ଇଂଲଣ୍ଡ ବିରୋଧରେ ମ୍ୟାଚ ଜିତିବା ସହଜ ନଥିଲା : କୋହଲୀ କହିଲେ କେଉଁ ଖେଳାଳି ବଦଳାଇଲେ ମ୍ୟାଚର ମୋଡ
ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଜିତି ଭାରତ ଏହି ସିରିଜକୁ 3-1ରେ ବାଜି ମାରି ନେଇଛି । ସିରିଜର ଶେଷ 3 ମ୍ୟାଚ୍ ଭାରତ କ୍ରମାଗତ ଭାବେ ଜିତିଛି
IND vs ENG : ଅହମ୍ମଦାବାଦରେ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ଜିତି ଭାରତ ଏହି ସିରିଜକୁ 3-1ରେ ବାଜି ମାରି ନେଇଛି । ସିରିଜର ଶେଷ 3 ମ୍ୟାଚ୍ ଭାରତ କ୍ରମାଗତ ଭାବେ ଜିତିଛି । ପ୍ରଥମ ମ୍ୟାଚରେ ଦଳ ଏକ ଆଶ୍ଚର୍ଯ୍ୟଜନକ ପରାଜୟ ପାଇଥିବା ବେଳେ ପରବର୍ତ୍ତି ମ୍ୟାଚରେ ବିଜୟର ଧାରା ଆରମ୍ଭ କରିଥିଲା । ଏଭଳି ପରିସ୍ଥିତିରେ ଏହି ସଫଳତା ପଛରେ ଅନେକ ଖେଳାଳି ରହିଛନ୍ତି । ଦ୍ୱିତୀୟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଶତକ ଏବଂ 9 ୱିକେଟ୍, ତୃତୀୟ ଟେଷ୍ଟରେ ଅକ୍ଷର ପଟେଲଙ୍କ 11 ୱିକେଟ୍ ଉପରେ ବେଶ୍ ଚର୍ଚ୍ଚା କରାଯାଇଥିଲା । ଏଥି ସହିତ, ଶେଷ ଟେଷ୍ଟରେ ଋଷଭ ପନ୍ତଙ୍କ ଶତକୀୟ ପାଳି ଅନେକ କରତାଳି ଲାଭ କରିଥିଲା । ଏହିଭିତରେ ଯାହାଙ୍କର ଅବଦାନ ସମସ୍ତଙ୍କ ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ସୃଷ୍ଟି କଲା ସେ ହେଉଛନ୍ତି ରୋହିତ ଶର୍ମା । ଏହି ବିଜୟ ପରେ ଅଧିନାୟକ ବିରାଟ କୋହଲି ରୋହିତଙ୍କ ଅବଦାନକୁ ମନେ ପକାଇ କହିଛନ୍ତି ଯେ ଦ୍ୱିତୀୟ ଟେଷ୍ଟରେ ରୋହିତଙ୍କ ଶତକୀୟ ପାଳି ହେଉଛି ସିରିଜର ମୋଡ଼ ।

ରୋହିତଙ୍କ ଶତକ 250 ରନ୍ ସହ ସମାନ
ସିରିଜର ଦ୍ୱିତୀୟ ଟେଷ୍ଟରେ ଭାରତ ପ୍ରଥମ ଦିନରେ ବ୍ୟାଟିଂ କରିଥିଲା ଏବଂ ଯେଉଁଥିରେ ଅଧିନାୟକ ବିରାଟ କୋହଲି ଏବଂ ଚେତେଶ୍ୱର ପୂଜାରାଙ୍କ ଭଳି ବ୍ୟାଟ୍ସମ୍ୟାନ୍ ବିଫଳ ହୋଇଥିଲେ, ରୋହିତ ଏକ କଷ୍ଟଦାୟକ ପିଚରେ 161 ରନର ସ୍ମରଣୀୟ ଇନିଂସ ଖେଳିଥିଲେ ଏବଂ ଏହା ସିରିଜରେ ଭାରତର ପ୍ରତ୍ୟାବର୍ତ୍ତନ ପାଇଁ ମୂଳଦୁଆ ପକାଇଥିଲା । ଏହି ସିରିଜ ଜିତିବା ପରେ ଅଧିନାୟକ ବିରାଟ କୋହଲି ଏହାକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଇନିଂସ ବୋଲି କହିଛନ୍ତି। କୋହଲି କହିଛନ୍ତି, "ସିରିଜରେ ଆମର ପ୍ରତ୍ୟାବର୍ତ୍ତନରେ ରୋହିତଙ୍କ ଇନିଂସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଥିଲା।

ସେହି ପିଚ୍ରେ 150 ରନ୍ର ଏକ ଇନିଂସ ଯେକୌଣସି ବ୍ୟାଟିଂ ୱିକେଟ୍ରେ 250 ରନ୍ ସ୍କୋର କରିବା ପରି ଥିଲା ବୋଲି କହିଛନ୍ତି କୋହଲୀ ।
କୋହଲି ଏହି ସିରିଜରେ ନିୟମିତ ଖେଳାଳିଙ୍କ ସ୍ଥାନ ପୂରଣ କରିଥିବା ଅକ୍ଷର ପଟେଲ ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଭଳି ଖେଳାଳିଙ୍କୁ ପ୍ରଶଂସା କରିଥିଲେ । କୋହଲି କହିଛନ୍ତି ଯେ ଦଳର ଏହି ଦୃଢ ବେଞ୍ଚ ଶକ୍ତି ଆଗାମୀ ସମୟରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହେବ । ସେ କହିଛନ୍ତି, ଆମର ବେଞ୍ଚର ଶକ୍ତି ବହୁତ ଶକ୍ତିଶାଳୀ ଏବଂ ଏହା ଭାରତୀୟ କ୍ରିକେଟ୍ ପାଇଁ ଏକ ଭଲ ସଙ୍କେତ । ସେହିପରି ଏହି ମ୍ୟାଚ୍ରେ ଋଷଭ ଏବଂ ୱାଶିଣ୍ଟନ ସୁନ୍ଦରଙ୍କ ସହଭାଗିତା ମୋଡ଼ ଦେଇଛି ବୋଲି ବିରାଟ କହିଛନ୍ତି ।












Click it and Unblock the Notifications