୍ପିକ୍ସ କାଂସ୍ୟ ମୁକାବିଲାର ମଧୁର ପ୍ରତିଶୋଧ ମଧ୍ୟ ନେଇଯାଇଛି ।
ଗତବର୍ଷ ଭୁବନେଶ୍ବରରେ ବିଶ୍ବକପ୍ ଜିତିଥିବା ଜର୍ମାନୀ ଏବେ ଅଲିମ୍ପିକ୍ସ ସ୍ବର୍ଣ୍ଣ ସହ ଦ୍ବିମୁକୁଟ ଅର୍ଜନ ସମ୍ଭାବନା ମଧ୍ୟ ବଢ଼ାଇଛି। ଗୁରୁବାର ସ୍ବର୍ଣ୍ଣ ପଦକ ପାଇଁ ଜର୍ମାନୀ-ନେଦରଲାଣ୍ଡ୍ସ ଏବଂ କାଂସ୍ୟ ପାଇଁ ଭାରତ-ସ୍ପେନ୍ ମୁକାବିଲା ହେବ। ମଙ୍ଗଳବାର ପ୍ରଥମ କ୍ବାର୍ଟରରୁ ହିଁ ଭାରତ ନିଜ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲା। ଫଳରେ ହର୍ମନପ୍ରୀତ୍ ସିଂହଙ୍କ ଦଳ ପ୍ରଥମେ ପେନାଲ୍ଟି କର୍ଣ୍ଣର ଅର୍ଜନ ଧାରାରେ ରହିଥିଲା। ଦ୍ବିତୀୟ ମିନିଟ୍ରେ ଭାରତ ପାଇଁ ପ୍ରଥମ ପେନାଲ୍ଟି କର୍ଣ୍ଣର ଅର୍ଜନ କରିଥିଲେ ହାର୍ଦିକ ସିଂହ। ସପ୍ତମ ମିନିଟ୍ରେ ହର୍ମନପ୍ରୀତ୍ ସିଂହଙ୍କ ସୁନ୍ଦର ଡ୍ରାଗ୍ ଫ୍ଲିକ୍ ଭାରତକୁ ପ୍ରଥମ ଗୋଲ୍ ଦେବା ପରେ ପ୍ୟାରିସ୍ରୁ ପଞ୍ଜାବ ପର୍ଯ୍ୟନ୍ତ ପ୍ରଶଂସକମାନେ ଉଲ୍ଲସିତ ହୋଇଉଠିଥିଲେ ।

ଭାରତୀୟ କ୍ରୀଡ଼ାପ୍ରେମୀଙ୍କୁ ବିମୋହିତ କରି ଦେଇଥିଲା। ହକି ପିଚ୍ରେ କିନ୍ତୁ ଭାରତର ଖୁସି ଅଧିକ ସମୟ ରହି ନଥିଲା। ପ୍ରଥମ କ୍ବାର୍ଟରକୁ ଭାରତ ୧-୦ରେ ଶେଷ କରିଥିଲେ ମଧ୍ୟ ୧୮ତମ ମିନିଟ୍ରେ ଗଞ୍ଜାଲୋ ପିଲାଟ୍ଙ୍କ ଶକ୍ତିଶାଳୀ ସଟ୍ ପିଆର୍ ଶ୍ରୀଜେଶ ଓ ଜର୍ମନପ୍ରୀତ୍ ସିଂହଙ୍କ ମଝିରେ ଚାଲିଯିବାରୁ ମ୍ୟାଚ୍ ବରାବର ସ୍ତରକୁ ଚାଲି ଆସିଥିଲା। ୨୭ତମ ମିନିଟ୍ରେ ରୁର୍ଙ୍କ ଆକ୍ରମଣାତ୍ମକ ସଟ୍ ଶ୍ରୀଜେଶଙ୍କ ଡାହାଣ ପଟେ ଗୋଲ୍ ପୋଷ୍ଟ ଭିତରକୁ ଚାଲିଯିବାରୁ ଭାରତ ୧-୨ରେ ପଛୁଆ ହୋଇ ଚାପରେ ପଡ଼ିଥିଲା। ତୃତୀୟ କ୍ବାର୍ଟର ପ୍ରାରମ୍ଭରୁ ଭାରତ ଏକାଧିକ ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରିବାରେ ବିଫଳ ହୋଇଥିଲା। ୩୬ତମ ମିନିଟରେ ଅଭିଷେକ ଆଉ ଏକ ପିସି ଅର୍ଜନ କରିଥିଲେ। ହର୍ମନପ୍ରୀତ୍ଙ୍କ ହିଟ୍ ଫେରି ଆସୁଥିବାବେଳେ ସୁଖଜିତ୍ ସିଂହ ଏହାକୁ ଗୋଲ୍ରେ ପରିଣତ କରି ମ୍ୟାଚ୍କୁ ବରାବର ସ୍ତରକୁ ଆଣିବା ସହ ରୋମାଞ୍ଚ ବଢ଼ାଇଥିଲେ। ମାର୍କୋ ମିଲଟାକୁ (୫୪ ମିନିଟ୍)ଙ୍କ ଗୋଲ୍ ୧୪୫ କୋଟି ଭାରତୀୟଙ୍କ ସ୍ବର୍ଣ୍ଣିମ ଗୌରବ ଫେରିବାର ସ୍ବପ୍ନକୁ ଚୁରମାର କରି ଦେଇଥିଲା।
ପୂର୍ବରୁ ଖେଳାଯାଇଥିବା ଅନ୍ୟ ସେମିଫାଇନାଲ୍ରେ ଶୀର୍ଷ ମାନ୍ୟତାପ୍ରାପ୍ତ ନେଦରଲାଣ୍ଡ୍ସ ଫାଇନାଲ୍ରେ ପ୍ରବେଶ କରିଥିଲା। ମଙ୍ଗଳବାର ସେମିଫାଇନାଲ୍ରେ ଏହି ଦଳ ୪-୦ ଗୋଲ୍ରେ ସ୍ପେନ୍କୁ ପରାସ୍ତ କରିଛି। ଏହି ବିଜୟ ସହ ନେଦରଲାଣ୍ଡ୍ସ ୨୦୧୨ ପରେ ପ୍ରଥମ ଥର ଫାଇନାଲ୍ରେ ପ୍ରବେଶ କରି ୨୪ ବର୍ଷର ସ୍ବର୍ଣ୍ଣ ମରୁଡ଼ିର ଅବସାନ ଘଟାଇବାର ସୁଯୋଗ ପାଇଛି। ମଙ୍ଗଳବାର ମ୍ୟାଚ୍ର ଦ୍ବାଦଶ ମିନିଟ୍ରେ ଜିପ୍ ୟାନସେନଙ୍କ ଗୋଲ୍ରେ ନେଦରଲାଣ୍ଡ୍ସ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟରରେ ଅଧିନାୟକ ଥିଏରି ବ୍ରିଙ୍କମାନ (୨୦ ମିନିଟ୍)ଙ୍କ ଗୋଲ୍ରେ ପ୍ରଥମାର୍ଦ୍ଧ ସ୍ଥିତି ନେଦରଲାଣ୍ଡ ସପକ୍ଷରେ ରହିଥିଲା। ତୃତୀୟ କ୍ବାର୍ଟରର ପ୍ରଥମ ମିନିଟ୍ରେ ଥିସ୍ ଭାନ ଡାମ୍ ସାଙ୍କ୍ ଏବଂ ୫୦ମିନିଟ୍ରେ ତେଲଗେନକାମ୍ପ ଗୋଟିଏ ଲେଖାଏଁ ଗୋଲ୍ ଦେଇ ବିଜୟ ବ୍ୟବଧାନକୁ ୪-୦ କରିଦେଇଥିଲେ।












Click it and Unblock the Notifications